ଭିକ୍ଷାମାଗି ମାତ୍ରାଧିକ ମଦ୍ୟପାନ ଯୋଗୁଁ ମୃତ୍ୟୁବରଣ କଲା ଅପରିଚିତ ଭିକାରି

ରାଜ୍ୟ
Spread the love

ଝଙ୍କଡ଼  :  ଝଙ୍କଡ଼ ସାରଳା ଠାକୁରାଣୀ ଙ୍କ ସାରଳାହାଟ ରେ ଭିକ୍ଷାବୃତ୍ତି କରି, ଉପାର୍ଜ୍ଜନ କରୁଥିବା ଜନୈକ ଭିକାରି ପ୍ରତିଦିନ ମାତ୍ରାଧିକ ମଦ୍ୟ ପାନ କରି ଆସୁଥିବାବେଳେ ଗତ ମଙ୍ଗଳବାର ମଧ୍ୟାହ୍ନରେ ବେହୋସ ହୋଇପଡିଯାଇଥିଲେ l ସ୍ଥାନୀୟ ଲୋକମାନଙ୍କ ଠାରୁ ସୂଚନାପାଇ ଶହେଆଠ ଆମ୍ବୁଲାନ୍ସ ଯୋଗେ ତାଙ୍କୁ, ମଣିଜଙ୍ଗା ସରକାରୀ ଡାକ୍ତରଖାନା କୁ ନିଆଯାଇଥିଲା l ମାତ୍ର ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ l

ତେବେ ମୃତଭିକାରି ର ଏପର୍ଯ୍ୟନ୍ତ କୌଣସି ପରିଚୟ ମିଳିନଥିବାବେଳେ, ସେ କଟକଜିଲ୍ଲା ନିଶ୍ଚନ୍ତକୋଇଲି ଅଞ୍ଚଳ ର ଲୋକବୋଲି, ସ୍ଥାନୀୟ ହାଟର ଦୋକାନୀ ମାନଙ୍କୁ କହିଆସୁଥିଲା l ତେବେ ଏ ସମ୍ପର୍କରେ ତିର୍ତ୍ତୋଲପୋଲିସ ଏକ ଅପମୃତ୍ୟୁ ମାମଲା ୠଜୁ କରି ତଦନ୍ତ ଜାରିରଖିଛି l  ତେବେ ଯଦି କୌଣସିବ୍ୟକ୍ତି ଏହି ମୃତବ୍ୟକ୍ତି ଙ୍କୁ ଜାଣିଥାନ୍ତି ବା ସମ୍ପର୍କୀୟ ହୋଇଥାନ୍ତି ତେବେ, ତିର୍ତ୍ତୋଲ ଥାନା ଆଇଆଇସିଙ୍କ ସହିତ ଯୋଗାଯୋଗ କରିବାପାଇଁ, ପୋଲିସ ତରଫରୁ ସୂଚନା ଦିଆଯାଇଛି l

Leave a Reply

Your email address will not be published. Required fields are marked *