ଝଙ୍କଡ଼, ୧୭/୯: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ, ତେନ୍ତୁଳିପଦା , ଦଣ୍ଡାସାହି ଛକରେ , ଗତ ପବିତ୍ର ଶାରଦୀୟ ପାର୍ବଣ ପୂଜା, ସଂକ୍ରାନ୍ତି ଓ ବିଶ୍ଵକର୍ମା ପୂଜା ଦିନ, ଜିଲ୍ଲାର ନିର୍ଭରଯୋଗ୍ୟ ବି କେ ଟୁର ଏଣ୍ଡ ଟ୍ରାଭେଲସ, ଅନୁଷ୍ଠାନ ତରଫରୁ, ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ସାରଳାସଂସ୍କୃତି ଗବେଷକ ତଥା ଅନୁଷ୍ଠାନର ଉପଦେଷ୍ଟା ରମାକାନ୍ତ ରାଉଳ ଙ୍କ ମାର୍ଗଦର୍ଶନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂଜାମଣ୍ଡପରେ ବିଶ୍ୱନିର୍ମାତା ଠାକୁର ବିଶ୍ଵକର୍ମା ଙ୍କ ମୂର୍ତ୍ତିସ୍ଥାପନ କରାଯିବା ପରେ ବୈଦିକ ବିଧିବିଧାନ ରେ ପୂଜାର୍ଚ୍ଚନା, ଯଜ୍ଞ୍ୟ ରେ ଆହୁତି ପ୍ରଦାନ ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା। ସନ୍ଧ୍ୟା ରେ ରାମେଶ୍ବର ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ନାମ ସଙ୍କୀର୍ତ୍ତନ ଓ ଭକ୍ତିସଙ୍ଗୀତ ପରିବେଷଣ କରାଯାଇ ଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ଅନୁଷ୍ଠାନ ର ପ୍ରମୁଖ କର୍ମକର୍ତ୍ତା ପ୍ରକାଶ ନାୟକ, ସୁମନ୍ତ ପରିଜା, ଅଭିରାମ କର, ସୁନୀଲ ସ୍ଵାଇଁ, ସରୋଜ କୁମାର ପରିଡl , ପ୍ରୀତମ୍ ମହାନ୍ତି, ବିଶ୍ୱଜିତ୍ ରାଉଳ, ପ୍ରିୟବ୍ରତ ମହାନ୍ତି, ଜଗନ୍ନାଥ ଦାସ, ଶ୍ରୀନିବାସ ସାହାଣୀ, ରାହୁଲ ବାରିକ, ଲିପୁ ଶଗଡ଼ିଆ, ଜ୍ୟୋତି ପ୍ରକାଶ ନାୟକ, ସରୋଜ ସ୍ବାଇଁ, ଜ୍ୟୋତି ରଞ୍ଜନ ସାହୁ, ସଞ୍ଜୟ ବଡୁ , ଶୁଶାନ୍ତ ସ୍ୱାଇଁ , ସ୍ମୃତିରଞ୍ଜନ , ମନୋଜ ଖୁଣ୍ଟିଆ ଓ ନିରଞ୍ଜନ ରାଉଳ ପ୍ରମୁଖ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ସମସ୍ତ ଗାଡି ମାଲିକ ଓ ଗାଡିଚାଳକ ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ, ପ୍ରତି ବର୍ଷ ଏହି ଆଧ୍ୟାତ୍ମିକ ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଅଛି।
