ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୫ ତମ ଜନ୍ମତିଥି ରେ ଶୁଭ ମନାସିଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

ଜଗତସିଂହପୁର ଜିଲା ଖବର ରାଜ୍ୟ
Spread the love

ଝଙ୍କଡ଼, ୧୭/୯: ପ୍ରସିଦ୍ଧ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ ରେ, ପବିତ୍ର ବିଶ୍ଵକ୍ରମା ପୂଜା ଓ ସଂକ୍ରାନ୍ତି ଦିନ, ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୫ ତମ ଜନ୍ମତିଥି ରେ, ରାଜ୍ୟର ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ନିଜର ଶତାଧିକ ସମର୍ଥକ ଙ୍କ ସହିତ, ଏଠାରେ ପହଞ୍ଚିବା ପରେ, ମା ସାରଳା ଙ୍କ ମନ୍ଦିରକୁ ଯାଇ ମାଆଙ୍କୁ ପୂଜାର୍ଚ୍ଚନା କରିବା ସହିତ ଦୀପଦାନ କରି, ପ୍ରଧାନମନ୍ତ୍ରୀ ଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ। ତାଙ୍କ ସହିତ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସୁଧୀର ମଲ୍ଲିକ, ଜିଲ୍ଲା ସମ୍ପାଦକ ତପନ ତ୍ରୀପାଠୀ , ପ୍ରତାପ ଚନ୍ଦ୍ର ସାହୁ, ଦିଲ୍ଲୀପ କୁମାର ବେହେରା, ମଣ୍ଡଳ ପ୍ରତିନିଧି ରୂପକ ଖୁଣ୍ଟିଆ, କନକପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ରେବତୀ ମହାନ୍ତି ଓ ସମାଜସେବୀ ଅଶୋକ କୁମାର ମହାନ୍ତି ଙ୍କ ସମେତ ବିଭିନ୍ନ ପଞ୍ଚାୟତ ର ଜନପ୍ରତିନିଧି ମାନେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *