478ced43 7820 430b Ac11 F5c14fa71283

ଇଚ୍ଛାବିହାରୀ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡାଉତ୍ସବ ଉଦଯାପିତ

ରାଜ୍ୟ
Share

ଜଗତସିଂହପୁର/ ଝଙ୍କଡ଼ :  ବାଣୀକ୍ଷେତ୍ର ଝଙ୍କଡ଼ ପ୍ରଗଣା ଅନ୍ତର୍ଗତ, ତିର୍ତ୍ତୋଲ ବ୍ଲକ, କୋଷ୍ଟିମଲ୍ଲିକାପୁର ସ୍ଥିତ, ଇଛାବିହାରୀ ବିଦ୍ୟାମନ୍ଦିର ଓ ବିଶ୍ଵନାଥ ଇଚ୍ଛାବିହାରୀ ଉପ୍ରା ବିଦ୍ୟାଳୟ ର ମିଳିତ ଆନୁକୁଲ୍ୟରେ ଗତ ଜାନୁଆରୀ ୨୪/୨୫ ତାରିଖ ଦୁଇ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡାଉତ୍ସବ ଶନିବାର ଦିନ, ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଉଦଯାପିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ପ୍ରଧାନଶିକ୍ଷକ ନରେନ୍ଦ୍ର କୁମାର ନନ୍ଦ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଓ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଥିଲା। ପୂର୍ବତନ ପ୍ରଧାନଶିକ୍ଷକ ସୁଶୀଲ କୁମାର କୁଅଁର ଅତିଥି ମାନଙ୍କ ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ଦେଇଥିବା ବେଳେ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅକ୍ଷୟ କୁମାର ସାହୁ, କହିଲେଯେ, ବିଜ୍ଞାନ ଆମକୁ ବହୁତ ଆଗକୁ ନେଇଛି ସତ, ମାତ୍ର ସମବେଦନଶିଳତା ଓ ମଣିଷ ପଣିଆ ଠାରୁ ଆମେ ଡୁରେଇ ଯାଇଛେ। ତେଣୁ ଆଜିର ସମାଜରେ ବୃଦ୍ଧାଶ୍ରମ ବଢ଼ି ବଢ଼ି ଚାଲିଛି। ଭଲ ସ୍କଲାର ହେବା ଅପେକ୍ଷା ଭଲମଣିଷ ଟିଏ ହେବାର ଆବଶ୍ୟକତା ରହିଛି।

9ba75bcc 67b5 4e5b A7b8 01669408c6c4

ମୁଖ୍ୟବକ୍ତା ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ, ବିଦ୍ୟାର୍ଥୀମାନଙ୍କୁ ଜୀବନର ସବୁ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବା ପାଇଁ, ମାର୍ଗ ଦର୍ଶନ ଦେଇଥିବା ବେଳେ, ସମ୍ମାନିତ ଅତିଥି ପଣ୍ଡିତ ରବୀନ୍ଦ୍ର କୁମାର ପଣ୍ଡା ବହୁ ଶାସ୍ତ୍ର ପୁରାଣ ର ଉଦାହରଣ ଦେଇ ଅନୁପ୍ରାଣିତ କରିଥଲେ। ନାଚଗୀତର ଆସର ଜମାଇ ଛାତ୍ର ଛାତ୍ରୀ ମାନେ ଖୁସି ମନାଇ ଥିଲାବେଳେ, ନିମନ୍ତ୍ରିତ ଅତିଥି ମାନଙ୍କଦ୍ୱାରା ବିଭିନ୍ନ ପ୍ରକାରର କ୍ରୀଡା ପ୍ରତିଯୋଗିତା ରେ କୃତିତ୍ବ ଅର୍ଜନ କରିଥିବା, ଭବାନୀ ଦାସ , ପ୍ରଜ୍ଞାପରମିତl ଦାସ, ଓ ମଧୁସ୍ମିତା ବେହେରା ଙ୍କ ସମେତ ୬୦ ଜଣ ଛାତ୍ର ଛାତ୍ରୀ ଙ୍କୁ ପ୍ରମାଣ ପତ୍ର , ଶିଲ୍, କପ, ଟ୍ରଫି ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ ଓ ସମ୍ମାନିତ କରାଯାଇଥିଲା। ୟୁ ପି ପ୍ରଧାନଶିକ୍ଷୟତ୍ରୀ ପୁଷ୍ପାଞ୍ଜଳୀ ସ୍ୱାଇଁ, କ୍ରୀଡା ଶିକ୍ଷୟତ୍ରୀ ସୁଜାତା ମହାପାତ୍ର, ଅମ୍ବିକା ପ୍ରସାଦ ମହାରଣା, ପ୍ରାକ୍ତନ ପ୍ରଧାନଶିକ୍ଷକ ଭୋଳl ନାଥ ଦାସ , ମିନତୀ ସ୍ୱାଇଁ , ସସ୍ମିତା ମିଶ୍ର , ସନ୍ଧ୍ୟାରାଣୀ ଦାସ, ପୁରାତନ ଛାତ୍ରସଂସଦର ପ୍ରମୋଦ କୁମାର ସ୍ବାଇଁ , ଜିତେନ୍ଦ୍ର କୁ ନାୟକ ଓ ଗୌରାଙ୍ଗ ଚରଣ ଛତ୍ର ଙ୍କ ସମେତ ଶିକ୍ଷାକର୍ମୀ ଭରତ ଦାସ ଓ ସୁରେନ୍ଦ୍ର ସ୍ୱାଇଁ ପ୍ରମୁଖ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା , ଏଥିରେ ବହୁ ସଂଖ୍ୟକ ଅବିଭାବକ ଓ ସ୍ଥାନୀୟ ଅଞ୍ଚଳର ଶିକ୍ଷ୍ୟାପ୍ରେମୀ ମାନେ ଉପସ୍ଥିତ ଥିଲେ। ପରିଶେଷରେ ପଣ୍ଡିତ ବାସବ ନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *