ସାରଳାଦାସ ସରୋବରରେ ନୌକାବିହାର ଉଦଘାଟନ : ସାରଳାପୀଠ ପରିଦର୍ଶନରେ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଅନ୍ୟଏକ ଆକର୍ଷଣ

ରାଜ୍ୟ
Spread the love

ଝଙ୍କଡ଼  : ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ କନକପୁର ପଞ୍ଚାୟତ ପୁଷ୍କରିଣୀ ” ସାରଳାଦାସ ସରୋବର “ରେ ଏଠାକୁ ଆସୁଥିବା ସମସ୍ତ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ଙ୍କ ମନୋରଞ୍ଜନ ପାଇଁ ଏକ ନୌକାବିହାର ର ଶୁଭଉଦଘାଟନ ଉତ୍ସବ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ପରିବେଶବିତ୍ତ ଅଶୋକ କୁମାର ମହାନ୍ତି ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ, ତିର୍ତ୍ତୋଲ ବ୍ଲକ ବିଡ଼ିଓ ଗିରିଜାଶଙ୍କର ମଲ୍ଲିକ, ନୌକାବିହାର କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l

କନକପୁର ଗ୍ରାମପଞ୍ଚାୟତ ସରପଞ୍ଚ ରେବତୀ ମହାନ୍ତି ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଏହି ଉଦଘାଟନ ଉତ୍ସବରେ ପଞ୍ଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ, କନିଷ୍ଠଯନ୍ତ୍ରୀ, ସାରଳାମଣ୍ଡଳ ବିଜେପି ସଭାପତି ଶୁଭ୍ରକାନ୍ତ ରଣା, ସାଧାରଣସମ୍ପାଦକ ଆନନ୍ଦ ମହାନ୍ତି ଙ୍କ ସମେତ ଏସ ଏସ ଜି ଗ୍ରୁପର ମହିଳା ଓ ସ୍ଥାନୀୟଅଞ୍ଚଳ ର ଅଧିବାସୀ ମାନେ ଯୋଗଦେଇ କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶଗ୍ରହଣ କରିଥିଲେ l ତେବେ ଏହି ସାରଳାଦାସ ସରୋବର ର ଚତୁଃପାର୍ଶ୍ୱରେ ଫୁଲଫଳ ର ବଗିଚା କରାଯିବା ସହିତ, ଭିତ୍ତିଭୂମି ର ବିକାଶ କରାଯାଇ ପର୍ଯ୍ୟଟକ ମାନଙ୍କ ମନୋରଞ୍ଜନ ର ବିଭିନ୍ନ କାର୍ଯ୍ୟକ୍ରମ ହେବାକୁ ଯାଉଛି ବୋଲି ସରପଞ୍ଚ ଶ୍ରୀମତୀ ମହାନ୍ତି ସୂଚନା ପ୍ରଦାନ କରିଅଛନ୍ତି

Leave a Reply

Your email address will not be published. Required fields are marked *