ଭୁବନେଶ୍ୱର, ୧୯/୧୧: ରଣଜୀ ଟ୍ରଫିରେ ଚଳିତ ସିଜନରେ ଓଡିଶାର ପ୍ରଥମ ବିଜୟ ହୋଇଛି। ନାଗାଲାଣ୍ଡକୁ ୨୯୯ ରନରେ ଓଡିଶା ହରାଇଛି। ପ୍ରଥମେ ବ୍ୟାଟିଂ କରି ଓଡିଶା ପ୍ରଥମ ଇନିଂସରେ ୨୭୫ ରନ କରିଥିଲା । ଏହାର ଜବାବରେ ନାଗାଲାଣ୍ଡ ୧୬୧ ରନ କରିବାକୁ ସକ୍ଷମ ହୋଇଥିଲା । ଦ୍ୱିତୀୟ ଇନିଂସରେ ଓଡିଶା ୫ ୱିକେଟ ବିନିମୟରେ ୩୫୦ ରନ କରି ପାରୀ ଘୋଷଣା କରିଥିଲା । ଅଧିନାୟକ ଶୁଭ୍ରାଂଶୁ ସେନାପତି(୧୩୭) ଓ ସ୍ୱସ୍ତିକ ସାମଲ (୧୬୯)ଶତକ ହାସଲ କରିଥିଲେ । ଏଥିସହ ଓଡିଶା ୪୬୫ ରନର ବିଜୟ ଲକ୍ଷ୍ୟ ନାଗାଲାଣ୍ଡ ସମ୍ମୁଖରେ ରଖିଥିଲା ।ମ୍ୟାଚର ଅନ୍ତିମ ଦିବସରେ ନାଗାଲାଣ୍ଡ ମ୍ୟାଚ ଡ୍ର କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଓଡିଶା ବୋଲର ଚମତ୍କାର ବୋଲିଂ ପ୍ରଦର୍ଶନ କରି ୧୬୫ ରନରେ ଅଲଆଉଟ କରି ଦେଇଥିଲେ । ଦଳ ପକ୍ଷରୁ ଡେଗା ନିଶ୍ଚଳ ସର୍ବାଧିକ ୫୨ ରନ କରିଥିଲେ । ଗୋବିନ୍ଦ ପୋଦ୍ଦାର ଓଡିଶା ପକ୍ଷରୁ ସର୍ବାଧିକ ୫ଟି ୱିକେଟ ଅକ୍ତିଆର କରିଥିଲେ । ବାଦଲ ବିଶ୍ୱାଳ ୩ଟି ଓ ସମ୍ବିତ ବରାଳ ଗୋଟିଏ ୱିକେଟ ନେଇଥିଲେ । ଶତକ ହାସଲ କରି ସ୍ଵସ୍ତିକ ସାମଲ ପ୍ଲେୟାର ଅଫ୍ ଦ ମ୍ୟାଚ୍ ହୋଇଛନ୍ତି। ୫ ମ୍ୟାଚରୁ ୭ ପଏଣ୍ଟ ସହ ଓଡିଶା ଷଷ୍ଠ ସ୍ଥାନକୁ ଯାଇଛି।
