କୋଣାର୍କ ସୂର୍ଯ୍ୟମନ୍ଦିର ପ୍ରବେଶ ଶୁକ୍ଳ ଛାଡ

କୋଣାର୍କ, ୧୯/୧୧: ଆଜିଠୁ ବିଶ୍ୱ ଐତିହ୍ୟ ସପ୍ତାହ ଆରମ୍ଭ ହୋଇଛି। ଏହି ଅବସରରେ ଆଜି କୋଣାର୍କ ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି। ଏଏସଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପର୍ଯ୍ୟଟକ ମାନଙ୍କୁ ଗୋଟିଏ ଦିନ ପାଇଁ ପ୍ରବେଶ ଶୁଳ୍କ ଛାଡ଼ ହୋଇଥିବା କୋଣାର୍କ ସଂରକ୍ଷଣ ଅଧିକାରୀ ତ୍ରୈଲୋକ୍ୟ ନାଥ ବେହେରା ପ୍ରକାଶ କରିଛନ୍ତି। ଦିଲ୍ଲୀରେ ଆତଙ୍କବାଦୀ ବିସ୍ଫୋରଣ ଘଟଣାକୁ ଆଖି ଆଗରେ ରଖି ସୂର୍ଯ୍ୟ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ମଙ୍ଗଳବାର ଅପରାହ୍ନରେ ପୁରୀ […]

ସଂପୂର୍ଣ୍ଣ ପଢନ୍ତୁ

ରଣଜୀ ଟ୍ରଫି : ଓଡିଶାର ପ୍ରଥମ ବିଜୟ

ଭୁବନେଶ୍ୱର, ୧୯/୧୧: ରଣଜୀ ଟ୍ରଫିରେ ଚଳିତ ସିଜନରେ ଓଡିଶାର ପ୍ରଥମ ବିଜୟ ହୋଇଛି। ନାଗାଲାଣ୍ଡକୁ ୨୯୯ ରନରେ ଓଡିଶା ହରାଇଛି। ପ୍ରଥମେ ବ୍ୟାଟିଂ କରି ଓଡିଶା ପ୍ରଥମ ଇନିଂସରେ ୨୭୫ ରନ କରିଥିଲା । ଏହାର ଜବାବରେ ନାଗାଲାଣ୍ଡ ୧୬୧ ରନ କରିବାକୁ ସକ୍ଷମ ହୋଇଥିଲା । ଦ୍ୱିତୀୟ ଇନିଂସରେ ଓଡିଶା ୫ ୱିକେଟ ବିନିମୟରେ ୩୫୦ ରନ କରି ପାରୀ ଘୋଷଣା କରିଥିଲା । ଅଧିନାୟକ ଶୁଭ୍ରାଂଶୁ ସେନାପତି(୧୩୭) ଓ ସ୍ୱସ୍ତିକ ସାମଲ (୧୬୯)ଶତକ ହାସଲ […]

ସଂପୂର୍ଣ୍ଣ ପଢନ୍ତୁ

ଡିସେମ୍ବର ୨୫ରୁ ଖୋଲିବ ମଣ୍ଡି

ଭୁବନେଶ୍ୱର, ୧୯/୧୧:ଆସନ୍ତା ଡିସେମ୍ବର ୨୫ ତାରିଖରୁ ଖୋଲିବ ମଣ୍ଡି। ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି। ସେ କହିଛନ୍ତି ଧାନ କିଣିବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ମିଲରଙ୍କୁ ଗୋଦାମ ଖାଲି କରିବାକୁ ଦାୟିତ୍ଵ ଦିଆଯାଇଛି। ଗତ ବର୍ଷ ଅପେକ୍ଷା ଚଳିତବର୍ଷ ଅଧିକ ଧାନ ଚାଷ ହୋଇଛି। ଯେଉଁମାନେ ପଞ୍ଜୀକରଣ କରିଛନ୍ତି। ସମସ୍ତଙ୍କ ଠାରୁ ଧାନ କିଣାଯିବ। ୩୨ଟି ମଡେଲ ମଣ୍ଡି ପାଇଁ ଟେଣ୍ଡର ଦିଆଯାଇଛି। ଏଥିପାଇଁ ୩୦୦ କୋଟି ଟଙ୍କା ବ୍ୟୟବରାଦ […]

ସଂପୂର୍ଣ୍ଣ ପଢନ୍ତୁ

ସାପ କାମୁଡିଲେ ୧୦ ଲକ୍ଷ

ଭୁବନେଶ୍ଵର, ୧୯/୧୧: ସାପ କାମୁଡା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି ୧୦ ଲକ୍ଷକୁ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏ ନେଇ ସୂଚନା ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, କ୍ଷତିପୂରଣ ରାଶି ବୃଦ୍ଧି ପ୍ରସ୍ତାବକୁ ରାଜ୍ୟ ସରକାର ସମୀକ୍ଷା କରୁଛନ୍ତି। ଏହି ରାଶି ବୃଦ୍ଧି ପାଇଁ ଓଡ଼ିଶା ସରକାର ପୂର୍ବରୁ କେନ୍ଦ୍ରକୁ ଚିଠି ଲେଖି ସୁପାରିଶ କରିଥିଲେ।ବର୍ତ୍ତମାନ କ୍ଷତିପୂରଣ ରାଶି ୪ ଲକ୍ଷ ମିଳୁଥିବାବେଳେ ୧୦ ଲକ୍ଷ […]

ସଂପୂର୍ଣ୍ଣ ପଢନ୍ତୁ

ଏଥର କଂସ ହେବେ ସୁଶୀଲ ମେହେର

ବରଗଡ, ୧୮/୧୧: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ପାଇଁ ପରବର୍ତ୍ତୀ କଂସ ଭାବେ ଚୟନ ହୋଇଛନ୍ତି ସୁଶୀଲ ମେହେର । ଚଳିତ ବର୍ଷ ନୂଆ କଂସ ହେବେ ସୁଶୀଲ ମେହେର, ଧନୁଯାତ୍ରା ପାଇଁ କଳାକାର ଚୟନ ଅନୁଷ୍ଠିତ ହୋଇଥିଲା, ଏଥିରେ ବାଜି ମାରିଛନ୍ତି ସୁଶୀଲ, ଏନେଇ ଉପଜିଲ୍ଲାପାଳ ତାଙ୍କ ନାମ ଘୋଷଣା କରିଛନ୍ତି । ୭୮ତମ ଧନୁଯାତ୍ରାରେ ମହାନାୟକ ନାୟକ ହେବେ ସୁଶୀଲ ମେହେର । ୩ବର୍ଷ ପାଇଁ କଂସ ଭୂମିକାରେ ଅଭିନୟ କରିବେ ବରଗଡ ଜିଲା ଭେଡେନ […]

ସଂପୂର୍ଣ୍ଣ ପଢନ୍ତୁ

ସଚ୍ଚୋଟ ଓ ସାଧୁତା ପାଇଁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୧୮/୧୧: ଲୋକସେବା ଭବନରେ ଅନୁଷ୍ଠିତ ଜିଲ୍ଲାପାଳ-ଏସପି ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ଜିଲ୍ଲାପାଳଙ୍କୁ କିଛି ଟାକ୍ସ ଦେଇଛନ୍ତି । ଦୁର୍ନୀତି ହଟାଅ, ସଚ୍ଚୋଟ ଓ ସାଧୁତା ପାଇଁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ନୀତିରେ ସରରକାର ବଦନାମ ହେଲେ ବରଦାସ୍ତ କରାଯିବନି । ଅଧିକ ଫିଲ୍ଡ ଭିଜିଟ୍‌ କରିବାକୁ ପରାମର୍ଶ ଦେଇଛନ୍ତି । ଶାସନ ପ୍ରଶାସନରେ ଟେକ୍ନୋଲୋଜିର ବ୍ୟବହାରକୁ ଗୁରୁତ୍ୱ ଦେବାକୁ କହିଛନ୍ତି । ଜିଲାସ୍ତରରେ ଲୋକଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ସାଲିଆ ସାହିରେ ବୁଲଡୋଜର, ଭଙ୍ଗାଯିବ ୫୧୭ ଘର

ଭୁବନେଶ୍ବର, ୧୮/୧୧: ଉଚ୍ଛେଦ ହେବ ସାଲିଆ ସାହି। ଏକାମ୍ର କାନନରୁ ଅନ୍ଧାରୁଆ ୧୩ କିଲୋମିଟର ପର୍ଯ୍ୟନ୍ତ ଲେଫ୍ଟ ପାରାଲାଲ ରାସ୍ତା ପାଇଁ ଏହି ଉଚ୍ଛେଦ ଆରମ୍ଭ କରିଛି ବିଏମସି ଓ ବିଡିଏ । କୌଣସି ଅପ୍ରିତିକର ପରିସ୍ଥିତି ଏଡାଇବାକୁ ଘଟଣାସ୍ଥଳରେ ୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଆଜିଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବାକି ଥିବା ଆଉ ପାଖାପାଖି ୫୧୭ ଘର ମିଳିତ ଟିମ୍ ଉଛେଦ କରିବ ମିଳିତ ଟିମ୍ । ଉଚ୍ଛେଦରେ […]

ସଂପୂର୍ଣ୍ଣ ପଢନ୍ତୁ

୧୦ ଅଭିଯୁକ୍ତଙ୍କ ନାଁରେ ଏନ୍‌ଆଇଏ ଚାର୍ଜସିଟ୍

ଭୁବନେଶ୍ଵର, ୧୮/୧୧ : ବାଂଲାଦେଶୀ ନାବାଳିକା ଚାଲାଣ ଅଭିଯୋଗରେ ୧୦ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଛି। ଭୁବନେଶ୍ଵର ସ୍ପେଶାଲ କୋର୍ଟରେ ଏନ୍‌ଆଇଏ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି। ବାଂଲାଦେଶୀ ନାବାଳିକା ମାନଙ୍କୁ ଚାକିରି ଦେବା ନାଁରେ ଆଣି ଅନୈତିକ କାର୍ଯ୍ୟରେ ଲଗାଉଥିବା ଅଭିଯୋଗ ହୋଇଛି। ସେମାନେ ଗରିବ ପରିବାରର ହୋଇଥିବାରୁ ଫାଇଦା ଉଠାଇବା ଲାଗି ଉଦ୍ୟମ କରାଯାଉଥିଲା। ପୂର୍ବରୁ ଓଡିଶା ପୁଲିସ୍‌ ୬ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଥିଲା। ପରେ ଏହି ମାମଲାକୁ ଏନ୍‌ଆଇଏକୁ […]

ସଂପୂର୍ଣ୍ଣ ପଢନ୍ତୁ

କନକପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଅବ୍ୟବସ୍ଥା ଓ ଅଚଳାବସ୍ଥା : ରୋଗୀସେବା ବ୍ୟାହତ

ଝଙ୍କଡ଼,୧୮/୧୧: ଝଙ୍କଡ଼ ସାରଳାପୀଠ କନକପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ବ୍ୟାପକ ଅବ୍ୟବସ୍ଥା ଓ ଅଚଳାବସ୍ଥା ପରିଲକ୍ଷିତ ହୋଇଛି l ଡାକ୍ତର ଆସନ୍ତୁ କି ନଆସନ୍ତୁ, ଥାଆନ୍ତୁ କି ନଥାଆନ୍ତୁ, ଦୀର୍ଘ ବର୍ଷବର୍ଷ ଧରି ନିତ୍ୟ ଓ ନିରନ୍ତର ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଥିଲେ, ଏଠାରେ ଥିବା ଜଣେ ନିଷ୍ଠାପର ଓ କର୍ତ୍ତବ୍ୟରତ ଫାର୍ମାସିଷ୍ଟ ଦାସ ବାବୁ l ଯେମିତି ମେଳାପି, ମିଷ୍ଟଭାଷୀ ଓ ସମୟାନୁବର୍ତ୍ତୀ ଫାର୍ମାସିଷ୍ଟ ଏହି ମେଡିକାଲ ରେ ଯୋଗଦେବା ପରଠାରୁ, ଆଖପାଖ ପାଞ୍ଚ ସାତ ଟି […]

ସଂପୂର୍ଣ୍ଣ ପଢନ୍ତୁ

ଗାଡିପାର୍କିଙ୍ଗ ସ୍ଥାନ ବସନ୍ତବଗିଚାର ଉନ୍ନତିକରଣ ହେବ କେବେ ?

ଝଙ୍କଡ଼, ୧୮/୧୧: ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଙ୍କ ଦର୍ଶନ ନିମନ୍ତେ ପ୍ରତିଦିନ ସହସ୍ରାଧିକ ଯାତ୍ରୀ ଓ ପର୍ଯ୍ୟଟକଙ୍କ ସମେତ ଶହଶହ ସଂଖ୍ୟାରେ ଜାନବାହାନ ଗୁଡିକ ଏଠାକୁ ଆସିଥାଏ l ବିଶେଷକରି, ମହାବିଷୁବ ପଣାସଂକ୍ରାନ୍ତି, ରଜପର୍ବ, ଶାରଦୀୟ ପାର୍ବଣ ର ମହାଷ୍ଟମୀ, ଇଂରାଜୀ ନବବର୍ଷ ଓ ମକରସଂକ୍ରାନ୍ତି ଆଦି ଯାନିଯାତ୍ରା ଓ ପର୍ବପର୍ବାଣୀ ଦିନମାନଙ୍କରେ ସହସ୍ରl ଧିକ ଜାନବାହାନ ଆସୁଥିବାରୁ, ମନ୍ଦିର ପ୍ରଶାସନ ତରଫରୁ ବସନ୍ତବଗିଚା ଠାରେ ଗାଡି ପାର୍କିଙ୍ଗ ନିମନ୍ତେ ନିଲାମ କରାଯାଇଥାଏ […]

ସଂପୂର୍ଣ୍ଣ ପଢନ୍ତୁ