ମାଗଣାରେ ବସ୍‌ ରେ ଯାତ୍ରା କରିବେ ସ୍କୁଲ ଛାତ୍ରଛାତ୍ରୀ

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ଵର, ୨୭/୧୨ : ରାଜ୍ୟରେ ଖୁବ୍ ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ ସେବା। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ଏଣିକି ସରକାରୀ ସ୍କୁଲ ଛାତ୍ରଛାତ୍ରୀମାନେ ମାଗଣାରେ ଏହି ବସ୍‌ ରେ ଯାତ୍ରା କରିବେ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ଆଲୋଚନା ସରିଛି। ପରିବହନ ବିଭାଗ ଯେମିତି କ୍ଷତି ନ ସହିବ ସେନେଇ ଆଲୋଚନା ହୋଇଛି। ପ୍ରାୟ ୧୪୨୨ ଟି ସରକାରୀ ବସରେ ଏପରି ସୁବିଧା ପ୍ରଦାନ କରାଯିବ। ସ୍କୁଲ୍ ୟୁନିଫର୍ମ ଓ ଆଇକାର୍ଡ ଦେଖାଇ ଛାତ୍ରଛାତ୍ରୀମାନେ ଏହି ସେବା ପାଇପାରିବେ। କେଉଁ ରୁଟ୍‌ରେ କେତେ ବସ୍‌ ଚାଲିବ, ତାହା ଏସ୍‌ଆରଟିସି ସ୍ଥିର କରିବ। କେବଳ ଗ୍ରାମାଞ୍ଚଳ ସ୍କୁଲ୍ ରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବା ନେଇ ସୂଚନା ରହିଛି।

Leave a Reply

Your email address will not be published. Required fields are marked *