ସାର ସମସ୍ୟାକୁ ନେଇ ରାଜ୍ୟପାଳଙ୍କୁ ଭେଟିଲେ ବିଜେଡି ବିଧାୟକ

ରାଜ୍ୟ
Spread the love

ଭୁବନେଶ୍ବର,୨୦/୯: ରାଜ୍ୟରେ ସାର ସମସ୍ୟାକୁ ନେଇ ବିଜୁ ଜନତା ଦଳ (ବିଜେଡି)ର ବିଧାୟକମାନେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ ରାଜଭବନରେ ଭେଟିଛନ୍ତି। ସାର ସମସ୍ୟାର ସମାଧାନ କରିବା ପାଇଁ ନିବେଦନ କରିଛନ୍ତି।

ଯେହେତୁ ରାଜ୍ୟ ସାରା ସାରର ଉତ୍କଟ ସମସ୍ୟା ଓ ସରକାର ବି ସାର କଳା ବଜାରୀ କଥା ମାନୁଛନ୍ତି, ଏହାର ସମାଧାନର ଆବଶ୍ୟକତା ରହିଛି ବୋଲି କହିଛି। ଗୃହରେ ସ୍ୱତନ୍ତ୍ର ଆଲୋଚନା ଜରିଆରେ ହୋଇ ପାରିବ ବୋଲି ବିଜେଡି ମତ ଦେଇଛି। ହେଲେ ବାଚସ୍ପତି ଏହା କରାଇ ଦେଉ ନଥିବାରୁ ବାରମ୍ବାର ବିଜେଡି ଉଦବେଗ ପ୍ରକାଶ କରିଛି।

ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଗତ ୧୫ ତାରିଖରେ ବି ସାର ପ୍ରସଙ୍ଗରେ ବିଜେଡି ରାଜଭବନ ଆଗରେ ଧାରଣା ଦେଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରି ସରକାରଙ୍କ ସଠିକ ପଦକ୍ଷେପ ନେବା ପାଇଁ ନିବେଦନ କରିଥିଲେ। ରାଜ୍ୟପାଳ ବି ସରକାରଙ୍କୁ ଅବଗତ କରିଥିବା କହିଛନ୍ତି। ଆଜି ବିଜେଡି ବିଧାୟକମାନେ ଗୃହରେ ସାର ସମସ୍ୟା ସମ୍ପର୍କରେ ସ୍ୱତନ୍ତ୍ର ଆଲୋଚନା କରାଇ ଦେବାକୁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି. 

Leave a Reply

Your email address will not be published. Required fields are marked *