ଝଙ୍କଡ଼ : ଗତ ଦୁଇତାରିଖ ଠାରୁ ଆରମ୍ଭ ହୋଇଥିବା ଚନ୍ଦନଯାତ୍ରା ମହୋତ୍ସବ 2026 ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ର ଷଷ୍ଠସଂଧ୍ୟାରେ, କଟକ ପୁଷ୍ପାଞ୍ଜଳି ଭଜନ ମଞ୍ଚ ର ଖ୍ୟାତନାମା କଳାକାର ମାନଙ୍କ ଦ୍ୱାରା ଏକ ମନୋଜ୍ଞ ଭକ୍ତିସଙ୍ଗୀତ ର ଆସର ଅନୁଷ୍ଠିତ ହୋଇଯାଇଛି l ପ୍ରଯୋଜକ ମନୋଜକୁମାର ସାହୁ ( ବାପି ) ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଆୟୋଜିତ ଏହି ଆସର ରେ ପଣ୍ଡିତ ଯତୀନ କୁମାର ପାଢ଼ୀ ଉପସ୍ଥାପନା କରିଥିବାବେଳେ, ସୁବ୍ରତ ତ୍ରିପାଠୀ, ସୁଭଦ୍ରା ନାୟକ, ସୁଧୃତି ସତଭିକ୍ଷା ଦଳାଇ ଓ ମନୋଜ ସାହୁ ଙ୍କ କଣ୍ଠଦାନ ରେ ଭକ୍ତିସଙ୍ଗୀତ ପରିବେଷଣ କରାଯାଇଥିଲା l ପ୍ରହଲ୍ଲାଦ ମଲ୍ଲିକ, ମନେଶ୍ ଖଟୁଆ, ସତ୍ୟବ୍ରତ, ପୁଅ, କିଶୋର, ଓ ବିଶ୍ଵପ୍ରକାଶ ମହାନ୍ତି ବାଦ୍ୟଯନ୍ତ୍ର ପରିଚାଳନା କରିଥିଲେ l ଏହି ଅବସରରେ ମାଆଙ୍କ ପୂଜାପଣ୍ଡା ମହେନ୍ଦ୍ର ପଣ୍ଡା ଓ ଯୁବସେବାୟତ ଅନନ୍ତ ଚରଣ ରାଉଳ ସମସ୍ତ କଳାକାର ମାନଙ୍କୁ ମହୋତ୍ସବକମିଟି ତରଫରୁ ମାଆଙ୍କ ପଣତକାନି, ଫଟୋଚିତ୍ର ଓ ମାଲ୍ୟାର୍ପଣ କରି ସମ୍ମାନୀତ ଓ ସମ୍ବର୍ଦ୍ଧିତ କରିଥିଲେ l ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଏହି ଭକ୍ତିସଙ୍ଗୀତ ର ଆସର, ମାଆଙ୍କ ଚନ୍ଦନଯାତ୍ରା କୁ ଉତ୍ସବ ମୁଖରିତ କରିଥିଲା l
