ଓଡ଼ିଶା ସରକାର ଛାତ୍ରୀଛାତ୍ରଙ୍କ ପାଇଁ ମାଗଣା ବସ୍ ଯାତ୍ରା’କୁ ମଞ୍ଜୁରୀ ଦେଇଛନ୍ତି

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ୱର,୧୭/୯: ସ୍କୂଲ ଛାତ୍ରୀଛାତ୍ରଙ୍କ ପାଇଁ ନିରବଚ୍ଛିନ୍ନ ଯାତାୟାତ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ମୁଖ୍ୟମନ୍ତ୍ରୀ ବସ୍ ସେବା (ଏମବିଏସ) ଯୋଜନା ଅଧୀନରେ ‘ଛାତ୍ରୀଛାତ୍ରଙ୍କ ପାଇଁ ମାଗଣା ବସ୍ ଯାତ୍ରା’କୁ ମଞ୍ଜୁରୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅଗଷ୍ଟ ୨୧, ୨୦୨୫ରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ସମସ୍ତ ସ୍କୂଲ ଛାତ୍ରଛାତ୍ରୀ ବୈଧ ଛାତ୍ର ପରିଚୟପତ୍ର କିମ୍ବା ସ୍କୂଲ ୟୁନିଫର୍ମ ଦେଖାଇ ମାଗଣା ବସ୍ ଯାତ୍ରା ସୁବିଧା ପାଇପାରିବେ।

ସରକାରୀ ସୂତ୍ର ଅନୁଯାୟୀ, ଓଡ଼ିଶା ରାଜ୍ୟ ପଥ ପରିବହନ ନିଗମ (ଓଏସଆରଟିସି) ଅଧିକରୁ ଅଧିକ ସ୍କୂଲକୁ ସାମିଲ କରିବା ପାଇଁ ବସ୍ ରୁଟ୍ ଓ ସମୟସାରଣୀ ପୁନର୍ବିନ୍ୟାସ କରିବ। ଜିଲା ଶିକ୍ଷା ଅଧିକାରୀମାନେ ଏହି ରୁଟ୍ ନିର୍ଣ୍ଣୟ ପାଇଁ ଆବଶ୍ୟକୀୟ ତଥ୍ୟ ଯୋଗାଇବେ। ବାଣିଜ୍ୟ ଓ ପରିବହନ ବିଭାଗ ଏହି ଉପକ୍ରମ ଯୋଗୁଁ ଓଏସଆରଟିସିର ରାଜସ୍ୱ ହାନି ପୂରଣ ପାଇଁ ଆର୍ଥିକ ବନ୍ଦୋବସ୍ତ କରିବ। ସମ୍ପୃକ୍ତ ବିଭାଗ ଓ ଅଧିକାରୀମାନଙ୍କୁ ଏହି ଯୋଜନାର ସୁଗମ ରୂପାୟନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *