ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଡାକ୍ତରଙ୍କ ହେବ ଆଲୋଚନା

ରାଜ୍ୟ
Spread the love

ଭୁବନେଶ୍ବର ୩/୭ : ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଡାକ୍ତରଙ୍କ ହେବ ଆଲୋଚନା । ଆସନ୍ତାକାଲି ଦିନ ସାଢେ ୧୧ଟା ସମୟରେ ମନ୍ତ୍ରୀଙ୍କ ଚାମ୍ବରରେ ଆଲୋଚନା ହେବ ବୋଲି ସୂଚନା ମିଳିଛି । ଏ ନେଇ ଓମସା ସଭାପତି ଓ ସମ୍ପାଦକଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି କରାଯାଇଛି ।

ସୂଚନା ଅନୁସାରେ, ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ରାଜ୍ୟ ସରକାର ଗତକାଲି କଠୋର ଚେତାବନୀ ଦେଇଥିଲେ । ଆନ୍ଦୋଳନ ଛାଡି କାର୍ଯ୍ୟରେ ଯୋଗ ଦେବାକୁ ଚେତାବନୀ ଦେଇଥିଲେ । କାର୍ଯ୍ୟରେ ଯୋଗ ନ ଦେଲେ ଆନ୍ଦୋଳନରତ ଡାକ୍ତରଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ସିଡିଏମ୍ଓ, ପିଏଚଓଙ୍କୁ ନିର୍ଦେଶନାମା ଜାରି କରାଯାଇଥିଲା । ସମସ୍ତ ମେଡିକାଲ କଲେଜ ଅଧ୍ୟକ୍ଷ ଏବଂ ଅଧୀକ୍ଷକଙ୍କୁ ଚିଠି କରାଯାଇଥିଲା । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ଚିଠି କରାଯାଇଥିଲା ।

Leave a Reply

Your email address will not be published. Required fields are marked *