ଝଙ୍କଡ଼ : ମହିଳା ମାନଙ୍କୁ ଜନଆକ୍ରୋଶ ହୋଇଥିବା ଘଟଣା ର ପ୍ରତିବାଦରେ ଗତ ସୋମବାର ଅପରାହ୍ନରେ, ସାରଳାମଣ୍ଡଳ ବିଜେପି ଶାଖା ତରଫରୁ ଏକ ବିଶାଳଶୋଭାଯାତ୍ରା, କନକପୁର ପଞ୍ଚାୟତ ସମ୍ମୁଖସ୍ଥ ବସନ୍ତବଗିଚା ଠାରୁ ବାହାରି ଶହଶହ ମହିଳା ସ୍ଲୋଗାନଦେଇ, ଏଠାରେ ପହଞ୍ଚିବା ପରେ, ସାରଳାପୀଠ ରେ ଆୟୋଜିତ ଏକ ସମ୍ମିଳନୀ ମଞ୍ଚରେ ଏକତ୍ରିତ ହୋଇଥିଲେ l

ସାରଳାମଣ୍ଡଳ ବିଜେପି ସଭାପତି ଶୁଭ୍ରକାନ୍ତ ରଣା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟକୃଷକମୋର୍ଚ୍ଚା ର ଉପସଭାପତି ଅଶୋକ କୁମାର ମହାନ୍ତି, ସ୍ଥାନୀୟସରପଞ୍ଚ ରେବତୀ ମହାନ୍ତି, ଜିଲ୍ଲା ବିଜେପି ଉପସଭାପତି ରୂପକ ଖୁଣ୍ଟିଆ, ମଣ୍ଡଳ ଉପସଭାପତି ମିନୁବାଳା ସାହୁ, ମଣ୍ଡଳପ୍ରଭାରୀ ସରୋଜ ସ୍ୱାଇଁ, ନାରୀନେତ୍ରୀ କଳ୍ପନା ରାଉଳ, ରଘୁନାଥପୁର ମଣ୍ଡଳସଭାପତି ସରୋଜ ସାମଲ, ଜଗତସିଂହପୁର ମଣ୍ଡଳ ସଭାପତି ଗଗନ ବିଶ୍ୱାଳ, ଜିଲ୍ଲାମହିଳାମୋର୍ଚ୍ଚା ର ପୂର୍ବତନ ସଭାପତି କ୍ରିଷ୍ଣା ମହାନ୍ତି, ତିର୍ତ୍ତୋଲ ମଣ୍ଡଳସଭାପତି ତ୍ରିନାଥ ବାରିକ ଙ୍କ ସମେତ ଜଗତସିଂହପୁର ଜିଲ୍ଲାର ବିଜେପିମହିଳାମୋର୍ଚ୍ଚା ର ସଭାପତି କଳ୍ପନା ସର୍ଜ୍ଜନ ସିଂହ ସ୍ୱତନ୍ତ୍ର ନିମନ୍ତ୍ରିତ ଭାବେ ଯୋଗଦେଇ, କଂଗ୍ରେସ ଓ ବିଜେଡି ସାଂସଦ ମାନେ ଯେପରିଭାବରେ ଲୋକସଭା ରେ ମହିଳାସଂଗ୍ରକ୍ଷକ ବିଲ କୁ ବିରୋଧ କଲେ, ତାହାର ତୀବ୍ରନିନ୍ଦା କରିବାସହିତ କଟୁସମାଲୋଚନା କରିଥିଲେ l
ସାରଳା ମଣ୍ଡଳ ବିଜେପି ସମ୍ପାଦକ ଆନନ୍ଦମହାନ୍ତି ସମସ୍ତ ନେତୃବୃନ୍ଦ ଙ୍କୁ ମଞ୍ଚକୁ ସ୍ୱାଗତ କରିଥିଲେ l ଏହି ସମ୍ମିଳନୀ ରେ ମୂଳିସିଂହ, ବିରିତୋଳ, ସଅଁରା, ଗୋପାଳପୁର, ପଟିଲୋ, କୋଷ୍ଟିମଲ୍ଲିକା ପୁର, ଗୋବିନ୍ଦପୁର ଓ କନକପୁର ଆଦି ଆଠଗୋଟି ଗ୍ରାମପଞ୍ଚାୟତ ର ବିଜେପି ସମର୍ଥିତ ମହିଳା ମାନଙ୍କ ସମେତ ପ୍ରତିପଞ୍ଚାୟତ ର ଦଳୀୟ ସଭାପତି ମାନେ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶଗ୍ରହଣ କରିଥିବାର ଦେଖିବାକୁ ମିଳିଥିଲା l
