News 2 Dp 1 750x430

ସମ୍ବଲପୁରରେ ୧ ଲକ୍ଷ ଚାରା ରୋପଣ ଅଭିଯାନର ଶୁଭାରମ୍ଭ

ରାଜ୍ୟ
Spread the love

ସମ୍ବଲପୁର: ଦେଶରେ ଗଛ ଲଗାଇବାର ସହର ଭାବରେ ସମ୍ବଲପୁରର ନୂଆ ପରିଚୟ ତିଆରି କରିବା। ଯେପରି ମାଁ ସମଲେଶ୍ୱରୀ, ନୂଆଁଖାଇ, ଶୀତଳଷଷ୍ଠୀ, ମହାନଦୀ ଆଦି ସମ୍ବଲପୁରର ପରିଚୟ ହୋଇଛି, ସେହିପରି ଭାବରେ ଗଛ ଲଗାଇବାର ସହର ଭାବରେ ସମ୍ବଲପୁରର ନୂଆ ପରିଚୟ ସୃଷ୍ଟି କରିବା ପାଇଁ ଛୋଟରୁ ବଡ଼ ପର୍ଯ୍ୟନ୍ତ ସବୁ ବର୍ଗର ଲୋକମାନଙ୍କୁ ମାଁଙ୍କ ନାମରେ ଗୋଟିଏ ଗଛ ଲଗାଇବା ପାଇଁ ପ୍ରୋତ୍ସାହିତ କରିବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ।

ଶନିବାର ସମ୍ବଲପୁରର ପୋତାପାଲି ଠାରେ ଏକ୍ ପେଡ୍ ମାଁ କେ ନାମ ୨.୦ ଅଭିଯାନ ଅଧୀନରେ ଆୟୋଜିତ ବନ ମହୋତ୍ସବ ତଥା ବିଶାଳ ବୃକ୍ଷରୋପଣ ଅଭିଯାନରେ ଯୋଗ ଦେଇ ଶ୍ରୀ ପ୍ରଧାନ ଏହି ଆହ୍ୱାନ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସାମାଜିକ ସଂଗଠନ, ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ, ମାତୃଶକ୍ତି ଏବଂ ଅନ୍ୟ ବ୍ୟକ୍ତି ବିଶେଷଙ୍କ ସହ ସାମିଲ ହୋଇ ବୁର୍ଲା ସେକ୍ସନର ପୋତାପାଲି ବୃକ୍ଷରୋପଣ ସ୍ଥାନରେ ଗଛ ଲଗାଇ ଥିଲେ। ଏହି ଅବସରରେ ପ୍ରାକୃତିକ ପରିବେଶର ସୁରକ୍ଷା, ଜଙ୍ଗଲ, ହ୍ରଦ, ନଦୀ, ବନ୍ୟ ପ୍ରାଣୀଙ୍କ ସୁରକ୍ଷା ପାଇଁ ସମବେତ ଜନତାଙ୍କ ସହ ଶପଥ ପାଠ କରିଥିଲେ କେନ୍ଦ୍ରମନ୍ତ୍ରୀ।

Leave a Reply

Your email address will not be published. Required fields are marked *