ଧର୍ମପ୍ରାଣ ସୁରେନ୍ଦ୍ରନାଥ ରଣାଙ୍କ ପରଲୋକ

ରାଜ୍ୟ
Spread the love

ଝଙ୍କଡ :   ବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲାର କେନ୍ଦାଳଗ୍ରାମର, ଆଧ୍ୟାତ୍ମିକବାଦୀ, ସରଳ, ପରଉପକାରୀ, ଧର୍ମପ୍ରାଣ ସୁରେନ୍ଦ୍ର ନାଥ ରଣା (70) ଙ୍କର ଗତ ପାଞ୍ଚତାରିଖ ମଙ୍ଗଳବାର, ମଧ୍ୟରାତ୍ରୀ ରେ ପରଲୋକ ହୋଇଯାଇଛି l

ପ୍ରାତଃ ସମୟରେ ତାଙ୍କର ମୃତ୍ୟୁଖବର ପ୍ରସାରିତ ହେବା ପରେ, ଜିତେନ୍ଦ୍ର ମହାପାତ୍ର,ସଂଜୀବ କୁମାର ସାହୁ, ପଦ୍ମଲୋଚନ ସାହୁ ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ଜନପ୍ରତିନିଧି ଓ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ, ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାସହିତ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗ ଙ୍କୁ ସାନ୍ତ୍ୱନା ଦେଇ ସମବେଦନା ଜଣାଇଥିଲେ l

ଅନ୍ୟମାନଙ୍କ ମଧ୍ୟରେ ଗୁରୁ ଚରଣ ରଣା,ବିଶ୍ୱନାଥ ରଣା, ଲିଙ୍ଗରାଜ ରଣା, ସୁଧୀର କୁମାର ରଣା,ବଦ୍ରୀନାଥ ରଣା, ରଣଜିତ ରଣା ଓ ସୋମନାଥ ରଣା ପ୍ରମୁଖ ଆତ୍ମୀୟସ୍ୱଜନ ମାନଙ୍କ ଦ୍ୱାରା ଶବଶୋଭାଯାତ୍ରା କରାଯାଇ, ଗ୍ରାମ୍ୟ ଶ୍ମାଶନ ରେ ତାଙ୍କର ଅନ୍ତେଷ୍ଟକ୍ରିୟା ସମୟରେ ବଡପୁଅ ସରୋଜ କୁମାର ରଣା ମୁଖାଗ୍ନି ଦେଇଥିଲେ l

Leave a Reply

Your email address will not be published. Required fields are marked *