ମନାଲିରେ ଅନୁଷ୍ଠିତ ଆନ୍ତଃରାଜ୍ୟ କ୍ରୀଡ଼ାରେ ଓଡ଼ିଆ କ୍ରୀଡ଼ାବିତଙ୍କ ସଫଳତା

କନ୍ଧମାଳ ଖେଳ ରାଜ୍ୟ
Spread the love

ଫୁଲବାଣୀ, ୨୯/୧୨: ରାଜ୍ୟ ଦୁଃସାହସିକ ସଂଘ ଫୁଲବାଣୀ ଓ ୟୁଥ୍‌ ଆଡ଼ଭେଞ୍ଚର ଏବଂ ମାଉଣ୍ଟେନିୟରିଂ ଆସୋସିଏସନ୍‌, ହରିୟାଣାର ମିଳିତ ଆନୁକୂଲ୍ୟରେ ଏକ ଆନ୍ତଃରାଜ୍ୟ ଦୁଃସାହାସିକ କ୍ରୀଡ଼ା ଉତ୍ସବ ହିମାଚଳ ପ୍ରଦେଶର ମନାଲିଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଦୁଃସାହସିକ ସଂଘ, ଫୁଲବାଣୀ ତରଫରୁ ୬୨ ଜଣ କ୍ରୀଡ଼ାବିତ୍‌ ଏଥିରେ ଯୋଗଦାନ କରିଥିଲେ। ଉକ୍ତ ଆନ୍ତଃରାଜ୍ୟ ଦୁଃସାହିକ କ୍ରୀଡ଼ା ଉତ୍ସବରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ଦୁଃସାହସିକ କ୍ରୀଡ଼ା ଯଥା ପର୍ବତାରୋହଣ, କମାଣ୍ଡେ ଅବଷ୍ଟ୍ରାକଲ୍‌, ରକ୍‌କ୍ଲାଇଂମ୍ବିଂ ରେପଲିଂ, ମଙ୍କିକ୍ରାଉଲିଂ, ଜିପ୍‌ଲାଇନ୍‌ ଇତ୍ୟାଦିରେ ସଫଳତାର ସହ କ୍ରୀଡ଼ାବିତ୍‌ମାନେ ଭାଗନେଇ ଜାତୀୟସ୍ତରରେ କନ୍ଧମାଳ ନାଁ ରଖିଛନ୍ତି।ଉକ୍ତ କାର୍ଯ୍ୟକ୍ରମକୁ ରାଜ୍ୟ ଦୁଃସାହସିକ ସଂଘ ଓଡ଼ିଶାର କାର୍ଯ୍ୟକ୍ରମ ଅଧିକାରୀ ଅଶ୍ୱିନୀ କୁମାର ମେକପ୍‌ ପରିଚାଳନା କରିଥିବା ବେଳେ ପ୍ରଶିକ୍ଷକ ଜ୍ୟୋତି ରଞ୍ଜନ ସାସମଲ, ଟିମ୍‌ ମ୍ୟାନେଜର୍‌ ବିପ୍ର ଚରଣ ବେହେରା, ମହମ୍ମଦ ହାଫିସ୍‌ ଏବଂ କଳ୍ପନା ମହାନ୍ତି ସହଯୋଗ କରିଥିଲେ। ସର୍ବକନିଷ୍ଠ ଦୁଃସାହସିକ କ୍ରୀଡ଼ାବିତ୍‌ଭାବେ ବ୍ରହ୍ମପୁରର ଅର୍ଣ୍ଣେସ୍‌ ପାଣିଗ୍ରାହୀ, ଫୁଲବାଣୀର ହାୟାତୁ ନିଶା ଏବଂ ଜି.ଉଦୟଗିରିର ହରପ୍ରିୟା ବେହେରା ସମ୍ମାନିତ ହୋଇଥିବାବେଳେ କନିଷ୍ଠ ବର୍ଗରେ ନୟାଗଡ଼ର ଅଂଶୁମାନ ମିଲ୍ଲିକ, ଫୁଲବାଣୀର ହୁସନାରା ବେଗମ୍‌, ଜି. ସାଇକିରଣ ରାଓ, ଅମିତ୍‌ କୁମାର ରଥଏବଂ ଅଭିଳାଷ ମହାନ୍ତି ପୁରସ୍କୃତ ହୋଇଥିଲେ।

ମହିଳା ବର୍ଗରେ ବ୍ରହ୍ମପୁରର ଲୋପାମୁଦ୍ରା ପଣ୍ଡା, ନୟାଗଡ଼ର ଜ୍ୟୋତ୍ସ୍ନାରାଣୀ କହଁର, ଫୁଲବାଣୀର ସୁରଜା ପାଢ଼ୀ, ଚାନ୍ଦିନୀ ରଥ, ଲିଙ୍କୁ ରଥ, ବାଲିଗୁଡ଼ାର ପ୍ରିୟାଂଶି ଚୌଧୁରୀ ଏବଂ ପୁରୁଷ ବର୍ଗରେ ମହମ୍ମଦ ହସରତ୍‌, ଋତୁରାଜ ପ୍ରଧାନ, ଅନୁରାଲ ମିଶ୍ର, ରାକେଶ ମହାପାତ୍ର, ମନୋଜ ପାତ୍ର, ସୁବ୍ରତ ବେହେରା, ବ୍ରହ୍ମପୁରର ଅର୍ଣ୍ଣବ ପାଣିଗ୍ରାହୀ ଉଚ୍ଚମାନର କ୍ରୀଡ଼ା ପ୍ରଦର୍ଶନ କରି ପ୍ରଶଂସିତ ହୋଇଥିଲେ। ମହିଳା ବର୍ଗର କବିତା ପ୍ରଧାନଙ୍କୁ ବେଷ୍ଟ ଆଡ଼ଭେଞ୍ର ଆଥେଲେଟ୍‌ ଭାବେ ସମ୍ମାନିତ କରାଯାଇଥିବାବେଳେ ଅବିନାଶ କର୍ଣ୍ଣଙ୍କୁ ପୁରୁଷ ବର୍ଗରେ ବେଷ୍ଟ ଆଡ଼lଭଞ୍ଚର ଆଥେଲେଟ୍‌ ଭାବେ ସମ୍ମାନିତ କରାଯାଇଥିଲା । ଉଚ୍ଚମାନର କ୍ରୀଡ଼ା ପ୍ରଦର୍ଶନ କରିଥିବା କ୍ରିଡ଼ାବିତ୍‌ମାନେ ଆଗାମୀ ମେ ମାସରେ ପଞ୍ଜାବର ଅମୃତସର ଏବଂ ଉତରାଖଣ୍ଡର ମସୁରୀଠାରେ ଗ୍ରୀଷ୍ମକାଳୀନ ଦୁଃସାହସିକ ଶିବିରରେ ଯୋଗଦେବେ ବୋଲି ସଂଘର ସମ୍ପାଦକ ଦୀପକ ରଥ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *