ପଞ୍ଚଭୂତରେ ଲୀନହେଲା ପଣ୍ଡିତ ଦିବ୍ୟସୁନ୍ଦରଙ୍କ ପାର୍ଥିବ ଶରୀର

କଟକ ରାଜ୍ୟ
Spread the love

ମାହାଙ୍ଗା  : ବିରୂପା-ଗେଙ୍ଗୁଟି ଦୁଆବ ଅଞ୍ଚଳର ଅରିଲୋଶାସନ ଗ୍ରାମର ବିଶିଷ୍ଟ ଆଧ୍ୟାତ୍ମିକ ପ୍ରବକ୍ତା, ପଣ୍ଡିତ ଦିବ୍ୟସୁନ୍ଦର ଆଚାର୍ଯ୍ୟଙ୍କର ଶନିବାର ଅପରାହ୍ନରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ଜଣେ ମିଷ୍ଟଭାଷୀ, ପରୋପକାରୀ ଏବଂ ଜ୍ଞାନୀ ପୁରୁଷ ଭାବେ ତାଙ୍କର ବିୟୋଗ ସମଗ୍ର ଅଞ୍ଚଳରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିବା ସହ ଶୋକର ଛାୟା ଖେଳାଇ ଦେଇଛି।

ସ୍ୱର୍ଗତ ଆଚାର୍ଯ୍ୟ ଜଣେ ବିଶିଷ୍ଟ ‘ପାଣି ସାହିତ୍ୟ’ ଗବେଷକ, ସୁବକ୍ତା ଓ ଧୂରୀଣ ପ୍ରବଚକ ଭାବେ ବେଶ ପରିଚିତ ଥିଲେ। ସେ ଜଣେ ଅଧ୍ୟାପକ ଭାବେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ହେଁ ପରବର୍ତ୍ତୀ ସମୟରେ ଶ୍ରୀମଦ ଭାଗବତ ଚର୍ଚ୍ଚା ଓ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟରେ ନିଜକୁ ସମ୍ପୂର୍ଣ୍ଣ ଭାବେ ନିୟୋଜିତ କରିଥିଲେ। ଅନେକ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ସହ ଜଡ଼ିତ ରହି ସେ ସମାଜର ସାଂସ୍କୃତିକ ଚେତନାକୁ ସମୃଦ୍ଧ କରିଥିଲେ।

ଶନିବାର ରାତିରେ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କ ପାର୍ଥିବ ଶରୀରକୁ ନଗର ପରିକ୍ରମା କରାଯାଇ ବିରୂପା ନଦୀ କୂଳସ୍ଥ ଗ୍ରାମ୍ୟ ଶ୍ମଶାନକୁ ନିଆଯାଇଥିଲା। ସେଠାରେ ସମ୍ପୂର୍ଣ୍ଣ ବିଧିବିଧାନ ଅନୁସାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ଏବଂ ତାଙ୍କ ଶରୀର ପଞ୍ଚଭୂତରେ ଲୀନ ହୋଇଥିଲା।

ଏହି ଯଶସ୍ୱୀ ପୁରୁଷଙ୍କ ବିୟୋଗରେ ସାଂସଦ ବୈଜୟନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଶାରଦା ପ୍ରଧାନ, ଚୌଧୁରୀ ପ୍ରଭାତ କେଶରୀ ମିଶ୍ର, କଂଗ୍ରେସ ନେତା ଦେବେନ୍ଦ୍ର ସାହୁ ଏବଂ ସାମାଜିକ କର୍ମୀ ଅଖିଳେଶ ପଦ ମହାନ୍ତି ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ରତ୍ନାକର ମହାନ୍ତି, ପ୍ରଶାନ୍ତ କୁମାର ମହାନ୍ତି, ଜନ୍ମେଞ୍ଜୟ ଆଚାର୍ଯ୍ୟ, ଆଇନଜୀବୀ ଧ୍ରୁବ ଚରଣ ରାଉତ, ଆଇନଜୀବୀ ଶ୍ରୀବନ୍ତ ଜେନା, ଦୀପକ ମହାନ୍ତି, ଯତୀନ୍ଦ୍ର ମହାନ୍ତି, ସରପଞ୍ଚ ଶାରଦା ପ୍ରସାଦ ମହାନ୍ତି, କିଶୋର ଆଚାର୍ଯ୍ୟ, ବଟକିଶୋର ପଣ୍ଡା, ଅଲେଖ ଚନ୍ଦ୍ର ଦାସ, ରାମଚନ୍ଦ୍ର ମହାପାତ୍ର, ଶଶିଭୂଷଣ ମହାନ୍ତି, ତ୍ରିଲୋଚନ ବେହେରା, ଗୋକୁଳ ଚନ୍ଦ୍ର ଆଚାର୍ଯ୍ୟ, ନଟବର ବାରିକ, ବ୍ରହ୍ମାନନ୍ଦ ରାଉତ, କବି ବିଶ୍ୱେଶ୍ୱର ମହାନ୍ତି, ଈଶ୍ୱର ଆଚାର୍ଯ୍ୟ, ଚନ୍ଦ୍ରଭାନୁ ଆଚାର୍ଯ୍ୟ, ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ପ୍ରଭାକର ଦାସ, ନିହାର ରଞ୍ଜନ ପଣ୍ଡା, ରମାକାନ୍ତ ପଣ୍ଡା, ଭାଗ୍ୟଧର ମହାନ୍ତି, ଶୁକଦେବ ସ୍ୱାଇଁ, ସୁବାସ ବେହେରା, ଗୟାଧର ସାହୁ, ଭାରତ ଭୂଷଣ ଦାସ, ଗଣେଶ ବିହାରୀ, ସୁଧାଂଶୁ ପାଣି, କବି ନାରାୟଣ ମୁଦୁଲି, ରବୀନ୍ଦ୍ର ପୃଷ୍ଟି, ଶିଶିର ଚନ୍ଦ୍ର ଆଚାର୍ଯ୍ୟ ଏବଂ ଭାଗ୍ୟଧର ରାଉତ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *