ଏସ୍‌ସିବି ମେଡିକାଲରେ ଡ୍ୟୁଟି ଖିଲାପ ନେଇ ୮ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ

କଟକ ରାଜ୍ୟ
Spread the love

କଟକ, ୧୬/୧୧: ଏସ୍‌ସିବି ମେଡିକାଲରେ ଡ୍ୟୁଟି ସମୟରେ ଅନୁପସ୍ଥିତ ରହିଥିବା ୮ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ। ମେଡିକାଲର ଟ୍ରମା କାଜୁଆଲିଟି ଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଡ୍ୟୁଟି ସମୟରେ କେଉଁ କାରଣ ପାଇଁ କର୍ମଚାରୀମାନେ ଅନୁପସ୍ଥିତ ରହିଛନ୍ତି, ସେସମ୍ପର୍କରେ କାଜୁଆଲିଟି ମେଡିକାଲ ଅଫିସରଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ଏପରି କି ଯଥାର୍ଥ କାରଣ ନ ଦର୍ଶାଇଲେ କିିଛିଦିନର ଦରମା କଟାଯିବା ସହ ଚେତାବନୀ ଦିଆଯାଇଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି।ମିଳିଥିବା ସୂଚନା ମୁତାବକ, ଦୁଇଦିନ ପୂର୍ବେ ମେଡିକାଲର ଟ୍ରମା କାଜୁଆଲିଟିକୁ ବିଳମ୍ବିତ ରାତିରେ ଅତିରିକ୍ତ ଅଧୀକ୍ଷକ ଡା. ଜ୍ୟୋତିର୍ମୟ ନାୟକଙ୍କ ସମେତ ଅନ୍ୟ ଅଧିକାରୀମାନେ ଅଚାନକ ପରିଦର୍ଶନରେ ଯାଇଥିଲେ। ଉକ୍ତ ସମୟରେ କାଜୁଆଲିଟିରେ ଫାର୍ମାସିଷ୍ଟ, ଇସିଜି ଟେକ୍ନିସିଆନ, ଓ୍ବାର୍ଡ ଆଟେଣ୍ଡାଣ୍ଟ, ସହାୟର ପ୍ରାୟ ୮ଜଣ କର୍ମଚାରୀ ଡ୍ୟୁଟି ସମୟରେ ଅନୁପସ୍ଥିତ ଥିବା ଜାଣିବାକୁ ପାଇଥିଲେ। ମେଡିକାଲର ଏପରି ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ଗୁରୁତର ରୋଗୀ ଚିକିତ୍ସା ପାଇଁ ଆସୁଥିବାବେଳେ ସେଠାରେ କର୍ମଚାରୀ ଅନୁପସ୍ଥିତ ଥିବା ନେଇ ମେଡିକାଲର ପରିଚାଳନା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବାବେଳେ ଏପରି ଘଟଣା ନଜରକୁ ଆସିବାରୁ ମେଡିକାଲ କର୍ତ୍ତୃପକ୍ଷ ଉକ୍ତ ୮ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।

Leave a Reply

Your email address will not be published. Required fields are marked *