କଟକ ସଦର, ୧୭/୯: କଟକ ସଦର ମାଟିର ପୂର୍ବତନ କଂଗ୍ରେସ ବିଧାୟକ, ସମଗ୍ର ଅଂଚଳର ଗର୍ବ ଓ ଗୌରବ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ପୁଣ୍ୟ ଶ୍ରାଦ୍ଧ ବାର୍ଷିକୀରେ କଟକ ସଦର ୪୨ ମୌଜା ଅନ୍ତର୍ଗତ ପଟଣା ସ୍ଥିତ ସର୍ବ ପୁରାତନ ଅଗ୍ରଣୀ ସାମାଜିକ ସଂଗଠନ “ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ”ର ପୂଜ୍ୟ ପୂଜା ଭବନରେ ତାଙ୍କ ସ୍ମୃତି ଚାରଣ କରାଯାଇ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସରୋଜ ନଳିନୀ ପରିଜା, ମହାସଚିବ ରୁଦ୍ର ନାରାୟଣ ଦାଶ, ଶ୍ରୀ ଜଗନ୍ନାଥ ଷ୍ଟଡୀ ସର୍କଲର ଶିକ୍ଷକ ମିହିର କୁମାର ନାୟକ ଏବଂ ଛାତ୍ର ଛାତ୍ରୀ ସୃଷ୍ଟି ଦାସ ମହାପାତ୍ର , ସ୍ନେହା ଜେନା, ସୁପ୍ରିୟା ମହାନ୍ତି , ସ୍ମୃତି ପ୍ରଭା ଦାସ , ଶୁଭଶ୍ରୀ ସ୍ୱାଇ, ଜ୍ୟୋଷ୍ଣା ଭୋଇ , ତେଜସ୍ଵୀନି ଦାସ , କାଦମ୍ବିନୀ ଦାସ , ସ୍ଵସ୍ତିକା ଜେନା , ସାଇଶ୍ରୀ ବେହେରା , ସୂର୍ଯ୍ୟ ପ୍ରକାଶ ମହାନ୍ତି , ସତ୍ୟ ପ୍ରକାଶ ମହାନ୍ତି, ଶୁଭମ୍ ମହାରଣା , ଦିବ୍ୟାଂଶ ନାୟକ ପ୍ରମୁଖ ଉପସ୍ଥିତ ରହି ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟ ରେ ପ୍ରଦୀପ ପ୍ରଜ୍ବଳନ କରିବା ସହ ତାଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବକ୍ତା ମାନେ ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ ଯେ ସ୍ବର୍ଗତ ଦୋଳ ଗୋବିନ୍ଦ ପ୍ରଧାନ ଏକାଧାରାରେ ଜଣେ ଦେଶ ଭକ୍ତ ଗାନ୍ଧିବାଦୀ ନେତା , ସମାଜ ସଂସ୍କାରକ, ସଂସ୍କୃତି ପ୍ରିୟ, ବାଗ୍ମୀ ତଥା ଦୃଢ଼ ମନା ରାଜନୀତିଜ୍ଞ ଥିଲେ। କଟକ ସଦର ମାଟି ରେ ଏହି ସତ୍ୟନିଷ୍ଠ ପ୍ରତିଭା ଦୁଇ ଦୁଇ ଥର ବିଧାୟକ ଓ ମନ୍ତ୍ରୀ ହୋଇ ଅଞ୍ଚଳ ବାସିଙ୍କ ପାଇଁ ଅନେକ ଉନ୍ନତି ମୂଳକ ଜନହିତକର କାର୍ଯ୍ୟ କରିଯାଇଛନ୍ତି। ଶେଷରେ ଅନୁଷ୍ଠାନର ସାଧାରଣ ସଂପାଦକ ସଂଗଠକ ନାରାୟଣ ଚନ୍ଦ୍ର ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ।
