Ccb47e76 8841 47ec B982 Db12ae2f594a

ପଞ୍ଚାୟତ ଦୁର୍ନୀତିର ପର୍ଦ୍ଦାଫାଶ ! : ପ୍ରେସ ମିଟ ଜରିଆରେ ସୂଚନା, ଆଜି ପଞ୍ଚାୟତ ଘେରାଉ !

ରାଜ୍ୟ
Share

ଜଗତସିଂହପୁର/ଝଙ୍କଡ :  ନିମ୍ନମାନର ରାସ୍ତା ନିର୍ମାଣ ରେ ଦୁର୍ନୀତି ! ଆଲୋକୀକରଣ ରେ ଦୁର୍ନୀତି ! ଆଦର୍ଶ ଗ୍ରାମ ଗଠନ ନାମରେ ଅର୍ଥର ବାଟମାରଣା ! ହାଇମାସ୍କ ଲାଇଟ ର ମରାମତି ରେ ଦୁର୍ନୀତି ! ଅସମ୍ପୂର୍ଣ୍ଣ ଅଙ୍ଗନବାଡି ଗୃହ ନାମରେ ଦୁର୍ନୀତି ! ସବୁଠୁଁ ସଂଗୀନ ଦୁର୍ନୀତି ହେଉଛି ଜାଲ ଦସ୍ତଖତ କରି ସରକାରଙ୍କୁ ବୋକା ବନେଇବା । ଏସବୁ ମନଗଢା କାହାଣୀ ନୁହେଁ ବରଂ ସୂଚନା ଅଧିକାର ଆଇନ ବଳରେ ସଂଗ୍ରହ କରାଯାଇଥିବା ନିର୍ଭୁଲ ତଥ୍ୟ । ଯୋଉ ତଥ୍ୟ କୁ ଲୋକଲୋଚନ କୁ ଆଣିବାକୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି, ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତ ର ବିକାଶମଞ୍ଚ ପ୍ରତିନିଧି ମାନେ । କନିମୂଳ ପଞ୍ଚାୟତ ର ବିଭିନ୍ନ ସରକାରୀ ଯୋଜନା ରେ ମଞ୍ଜୁର ହୋଇଥିବା କାର୍ଯ୍ୟର ସମସ୍ତ ନୀତିନିୟମ କୁ ବେଖାତିର କରି, ଯୋଉଭଳି ଭାବରେ ଅନିୟମିତତା ଓ ସରପଞ୍ଚ ଙ୍କ ସ୍ଵାକ୍ଷର କୁ ଜାଲିଆତି କରାଯାଇ ଚଞ୍ଚକତା ପୂର୍ବକ ଅର୍ଥ ଆତ୍ମସାତ କରିଛନ୍ତି । ତାର ନଗ୍ନ ନମୁନା ସ୍ୱରୂପ ତିର୍ତ୍ତୋଲ ବ୍ଲକରେ ଏକ ନମ୍ବର ସ୍ଥାନ ରେ ଚର୍ଚ୍ଚାର କେନ୍ଦ୍ର ପାଲଟି ଥିବାର ବିଷୟ ପ୍ରେସମିଟ ଜରିଆରେ , କନିମୂଳ ବିକାଶମଞ୍ଚ ର କାର୍ଯ୍ୟକର୍ତ୍ତା ମାନେ ଅବଗତ କରାଇଛନ୍ତି । ସବୁଠୁଁ ସଂଗୀନ ଅଭିଯୋଗ  ଏହି ଯେ  ସରପଞ୍ଚ ଅନସୂୟା ମହାନ୍ତି ଭୁବନେଶ୍ୱର ରେ ରହୁଥିବା ବେଳେ ତାଙ୍କର ଦସ୍ତଖତକୁ ଜାଲିଆତି କରାଯାଇ ବିଭିନ୍ନ ସରକାରୀ ଅନୁଦାନରାଶିକୁ ଦୁର୍ନୀତିପୂର୍ଣ୍ଣ ଭାବେ ହାସଲ କରାଯାଇଥିବାର ପ୍ରେସମିଟରେ ଦର୍ଶାଇଛନ୍ତି ।

ପ୍ରତ୍ୟେକ ଦୁର୍ନୀତି ର ପର୍ଦ୍ଦାଫାସ କରେଇବାକୁ ମତ୍ତଗଜପୁର ସ୍ଥିତ ସୁଧା ମଣ୍ଡପରେ ଏକ ପ୍ରେସମିଟ ର ଆୟୋଜନ ହୋଇଥିଲା !ବ୍ଲକ ପ୍ରଶାସନ ଦୁର୍ନୀତି ବିଷୟରେ ସବୁ ଜାଣି ନିରବଦ୍ରଷ୍ଟା ସାଜିଥିବା ବିରୁଦ୍ଧରେ ଆଗାମୀ ୨୭ ତାରିଖ ସୋମବାର ପୂର୍ବାହ୍ନ ୧୦:୩୦ ମିନିଟ ସମୟରୁ ପଞ୍ଚାୟତ ଅଫିସ ଘେରାଉ କରାଯିବାକୁ ବିକାଶମଞ୍ଚ ର ସମ୍ପାଦକ ଇଂ. ବେଦଦ୍ୟୁତି ପୃଷ୍ଟି ପ୍ରେସମିଟ ଜରିଆରେ ସୂଚନା ପ୍ରଦାନ କରିଥିଲେ । ବିକାଶମଞ୍ଚ ର ବରିଷ୍ଠ ସମାଜସେବୀ ମୁରଲୀଧର ସେଠୀ, ସୁବାଷ ରଞ୍ଜନ ସାହୁ ଏବଂ ପୁରୁଷୋତ୍ତମ ଖଣ୍ଡୁଆଳ ଉକ୍ତ ପ୍ରେସମିଟ ରେ ସକ୍ରିୟ ଅଂଶ ଗ୍ରହଣ କରି ପଞ୍ଚାୟତ ରୁ ଦୁର୍ନୀତିର ମୂଳ ଉତ୍ପାଟନ କରିବାକୁ ଆହ୍ୱାନ ଦେଇଥିଲେ ।

Leave a Reply

Your email address will not be published. Required fields are marked *