ଆମ ଓଡ଼ିଶା ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଜନ୍ମୋତ୍ସବ ପାଳିତ

ରାଜ୍ୟ
Spread the love

ମାହାଙ୍ଗା  : ମାହାଙ୍ଗା ବ୍ଲକ ଅନ୍ତର୍ଗତ ବରାହିପୁର ଠାରେ ଆଜି ସମ୍ବାଦ-ଆମ ଓଡ଼ିଶା ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ୭୫ ତମ ଜନ୍ମୋତ୍ସବ ଆଜି ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଓଡିଶା ଜନସେବା ମଞ୍ଚ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ଜନସେବା ମଞ୍ଚର ସଭାପତି ଡ଼ଃ ଭାବଗ୍ରାହୀ ରାଉତ । ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପକ ଡ଼ଃ ଜନାର୍ଦ୍ଦନ ରାଉତ ଯୋଗଦେଇ କହିଲେ ସମ୍ବାଦର ପ୍ରତିଷ୍ଠାତା ସୌମ୍ୟ ବାବୁ ସମଗ୍ର ରାଜ୍ୟରେ ଜଣେ ପରିଚିତ ବ୍ୟକ୍ତିତ୍ୱ । ତାଙ୍କ ଉଦ୍ୟମରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଅନେକ ବିକାଶ ମୂଳକ କାର୍ଯ୍ୟକ୍ରମ ସମ୍ପାଦିତ ହୋଇ ଆସୁଛି ବୋଲି କହିବା ସହିତ ଶ୍ରୀ ପଟ୍ଟନାୟକଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ । ମୁଖ୍ୟବକ୍ତା ଭାବେ ସାହିତ୍ୟିକ ତଥା ସାମ୍ବାଦିକ ଅଖିଳେଶ ପଦ ମହାନ୍ତି ଯୋଗଦେଇ ସମାଜ ପାଇଁ ଶ୍ରୀ ପଟ୍ଟନାୟକଙ୍କ ଉତ୍ସର୍ଗିକୃତ ଜୀବନ ଯୁବକ ଓ ଛାତ୍ର ମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଥିଲେ ।

ସମ୍ମାନୀତ ଅତିଥି ଭାବେ ସମାଜସେବୀ ହିମାଂଶୁ ଶେଖର ଦାଶ,କବି ପ୍ରଶାନ୍ତ କୁମାର କର, କବି ଅକ୍ଷୟ କୁମାର ଖଟୁଆ,ସମାଜସେବୀ ନଳିନୀକାନ୍ତ ନାୟକ, ଭାଗିରଥି ପ୍ରଧାନ, କମ୍ରେଡ଼ ଆଦିକନ୍ଦ ମଲ୍ଲିକ ଓ ପ୍ରକାଶ ଚନ୍ଦ୍ର ସାମଲ ପ୍ରମୁଖ ଯୋଗଦେଇ ଶ୍ରୀ ପଟ୍ଟନାୟକଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ତାଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ବିଭିନ୍ନ ଆଲୋଚନା କରିଥିଲେ । ସାମ୍ବାଦିକ ଭକ୍ତ ଚରଣ ସାହୁ ଅତିଥି ପରିଚୟ ସହିତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ପ୍ରାରମ୍ଭରେ ବେତାର କଣ୍ଠଶିଳ୍ପୀ ଅଜୟ କୁମାର ଜେନା ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ । ଶେଷରେ ଧନ୍ୟବାଦ ଦେଇଥିଲେ ଶିକ୍ଷାୟିତ୍ରୀ ବାଣୀ ରାଉତ । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ସାମ୍ବାଦିକ ଧନେଶ୍ୱର ସେଠୀ, ଆଶିଷ କୁମାର ପଣ୍ଡା, ଦିବାକର ରାଉତ, ଅକ୍ଷୟ କୁମାର ରାଉଳ, ଶ୍ୟାମ ସୁନ୍ଦର ପଲେଇ, ଆଇନଜୀବୀ ଦୀପକ କୁମାର ମହାନ୍ତି, ଭଞ୍ଜ କିଶୋର ଖଣ୍ଡାଇ, ବିଦ୍ୟାଧର ବେହେରା, ରଶ୍ମିତା ଖଣ୍ଡାଇ, ରାମଚନ୍ଦ୍ର ପରିଡା,ରଞ୍ଜିତ ସାହୁ,ବାସୁଦେବ ରାଉତ,ବାସୁଦେବ ସ୍ୱାଇଁ, ମମତା ରାଉତ, ବିଦ୍ୟୁଲତା ସ୍ୱାଇଁ, କନକଲତା ଜଟ,ମଞ୍ଜୁଲତା ପରିଡା, ସତ୍ୟଭାମା ରାଉତ,ହେମଲତା ଜେନା, ଖଗେଶ୍ୱର ସ୍ୱାଇଁ ଓ ଚନ୍ଦନ ମଲ୍ଲିକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସୌମ୍ୟ ରଞ୍ଜନ ବାବୁଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ ।

Leave a Reply

Your email address will not be published. Required fields are marked *