ଜନ୍ମଦିନରେ ପ୍ରେସମିଟ କରି ବଡ଼ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ, VB G RAM G ବିଲ୍‌…

ଭୁବନେଶ୍ୱର,୬/୧: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନ୍ମଦିନ । ତେବେ ବିଜେପି ପାର୍ଟି ଅଫିସ୍‌ରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବପୂର୍ଣ୍ଣ ପ୍ରେସମିଟ୍ କରିଛନ୍ତି । ନିକଟରେ ଏହି ବିଲ୍ ଆଇନରେ ପରିଣତ ହୋଇଥିବା ବେଳେ VB G RAM G ବିଲ୍‌ର ଉପକାରିତା ନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ।ଅନ୍ୟପଟେ ବିରୋଧୀଙ୍କୁ ମଧ୍ୟ ସିଧାସଳଖ ଟାର୍ଗେଟ କରିଛନ୍ତି । ବିରୋଧୀ କେବଳ ଅପପ୍ରଚାର କରୁଛନ୍ତି, ଆଉ କିଛି ନୁହେଁ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୂର୍ବରୁ […]

ସଂପୂର୍ଣ୍ଣ ପଢନ୍ତୁ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଭୁବନେଶ୍ବର, ୬/୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଓଡ଼ିଶାର ପରିଶ୍ରମୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ସେ ଓଡ଼ିଶାର ବିକାଶ ପଥକୁ ବୃଦ୍ଧି କରିବା ଏବଂ ରାଜ୍ୟର ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ଉଲ୍ଲେଖନୀୟ ପ୍ରୟାସ କରିଛନ୍ତି। ଲୋକଙ୍କ ସେବାରେ ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରୁଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ […]

ସଂପୂର୍ଣ୍ଣ ପଢନ୍ତୁ

ହୋଟେଲ ଉପରକୁ ବୋମାମାଡ଼

ବ୍ରହ୍ମପୁର, ୬/୧: ବ୍ରହ୍ମପୁରରେ ବୋମାମାଡ଼ । ବୈଦ୍ୟନାଥପୁର ଥାନା ସୁବାରାଓ ଛକରେ ଥିବା ହୋଟେଲ ଉପରକୁ ବୋମାମାଡ଼ ହୋଇଛି। ଗତକାଲି ରାତି ୧୦ଟା ୩୦ରେ ବୋମାମାଡ଼ ହୋଇଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଗତକାଲି ରାତିରେ ଉକ୍ତ ରେଷ୍ଟରାଣ୍ଟ ଭିତରେ ଲୋକମାନେ ଖାଉଥିବା ବେଳେ ବାହାରେ ପ୍ରଚଣ୍ଡ ଶବ୍ଦ ହୋଇଥିବା ଶୁଣିବାକୁ ମିଳିଥିଲା। ରେଷ୍ଟରାଣ୍ଟ ମ୍ୟାନେଜର ଓ କର୍ମଚାରୀ ବାହାରକୁ ଆସି ଦେଖିବା ବେଳେ ଦୁଇଜଣ ଯୁବକ ବାଇକରେ ଆସି ବୋମା ଫିଙ୍ଗି ଚମ୍ପଟ […]

ସଂପୂର୍ଣ୍ଣ ପଢନ୍ତୁ

ଦୁର୍ଘଟଣାରେ ସାମ୍ବାଦିକାଙ୍କ ସମେତ ଦୁଇ ମୃତ

ପିପିଲି, ୬/୧ : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁର ନିକଟ ଜମାଲପୁର ଗ୍ରାମ୍ୟଛକ ନିକଟରେ ରାସ୍ତାରେ ଯାଉଥିବା ଏକ ସ୍କୁଟି ଉପରେ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଚଢିଯାଇଛି। ଏଥିରେ ସାମ୍ବାଦିକାଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ ସାମ୍ବାଦିକା ହେଲେ ଶିଲା ପଟ୍ଟନାୟକ, ଅନ୍ୟ ଜଣଙ୍କର ପରିଚୟ ମିଳିପାରିନାହିଁ।ରାସ୍ତାରେ ବାଲି ଗଦା ହୋଇଥିବାରୁ ସ୍କୁଟିଟି ସ୍ଲିପ୍‌ କରିବା ପରେ ଦୁଇ ଜଣ ରାସ୍ତାକୁ ଛିଟିକି ପଡିଥିଲେ । […]

ସଂପୂର୍ଣ୍ଣ ପଢନ୍ତୁ

ଟ୍ୱିନ ସିଟିରେ ଲାଗିଲା କଟକଣା

ଭୁବନେଶ୍ୱର ୬/୧: ରାଜ୍ୟରେ ବଢୁଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଟ୍ୱିନ ସିଟିରେ କଟକଣା ଲଗାଯାଇଛି। ପ୍ରଦୂଷଣ ପାଇଁ ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ କନଷ୍ଟ୍ରକସନ କାମ ବନ୍ଦ ରହିବ । ବାହାରେ ଆବର୍ଜନା କିମ୍ବା ଢ଼ାବାରେ କୋଇଲା ଜାଳିବା ଉପରେ ମଧ୍ୟ କଟକଣା ଲଗାଯାଇଛି। ରାତିରେ ଭାରି ଯାନ ଚଳାଚଳ ଉପରେ ବି କଟକଣା ଲାଗିଛି ।ଜାତୀୟ ରାଜପଥ ଉପରେ ଦିନକୁ ୩ଥର କରାଯିବା ପାଣି ସିଞ୍ଚନ । ମ୍ୟୁନିସିପାଲଟି ଅଞ୍ଚଳରେ କୌଣସି ଭଙ୍ଗାରୁଜା […]

ସଂପୂର୍ଣ୍ଣ ପଢନ୍ତୁ

ନାବାଳିକା ଦୁଷ୍କର୍ମୀକୁ ମୃତ୍ୟୁ ଦଣ୍ଡାଦେଶ

ବରଗଡ, ୬/୧: ବରଗଡ଼ ଜିଲା ପାଇକମାଳ ଥାନା ଅଞ୍ଚଳରେ ଗତ ୨୦୨୪ ନଭେମ୍ବରରେ ହୋଇଥିବା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ମୃତ୍ୟୁ ଦଣ୍ଡାଦେଶ ହୋଇଛି। ପୋକ୍ସୋ ଅଦାଲତ ଏହାର ବିଚାର କରି ଆଜି ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ୩୭ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ମୃତ୍ୟୁ ଦଣ୍ଡାଦେଶ ହୋଇଛି। ପୀଡ଼ିତାଙ୍କ ପରିବାରକୁ ୧୫ ଲକ୍ଷ ସହାୟତା ଦେବାକୁ ଡିଏଲସିଏଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରାଞ୍ଚଳ ଆଇଜିଙ୍କ ନିର୍ଦ୍ଦେଶରେ ଏସ୍‌ପି ତଦନ୍ତର ତଦାରଖ କରୁଥିଲେ।ସୂଚନା ଅନୁସାରେ […]

ସଂପୂର୍ଣ୍ଣ ପଢନ୍ତୁ

ପୀତବାସ ପଣ୍ଡା ହତ୍ୟା ମାମଲା: ୭୫ ଦିନରେ ଦାଖଲ ହେଲା ପ୍ରାଥମିକ ଚାର୍ଜସିଟ୍‌

ବ୍ରହ୍ମପୁର, ୫/୧: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଆଜି ପୁଲିସ କୋର୍ଟରେ ପ୍ରାଥମିକ ଚାର୍ଜସିଟ୍‌ ଦାଖଲ କରିଛି। ତଦନ୍ତକାରୀ ଅଧିକାରୀ ତଥା ଟାଉନ୍‌ ଏସ୍‌ଡିପିଓ ପୀୟସ୍‌ ରଂଜନ ଛୋଟରାୟଙ୍କ ନେତୃତ୍ବରେ ଏକ ଟିମ୍‌ ଦୁଇଟି ଟ୍ରଙ୍କ ଭର୍ତ୍ତି ଚାର୍ଜସିଟ୍‌ ଦାଖଲ କରିଛନ୍ତି। ସେଥିରେ ମୂଳ ଚାର୍ଜସିଟ୍‌ ସହ ୧୮ଟି କପି ରହିଛି। ମୂଳ ଚାର୍ଜସିଟ୍‌ ପ୍ରାୟ ୧୬୬୬ ପୃଷ୍ଠାର ରହିଛି। ୭୫ଦିନ ମଧ୍ୟରେ ଏହା ଦାଖଲ କରାଯାଇଛି। ସମୁଦାୟ ୧୮ଟି ଚାର୍ଜସିଟ୍‌ କପି ପ୍ରାୟ ୩୦ହଜାର […]

ସଂପୂର୍ଣ୍ଣ ପଢନ୍ତୁ

୧୦ସୁଦ୍ଧା ଆଉ ୧୨ଜିଲ୍ଲାରେ ଧାନ ସଂଗ୍ରହ: ଖରିଫ ଧାନକିଣା ସ୍ଥିତିର ସମୀକ୍ଷା କଲେ ମୁଖ୍ୟ ସଚିବ ଶ୍ରୀମତୀ ଅନୁର୍ଗଗ

ଭୁବନେଶ୍ୱର ୫/୧: ଜାନୁଆରି ୧୦ ସୁଦ୍ଧା ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ମଣ୍ଡିରେ ଧାନକିଣା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନି‌6ର୍ଦ୍ଦଶ ଦେଇଛନ୍ତି। ହେଲେ ଏବେ ସୁଦ୍ଧା ୧୮ଟି ଜିଲ୍ଲାରେ ଧାନକିଣା ଆରମ୍ଭ ହୋଇଛି। ହାତରେ ଆଉ ସପ୍ତାହେରୁ କମ୍ ସମୟ ଥିବାବେଳେ ବାକି ୧୨ଟି ଜିଲ୍ଲାରେ କିପରି ଧାନ କିଣା ଆରମ୍ଭ ହେବ ସେ ଚିନ୍ତା ଏବେ ଯୋଗାଣ ବିଭାଗକୁ ଘାରିଛି। ଏପରିକି ଏନେଇ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇନଥିବାରୁ କିପରି ସବୁ ଜିଲ୍ଲାରେ ଆସନ୍ତା […]

ସଂପୂର୍ଣ୍ଣ ପଢନ୍ତୁ

କନ୍ଧମାଳ ମହୋତ୍ସବ–୨୦୨୬ ପାଇଁ ମିନି ମାରାଥନ

ଘୁ. ଉଦୟଗିରି, ୫/୧: କନ୍ଧମାଳ ମହୋତ୍ସବ–୨୦୨୬କୁ ନେଇ କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିରେ ଉତ୍ସାହ ଓ ଆନନ୍ଦର ମାହୋଲ ଦେଖାଦେଇଛି। ଏହି ଅବସରରେ ପ୍ରଶାସନ ପକ୍ଷରୁ ଏକ  ମଶାଲକୁ ସ୍ୱାଗତ କରାଯିବା ସହ ଏକ ମିନି ମାରାଥନ ର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମର ଆରମ୍ଭରେ ରାଇକିଆ ଠାରୁ କନ୍ଧମାଳ ମହୋତ୍ସବର ମାସ୍କଟ ଓ ମଶାଲ ଘୁମୁସର ଉଦୟଗିରିରେ ପହଞ୍ଚିଥିଲା। ପୂର୍ବରୁ ପ୍ରଶାସନ ତରଫରୁ ଆୟୋଜିତ ଏକ ମିନି ମାରାଥନ ପଦାସାହି ଠାରୁ ଆରମ୍ଭ ହୋଇ ନୂଆହାଟ ନିକଟସ୍ଥ ନାୟାରା ପେଟ୍ରୋଲ ପମ୍ପ […]

ସଂପୂର୍ଣ୍ଣ ପଢନ୍ତୁ

ସଫେଇ ପାଇଁ ଦେୟ ଆଦାୟ କରିବ ବିଏମସି

ଭୂବନେଶ୍ଵର, ୫/୧: ଏଣିକି ଉପଭୋକ୍ତା ମାନଙ୍କ ପାଖରୁ ଅଳିଆ ସଫେଇ ପାଇଁ ଦେୟ ଆଦାୟ କରିବ ଭୁବନେଶ୍ୱର ମହାନଗର ନିଗମ । ଏନେଇ ନୂଆ ତାଲିକା ମଧ୍ୟ ଜାରି କରିଛି ବିଏମସି ।ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ଘର, ସପିଂ ମଲ, ହାଟ, ହୋଟେଲ, କ୍ୟାଫେ ଆଦିରୁ ସଫେଇ ପାଇଁ ଦେୟ ଆଦାୟ କରିବ ବିଏମସି । ପ୍ରତି ଜାଗାରୁ ଅଳିଆ ସଫେଇ ବାବଦରେ ଏହି ଦେୟ ଆଦାୟ କରିବ ବିଏମସି । ୨୦୧୮ର ବାଇ […]

ସଂପୂର୍ଣ୍ଣ ପଢନ୍ତୁ