କଟକ ସଦର,୧୭/୧୧: ୪୨ମୌଜା, କୁଳସରିଚୁଆଁ ସ୍ଥିତ ରେକୀ ମିଶନ ସ୍କୁଲ ଠାରେ ଶିଶୁ ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି। ଉପସ୍ଥିତ ଅତିଥି ତଥା ପୂଜ୍ୟ ବିଜ୍ଞାନିଗୁରୁ ଶ୍ରୀସନ୍ଥଙ୍କ ମାର୍ଗ ଦର୍ଶନରେ ଓ ଉପାଧ୍ୟକ୍ଷା ସରସ୍ଵତୀ ସାମନ୍ତରାୟଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ପିଲାମାନେ ସ୍କୁଲରେ ପହଞ୍ଚିଲା ପରେ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ତାଙ୍କୁ ଚନ୍ଦନ ଓ ଫୁଲ ଦେଇ ସ୍ବାଗତ କରିଥିଲେ। ପରେ ପରେ ଅତିଥି ଓ ପିଲା ମାନଙ୍କ ଦ୍ଵାରା କେକ୍ କାଟି ଶିଶୁ ଦିବସର ଶୁଭ ଉଦ୍ଘାଟନ କରାଯାଇଥିଲା। ଶିକ୍ଷୟତ୍ରୀ ଓ ପିଲାମାନଙ୍କ ବନ୍ଦେ ଉତ୍କଳ ଜନନୀ ଗାନ କରିବା ପରେ ପିଲା ମାନଙ୍କ ମଧ୍ୟରେ ଗୀତ, ନୃତ୍ୟ, ଚିତ୍ରାଙ୍କନ ଆଦି ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯିବା ସହ ସମସ୍ତ ପିଲାମାନଙ୍କୁ ମିଷ୍ଠାନ ଓ ଜଳଖିଆ ବଣ୍ଟନ କରିଥିଲେ। ଏହାପରେ ସଂଯୋଜକ ଆର ପି ସିଂ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରିୟତମା ସ୍ୱାଇଁ, ଅଲିଭା ଦଳାଇ, ବର୍ଷା ମୂଲିଆ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ତୃପ୍ତିମୟୀ ନାୟକ, ସୃତି ପ୍ରଜ୍ଞା ମହାପାତ୍ର, ସୁଜାତା ପ୍ରଧାନ ଓ କବିତା ନାୟକ ପ୍ରଭୃତି ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା କରିବାରେ ସହଯୋଗ କରିଥିଲେ।
