ମାହାଙ୍ଗା : ବିଶିଷ୍ଟ ସମାଜସେବୀ, କଳାନୁରାଗୀ, ବହୁ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ତଥା ରାଜନେତା ନିରଞ୍ଜନ ସ୍ବାଇଁଙ୍କ ଦ୍ଵାଦଶାହ ତିଥି ଅବସରରେ ଅଲିଯୋଡ଼ା ସ୍ଥିତ ଜେ. ଏନ. କଲେଜ ପଡିଆଠାରେ ଏକ ଭାବପୂର୍ଣ୍ଣ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ ଅଭୟ ଚରଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ମୃତି ସଭାରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ସ୍ୱର୍ଗତ ସ୍ୱାଇଁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ପ୍ରତି ଗଭୀର ଭକ୍ତିଅର୍ଘ୍ୟ ପ୍ରଦାନ କରିଥିଲେ। ସଭାରେ ସମ୍ମାନିତ ଓ ବିଶିଷ୍ଟ ଅତିଥି ଭାବେ ପ୍ରାକ୍ତନ ଆଇଏଏସ୍ ଉପେନ୍ଦ୍ର ନାଥ ବେହେରା, ପ୍ରାଧ୍ୟାପକ ଡକ୍ଟର ଯୁଧିଷ୍ଠିର ଖଟୁଆ, ପ୍ରାଧ୍ୟାପକ ଡକ୍ଟର ଭୁବନାନନ୍ଦ ସ୍ୱାଇଁ, ସାହିତ୍ୟିକ ଅଖିଳେଶ ମହାନ୍ତି, ଡକ୍ଟର ଭାବଗ୍ରାହୀ ରାଉତ, ପ୍ରାକ୍ତନ ଅଧ୍ୟକ୍ଷ ପ୍ରତାପ ଚୌଧୁରୀ, ନାଟ୍ୟକାର କିଶୋର ଚନ୍ଦ୍ର ଦାଶ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କିଶୋର ସିଂ, ସଂସ୍କୃତି ସଂଗଠକ ହୃଷିକେଶ ଲାଲ, ରାମଚନ୍ଦ୍ର ମହାପାତ୍ର, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଅଲେଖ ଚନ୍ଦ୍ର ଦାସ ଓ ସମାଜସେବୀ କୈଳାଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗଦେଇ କର୍ମଯୋଗୀ ନିରଞ୍ଜନ ସ୍ୱାଇଁଙ୍କ ଜୀବନାଦର୍ଶ, ସମାଜସେବା ଓ ଅଞ୍ଚଳର ବିକାଶ ଦିଗରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଚେୟାରମ୍ୟାନ ରାଜକିଶୋର ଜେନା, କବି ପ୍ରଶାନ୍ତ କୁମାର କର, ସମାଜସେବୀ ପ୍ରଶାନ୍ତ କୁମାର ପଟ୍ଟନାୟକ, ନାଟ୍ୟକାର ମନୋଜ ପଣ୍ଡା, ସରପଞ୍ଚ କମଳାକାନ୍ତ ଦାଶ, କବି ଗୌତମ ଜେନା, ସମବାୟ ସମିତି ସଭାପତି ରଜନୀକାନ୍ତ ପରିଡା, ପ୍ରାଧ୍ୟାପକ କାର୍ତ୍ତିକ ଚନ୍ଦ୍ର ବରାଳ, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ପଦ୍ମାଳଭ ବେହେରା, ସାମ୍ବାଦିକ ଧନେଶ୍ୱର ସେଠୀ, ଅଶୋକ ଦାଶ, ଲକ୍ଷ୍ମୀଧର ଖୁଣ୍ଟିଆ ଓ ଅଜୟ ମହାନ୍ତିଙ୍କ ସମେତ ତ୍ରିନାଥ ଜେନା, ଦେବଜ୍ୟୋତି ଦାସ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ରିଆଜୁଲ ହୋଦା, ଜଗବନ୍ଧୁ ସେଠୀ, ରତ୍ନାକର ସେଠୀ ଓ ସବିତା ଶତପଥୀ, ଗୌରାଙ୍ଗ ବେହୁରା ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ସ୍ୱାଇଁଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ହୃଷିକେଶ ସ୍ୱାଇଁ, ମୃତ୍ୟୁଞ୍ଜୟ ବରାଳ, ବଳରାମ ସ୍ୱାଇଁ, ହେମନ୍ତ ବେହେରା, ଗିରିଜା ପ୍ରସାଦ ମିଶ୍ର ଓ ବୃଷକେତୁ ସ୍ୱାଇଁ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ସ୍ୱର୍ଗତ ନିରଞ୍ଜନ ସ୍ୱାଇଁଙ୍କ ବିୟୋଗ ମାହାଙ୍ଗା ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସଭାରେ ଉପସ୍ଥିତ ବୁଦ୍ଧିଜୀବୀମାନେ ମତପ୍ରକାଶ କରିଥିଲେ।
