Cm

ଆସନ୍ତା ୨ରେ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମାର୍ଚ୍ଚ ୨ରେ କେନ୍ଦୁଝର ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଥମେ ମୟୂରଭଞ୍ଜ ଜିଲ୍ଲାକୁ ୨ ଦିନ ପାଇଁ ଯାଇ ସେଠାରେ କାର୍ଯ୍ୟକ୍ରମ ସାରି ୨ ତାରିଖ ସକାଳ ୧୦ଟା ୧୦ରେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କେନ୍ଦୁଝର ଯିବେ । ସେଠାରେ ହେବାକୁ ଥିବା ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେଠାରୁ ଚମ୍ପୁଆ ଯାଇ ମଧ୍ୟାହ୍ନ ୧୨ଟା୪୫ରେ ଚନ୍ଦ୍ରଶେଖର ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ […]

ସଂପୂର୍ଣ୍ଣ ପଢନ୍ତୁ
Alu

ଆଜି ବିଶ୍ୱ ଦହିବରା ଓ ଆଳୁଦମ ଦିବସ

ଭୁବନେଶ୍ୱର : ଆଜି ବିଶ୍ୱ ଦହିବରା ଓ ଆଳୁଦମ ଦିବସ ।   ମାର୍ଚ୍ଚ ୧ ତାରିଖକୁ ଦହିବରା ଆଳୁଦମ୍‌ ଦିବସ ଭାବେ କିଛି ବର୍ଷ ହେଲା ପାଳନ କରାଯାଉଛି ।   ଦହିବରା ଆଳୁଦମ୍‌ ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ । ଦହିବରା.. ନାମ ଯେମିତି ସ୍ବାଦ ସେମିତି । ନାଁ ଶୁଣିଲେ ହିଁ ପ୍ରତ୍ୟେକ ଓଡିଆଙ୍କ ମୁହଁରେ ପାଣି ଆସିଯାଇଥାଏ । ସକାଳ ହେଉ କି ସନ୍ଧ୍ୟା ସବୁ ସମୟରେ ଲୋକେ ଦହିବରା ଖାଇବା ପାଇଁ ପସନ୍ଦ କରିଥାନ୍ତି । ରାଜ୍ୟର […]

ସଂପୂର୍ଣ୍ଣ ପଢନ୍ତୁ
Apara 750x430

ସହିଦନଗର ସ୍ଥାୟୀ ହାଟ ପାଇଁ ମିଳିଲା ଜମି; ଉପକୃତ ହେବେ ପ୍ରାୟ ୫୦୦ ଦୋକାନୀ

ଭୁବନେଶ୍ବର: ଦୀର୍ଘଦିନର ଅପେକ୍ଷା ପରେ ସହିଦନଗର ବ୍ୟବସାୟୀମାନଙ୍କ ପାଇଁ ଉଦଭବ ହାଟ ଜମି ଜନିତ ସମସ୍ୟାର ସମାଧାନ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ନଗର ଉନ୍ନୟନ ବିଭାଗକୁ ୨ଏକର ଜମି ସହିଦନଗର ସ୍ଥାୟୀ ହାଟ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଫଳରେ ଏଣିକି କ୍ଷୁଦ୍ର ବ୍ୟବସାୟୀମାନେ ଏହି ହାଟରେ ସ୍ଥାୟୀଭାବେ ନିର୍ବିଘ୍ନରେ ବ୍ୟବସାୟ କରିପାରିବେ ଓ ପ୍ରାୟ ୫୦୦ ବ୍ୟବସାୟୀ ଏହା ଦ୍ୱାରା ଉପକୃତ ହେବେ । ରାଜଧାନୀର ଏକ କେନ୍ଦ୍ରସ୍ଥଳ ଭାବେ […]

ସଂପୂର୍ଣ୍ଣ ପଢନ୍ତୁ
Recent Photo 1736097514

ଆଜିଠୁ ଖୋଲିବ ‘ରାସନ’ ପୋର୍ଟାଲ, ଆବେଦନ କରିପାରିବେ ନୂଆ ହିତାଧିକାରୀ

ଭୁବନେଶ୍ୱର : ନୂଆ ରାସନକାର୍ଡ ପାଇଁ ଆଜିଠୁ ଖୋଲିବ ପୋର୍ଟାଲ, ବାଦ ପଡିଥିବା ହିତାଧିକାରୀ କରିପାରିବେ ଆବେଦନ । ଶୁକ୍ରବାର ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମ୍ବଲପୁର ଗସ୍ତ ସମୟରେ ସମୀକ୍ଷା ବୈଠକରେ ଏହି ସୂଚନା ଦେଇଛନ୍ତି । ମାର୍ଚ୍ଚ ୩୧ ତାରିଖ ରାସନ କାର୍ଡ ଇ–କେୱାଇସିର ଶେଷ ତାରିଖ ହୋଇଥିବା ବେଳେ ଧାର୍ଯ୍ୟ ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହୋଇଯିବ । ସେହିପରି ଏପର୍ଯ୍ୟନ୍ତ ତାଲିକାରୁ ମୋଟ୍ ୪ଲକ୍ଷ ମୃତ ବ୍ୟକ୍ତିଙ୍କ ନାଁରେ ଥିବା ରାସନ […]

ସଂପୂର୍ଣ୍ଣ ପଢନ୍ତୁ
Temp Rise 750x430 1

୩ ମାସ କଲବଲ କରିବ ଖରା, ରାତିରେ ମଧ୍ୟ ଗରମରୁ ମିଳିବନି ତ୍ରାହି

ଭୁବନେଶ୍ୱର: ଏଥର ରାଜ୍ୟରେ ପୁଣି କଲବଲ କରିବ ତାତି। ପ୍ରଚଣ୍ଡ ଗରମରୁ ମିଳିବନି ତ୍ରାହି। ଦେଶରେ ସ୍ବାଭାବିକଠାରୁ ଅଧିକ ତାତି ଅନୁଭୂତ ହେବ। ପ୍ରଚଣ୍ଡ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବ। କେବଳ ଦିନ ନୁହେଁ ରାତିରେ ମଧ୍ୟ ଗରମରୁ ମିଳିବନି ତ୍ରାହି। ମାର୍ଚ୍ଚରୁ ଆରମ୍ଭ ହୋଇ ମେ ଯାଏ ଏପରି ସ୍ଥିତି ରହିବ। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଜଳାଇବ ମାର୍ଚ୍ଚରୁ ମେ’ ଖରା। କଲବଲ କରିବ ଜନଜୀବନକୁ। ମାର୍ଚ୍ଚରୁ […]

ସଂପୂର୍ଣ୍ଣ ପଢନ୍ତୁ
Manasi 4

ଦୁଇ IAS ଅଧିକାରୀ ମାନସୀ ନିମ୍ଭାଲ ଓ ସମର୍ଥ ବର୍ମାଙ୍କୁ ମିଳିଲା ନୂଆ ଦାୟିତ୍ବ

ଦୁଇ ଆଇଏଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ବ ମିଳିଲା । ମାନସୀ ନିମ୍ଭାଲ ହେଲେ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ । ରାଜ୍ୟ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଭାବେ ମାନସୀ ନିମ୍ଭାଲଙ୍କୁ ନିଯୁକ୍ତି ମିଳିଛି । ଷ୍ଟଡି ଲିଭରୁ ଫେରିବା ପରେ ତାଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି ସରକାର । ଏଥିସହ ସେ ଓଡ଼ିଶା ପର୍ଯ୍ୟଟନ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ । ପୂର୍ବରୁ ପର୍ଯ୍ୟଟନ ବିଭାଗ ଓଟିଡିସି ଦାୟିତ୍ବରେ ଥିବା ସମର୍ଥ ବର୍ମାଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ
Ed 1

ଫରେଷ୍ଟ ରେଞ୍ଜ ଅଫିସରଙ୍କ ଘର ଓ ଅଫିସରେ ଇଡି ରେଡ୍

ଭବାନୀପାଟଣା: ଫରେଷ୍ଟ ରେଞ୍ଜ ଅଫିସରଙ୍କ ଘର ଓ ଅଫିସରେ ଇଡି ରେଡ୍। କଳାହାଣ୍ଡି ଜିଲ୍ଲା ଜୟପାଟଣା ଫରେଷ୍ଟ ରେଞ୍ଜ ଅଫିସର ଅଶୋକ ସାହୁଙ୍କ ଘରେ ଭୁବନେଶ୍ବର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରେଡ୍ କରିଛି। ବେନାମୀ ଆକାଉଣ୍ଟ କାରବାର ନେଇ ରେଡ ହୋଇଥିବା ସୂଚନା ରହିଛି। ସର୍ଚ୍ଚରେ ଏକାଧିକ ଏଟିଏମ କାର୍ଡ, ମୋବାଇଲ ଫୋନ, ଟଙ୍କା ଉଠାଇବା ସ୍ଲିପ ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ରେଞ୍ଜ ଅଫିସରଙ୍କ ଘରୁ ବାଘଛାଲ ମଧ୍ୟ ଜବତ କରିଛି ଇଡି। ଦୁଇ କୋଟି […]

ସଂପୂର୍ଣ୍ଣ ପଢନ୍ତୁ
Sarapancha

ବୈଠକ ଚାଲିଥିବାବେଳେ ଚେୟାର ମାଡ଼, ଫାଟିଲା ସରପଞ୍ଚଙ୍କ ମୁଣ୍ତ

ବୈଠକ ଚାଲିଥିବାବେଳେ ହଠାତ ହୋହାଲ୍ଲା ହେଲା । ଯୁକ୍ତି ତର୍କରେ କମ୍ପିଲା ବ୍ଲକ ପରିସର । ଏହି ସମୟରେ ହଠାତ ସରପଞ୍ଚଙ୍କ ମୁଣ୍ଡରେ ଚେୟାର ମାଡ଼ ହେଲା । ଧାର ଧାର ହୋଇ ବହିଗଲା ରକ୍ତ । ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଗଲେ ଉପସ୍ଥିତ ଥିବା ସମସ୍ତ ମେମ୍ବର । ଗଣ୍ଡଗୋଳ ଯେ ଏମିତି ରୂପ ନିଏ ତାହା ଏହି ଘଟଣାରୁ ସ୍ପଷ୍ଟ ବାରି ହୋଇପଡ଼ୁଛି । ସାମାନ୍ୟ ଯୁକ୍ତିତର୍କରୁ ହେଲା ମହାଭାରତ । […]

ସଂପୂର୍ଣ୍ଣ ପଢନ୍ତୁ
Image 31

ପାଚିକା ଓ ସହାୟିକାଙ୍କ ପାରିତୋଷିକ ୩ ହଜାରକୁ ବୃଦ୍ଧି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା ଅଧୀନସ୍ଥ କାର୍ଯ୍ୟରତ ପାଚିକା ତଥା ସହାୟିକାଙ୍କ ମାସିକ ପାରିତୋଷିକ ୨ ହଜାର ଟଙ୍କାରୁ ୩ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଆସନ୍ତା ଏପ୍ରିଲ ୧ ତାରିଖରୁ ଏହି ବର୍ଦ୍ଧିତ ପାରିତୋଷିକ ଲାଗୁ ହେବ। ଉକ୍ତ ଅନୁଦାନ ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା ପାଇଁ ଉଦ୍ଦିଷ୍ଟ ବଜେଟର ରାଜ୍ୟ ସମର୍ଥନରୁ ବହନ କରାଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅତିରିକ୍ତ ସଚିବ ସଂଗ୍ରାମ ମହାପାତ୍ର ପ୍ରଧାନମନ୍ତ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ
Naba 4

ପୁଣି ଖୋଲିଲା ନବ ଦାସ ହତ୍ୟା ମାମଲା ଡାଏରୀ, ଦୀପାଳି ଓ ବିଶାଳଙ୍କୁ କ୍ରାଇମବ୍ରାଞ୍ଚର ନୋଟିସ

ଝାରସୁଗୁଡ଼ା: ୨୦୨୩ ମସିହା ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ପୁଣି କ୍ରାଇମବ୍ରାଞ୍ଚ ତନାଘନା ତଦନ୍ତ । ନବ ଦାସଙ୍କ ଝିଅ ଦୀପାଳି ଓ ପୁଅ ବିଶାଳଙ୍କୁ ହାଜର ହେବା ପାଇଁ ନୋଟିସ୍ କରିଛି କ୍ରାଇମବ୍ରାଞ୍ଚ । ମାର୍ଚ୍ଚ ପ୍ରଥମ ସପ୍ତାହରେ ଯେ କୌଣସି ଦିନ ସେମାନେ କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ନୋଟିସ୍ କରାଯାଇଛି । କ୍ରାଇମବ୍ରାଞ୍ଚ୍ ତଦନ୍ତକୁ ନେଇ ସେମାନଙ୍କ କିଛି କହିବାର ଥିଲେ ବା ଆପତ୍ତି ଥିଲେ, ସେମାନେ ସେଦିନ ଜଣାଇପାରିବେ ବୋଲି କୁହାଯାଇଛି […]

ସଂପୂର୍ଣ୍ଣ ପଢନ୍ତୁ