ଜଗତସିଂହପୁର : ତିର୍ତ୍ତୋଲ ବ୍ଲକ, ନେହେରୁ ପଡ଼ିଆ, ନିକଟସ୍ଥ ଏକ ୟୁନୋପୋସ ଗ୍ରୁପ୍ ଅଧିନ, ମେରିଏଲିନା ସ୍କୁଲ୍ ଓ କଲେଜ ଅଫ ନର୍ସିଂ ସହିତ ୟୁନୋପୋସ ସ୍କୁଲ୍ ଅଫ୍ ଫାର୍ମାସୀର ପ୍ରାୟ ୬୦ ଜଣ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ କରିବା ପାଇଁ ଏକ ଭବ୍ୟ ସ୍ଵାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ୍ ୟୁନୋପୋସ ଗ୍ରୁପ୍ ର ଅଧ୍ୟକ୍ଷ ଜୀବନବଲ୍ଲଭ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଓ ସଭାତିତ୍ୱରେ ଅନୁଷ୍ଠିତ ସଭାରେ, ମୁଖ୍ୟଅତିଥି ଭାବରେ ଅବସରପ୍ରାପ୍ତ ସ୍ତ୍ରୀ ରୋଗ ବିଶେଷଜ୍ଞ ଡଃ ପରମାନନ୍ଦ ଆଚାର୍ଯ୍ୟ ଯୋଗଦେଇ କହିଲେ ଯେ, କୌଣସି ପ୍ରକାରର ବିଭବ କେବେ ହେଲେ ସମ୍ପଦ ନୁହେଁ। ବାସ୍ତବରେ ସ୍ବାସ୍ଥ୍ୟ ହିଁ ସମ୍ପଦ। ତେଣୁ ସ୍ବାସ୍ଥ୍ୟରକ୍ଷା ପାଇଁ, ପ୍ରତ୍ୟେକ ବ୍ୟକ୍ତି ରୋଗ ମୁକ୍ତ ହେବାର ଆବଶ୍ୟକତା ରହିଛି। ମାନବ ସମାଜକୁ ରୋଗ ମୁକ୍ତ କରିବା ପାଇଁ, ଡାକ୍ତର ଓ ପର୍ମାସି ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ମହତ୍ତ୍ଵପୂର୍ଣ୍ଣ ହୋଇ ଥିବାରୁ, ଏହି ଶିକ୍ଷା ଲାଭ କରିବା ପାଇଁ, ଆଗ୍ରହୀ ଛାତ୍ର ଛାତ୍ରୀ ମାନେ ବାସ୍ତବିକ ଶତତ ପ୍ରଶଂସନୀୟ ଓ ସର୍ବତ୍ର ଅଭିନନ୍ଦନୀୟ। ସମ୍ମାନିତ ଅତିଥି ଭାବେ ଡଃ କ୍ଷୀରୋଦ କୁମାର ଓଝା , ଅଧ୍ୟକ୍ଷl ଗୀତାଞ୍ଜଳୀ ଦାସ, ସମ୍ପାଦକ ସରୋଜକାନ୍ତ ମହାନ୍ତି, ମ୍ୟାନେଜର ବରଦା ପ୍ରସାଦ ସେନାପତି ଓ ମୁଖ୍ୟସଂଯୋଜିକା ପ୍ରିୟ ଦର୍ଶିନୀ ମହାନ୍ତି ପ୍ରମୁଖ ବିଦ୍ୟାର୍ଥୀ ମାନେ, ମହାପୁରୁଷ ମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କଠୋର ପରିଶ୍ରମ ଓ ଅଧ୍ୟବସାୟ ଜାରି ରଖିଲେ, ଦିନେନା ଦିନେ ସଫଳତା ର ଶୀର୍ଷରେ ପହଞ୍ଚିପାରିବେ ବୋଲି ବିଭିନ୍ନ ଉଦାହରଣ ମାଧ୍ୟମରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।
ନର୍ସିଂରେ ୯୦ ଜଣ ଓ ଫାର୍ମାସି ରେ ୬୦ ଜଣ ଛାତ୍ର ଛାତ୍ରୀ ଙ୍କୁ ଏହି ଅବସର ରେ ସ୍ବାଗତ କରଯାଇଥିବା ବେଳେ ସିନିୟର୍ ଛାତ୍ର ଛାତ୍ରୀ ମାନେ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ପରିଶେଷରେ ସମ୍ପାଦକ ସରୋଜକାନ୍ତ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
