ନୂଆବର୍ଷ ପାଇଁ ଝଙ୍କଡ଼ ସାରଳା ପୀଠ ରେ, ହୋଇପାରିଲାନି ଧାଡିଦର୍ଶନ ର ବ୍ୟବସ୍ଥା

ଝଙ୍କଡ଼, ୩୧/୧୨: ବିଗତ ୩ଦଶନ୍ଧି ଧରି, ହିନ୍ଦୁନବବର୍ଷ ମହାବିଷୁବ ପଣାସଂକ୍ରାନ୍ତି ଝାମୁଯାତ୍ର ଠାରୁ ଦଶଗୁଣ ଅଧିକ ଜନସମାଗମ ଝଙ୍କଡ଼ ସାରଳାପୀଠରେ ଦେଖିବାକୁ ମିଳୁଛି l ମାତ୍ର ଏଠାରେ ବାରିକେଟ ଲଗାଯାଇ ଧାଡିଦର୍ଶନ ର ବ୍ୟବସ୍ଥା କରାଗଲେ, ଯାତ୍ରୀମାନେ ଶୃଙ୍ଖଳାରେ ଯାଇ ମାଆଙ୍କ ଦର୍ଶନ କରିପାରନ୍ତେ l ପ୍ରତିବର୍ଷ ମନ୍ଦିର ପ୍ରଶାସନ ପକ୍ଷରୁ ଆହୁତ ପ୍ରସ୍ତୁତିବୈଠକ ରେ ଏଥିନିମନ୍ତେ ପ୍ରସ୍ତାବ ଦିଆଯାଉଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଏହାକୁ କାର୍ଯ୍ୟରେ ପରିଣତ କରାଯାଉନାହଁ l ଯାହାଫଳରେ ଯାହାଫଳରେ ଯାତ୍ରୀମାନେ ପ୍ରବଳଭିଡ଼ ମଧ୍ୟରେ […]

ସଂପୂର୍ଣ୍ଣ ପଢନ୍ତୁ

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ଓଡିଶା ଲଜ୍ଜିତ ଓ
ନିନ୍ଦିତ ହେଉଛି: ବିଜେଡି

ଭୁବନେଶ୍ୱର, ୩୧/୧୨ : ଗତ ୧୮ ମାସର ବିଜେପି ଶାସନରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବା ସହିତ ଓଡିଶା ସାରା ଦେଶରେ ନିନ୍ଦିତ ଓ ଲଜ୍ଜିତ ହୋଇଛି ବୋଲି ବିଜୁ ଜନତା ଦଳ କହିଛି । ମହିଳାଙ୍କ ବିରୋଧରେ ଅପରାଧ ସଂଖ୍ୟାରେ ଏହି ୧୮ ମାସରେ ଅହେତୁକ ବୃଦ୍ଧି ପାଇଛି ବୋଲି ବିଜେଡି ତଥ୍ୟ ଉପସ୍ଥାପନ କରିଛି ।ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ତଥା ଦଳର ଜାତୀୟ ମୁଖପାତ୍ର ଡ଼ […]

ସଂପୂର୍ଣ୍ଣ ପଢନ୍ତୁ

ଜଳ ସମ୍ପଦ ବିଭାଗରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

ଭୁବନେଶ୍ୱର, ୩୧/୧୨: ନୂଆବର୍ଷରୁ ମୁଖ୍ୟ ଶାସନ ସଚିବ ଭାବେ ନୂତନ କାର୍ଯ୍ୟଭାର ଗ୍ରହଣ କରିବାକୁ ଯାଉଛନ୍ତି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ । ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ଯୋଜନା ଓ ସଂଯୋଜନ ବିଭାଗ ସହିତ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟରତ । ନୂତନ କାର୍ଯ୍ୟଭାର ଗ୍ରହଣ କରିବା ପୂର୍ବରୁ ଶ୍ରୀମତୀ ଗର୍ଗ ଜଳ ସଂପଦ ବିଭାଗ ସ୍ଥିତ ସମ୍ମିଳନୀ କକ୍ଷରେ […]

ସଂପୂର୍ଣ୍ଣ ପଢନ୍ତୁ

ମାଞ୍ଜା ସୂତା ଲାଗି ୨ ଗୁରୁତର

କଟକ, ୩୧/୧୨: କଟକ ଜିଲା ୪୨ ମୌଜା ଥାନା ଅନ୍ତର୍ଗତ ବ୍ରହ୍ମପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ବାଇକରେ ପିଉସୀ ଓ ପୁତୁରା ଯାଉଥିବା ବେଳେ ମାଞ୍ଜା ଗୁଡ଼ି ସୂତା ଆସି ସେମାନଙ୍କ ବେକରେ ଗୁଡାଇ ହୋଇଯାଇଥିଲା। ଏଥିରେ ବାଇକ ଚାଳକ ତଥା ପୁତୁରା ଦେବୀ କଲ୍ୟାଣ ଆଚାର୍ଯ୍ୟ(୩୦) ଗୁରୁତର ଭାବେ ଆହତ ହୋଇଥିବା ବେଳେ ପିଉସୀ ଆଶଲତା ଆଚାର୍ଯ୍ୟ ସାମାନ୍ୟ ଆହତ ହୋଇଥିଲେ। ପ୍ରଥମେ ଉଭୟଙ୍କୁ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପିଉସୀଙ୍କୁୁ ପ୍ରାଥମିକ […]

ସଂପୂର୍ଣ୍ଣ ପଢନ୍ତୁ

ଆଜି ଦାୟିତ୍ଵ ନେବେ ଅନୁ ଗର୍ଗ

ଭୁବନେଶ୍ୱର, ୩୧/୧୨ : ଅନୁଗର୍ଗ ହେବେ ନୂଆ ମୁଖ୍ୟଶାସନ ସଚିବ । ଆଜି ଅପରାହ୍ନରେ ସେ ଦାୟିତ୍ଵ ନେବା ନେଇ ସୂଚନା ରହିଛି। ଲୋକସେବା ଭବନରେ ମନୋଜ ଆହୁଜାଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିବେ। ଓଡିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେବେ ଅନୁ ଗର୍ଗ। ୧୯୯୧ ବ୍ୟାଚ୍‌ ର ଆଇଏଏସ୍‌ ଅଫିସର ହେଉଛନ୍ତି ଅନୁ ଗର୍ଗ। ବର୍ତ୍ତମାନ୍ ମନୋଜ ଆହୁଜା ମୁଖ୍ୟଶାସନ ସଚିବ ଭାବେ କାର୍ଯ୍ୟଭାର ନିର୍ବାହ କରୁଛନ୍ତି । ତାଙ୍କର କାର୍ଯ୍ୟକାଳ ଆଜି […]

ସଂପୂର୍ଣ୍ଣ ପଢନ୍ତୁ

ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ପଦୋନ୍ନତି

ଭବନେଶ୍ଵର, ୩୦/୧୨: ରାଜ୍ୟ ସରକାର ୧୦ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି। ଆଇପିଏସ ଅଧିକାରୀ ସତ୍ୟଜିତ ନାୟକ ଏବଂ ଉମାଶଙ୍କର ଦାସଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି। ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଥିବା ଆର. ପ୍ରକାଶଙ୍କୁ ମଧ୍ୟ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି। ଏହା ବ୍ୟତୀତ ଏସ. ସାଇନି ଏବଂ କେନ୍ଦ୍ରୀୟ ଡେପୁଟେସନରେ ଥିବା ସୂର୍ଯ୍ୟା ଥାଙ୍କାପାନଙ୍କୁ ମଧ୍ୟ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଏମ.ଏସ. ସମ୍ପତଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି।

ସଂପୂର୍ଣ୍ଣ ପଢନ୍ତୁ

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ

ବରଗଡ଼, ୩୦/୧୨: ବରଗଡ଼ ଧନୁଯାତ୍ରା ଦେଖିବା ପାଇଁ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ବରଗଡ଼ର ବିକାଶ ପଡ଼ିଆରେ ଓହ୍ଲାଇଥିଲେ। ସେଠାରୁ ସେ ରାଜଦରବାର ଯାଇଥିଲେ। ମୁଖ୍ୟମନ୍ତ୍ରୀ ରାଜ ଅତିଥି ଭାବେ ହାତୀ ଉପରେ ବସି ରଙ୍ଗମହଲରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସଂପୂର୍ଣ୍ଣ ପଢନ୍ତୁ

ବିମାନବନ୍ଦରରୁ ୪ କୋଟିର ମାରିଜୁଆନା ଜବତ

ଭୁବନେଶ୍ବର, ୩୦/୧୨: ନୂଆବର୍ଷ ପୂର୍ବରୁ କଷ୍ଟମ ବିଭାଗକୁ ମିଳିଛି ବଡ଼ ସଫଳତା । ଭୁବନେଶ୍ବର ବିମାନ ବନ୍ଦରରୁ ଚାଲାଣ ସମୟରେ ୪କୋଟି ଟଙ୍କାର ମାରିଜୁଆନା ଜବତ ।ଭୁବନେଶ୍ବର ସହରକୁ ନିଶା ଚାଲାଣ ସମୟରେ ଧରିଲା କଷ୍ଟମ ବିଭାଗ । ବିମାନରେ ଜଣେ ଯାତ୍ରୀ ମାରିଜୁଆନା ଆଣିଥିବା ବେଳେ ତାଙ୍କୁ କଷ୍ଟମ ବିଭାଗ ଅଟକ ରଖି ସମସ୍ତ ମାରିଜୁଆନା ଜବତ କରିଛି । ସମ୍ପୃକ୍ତ ଯାତ୍ରୀଙ୍କ ବ୍ୟାଗରୁ ମାରିଜୁଆନା ଜବତ କରାଯାଇଛି । ଜବତ ମାରିଜୁଆନାର ମୂଲ୍ୟ ୪କୋଟି […]

ସଂପୂର୍ଣ୍ଣ ପଢନ୍ତୁ

ପମ୍ପସେଟ ବ୍ଲାଷ୍ଟରେ ଦୁଇ ଗୁରୁତର

ବାସୁଦେବପୁରର, ୩୦/୧୨: ବାଂଶଡା ଥାନା ବାଲିଘାଇ ସ୍ଥିତ ପଞ୍ଚୁ ଟିକ୍ରି ଗାଁରେ ଅଘଟଣ ଘଟିଛି। ପାଣି ପମ୍ପ ସେଟ ସଜାଡୁଥିବା ବେଳେ ବ୍ଲାଷ୍ଟ ହୋଇ କାରିଗର ସମେତ ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ବସୁଦେବପୁରର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ପରେ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ୍‌ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

ସଂପୂର୍ଣ୍ଣ ପଢନ୍ତୁ

ବଣଭୋଜି କରୁଥିଲେ ସାବଧାନ

ଭୁବନେଶ୍ୱର, ୩୦/୧୨: ବଣଭୋଜି ନା ରେ ପ୍ରଦୂଷଣ କରୁଥିଲେ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଇକୋ ଟୁରିଜିମ ସ୍ଥାନରେ ପ୍ରଦୂଷଣ କଲେ ହେବ କାର୍ଯ୍ୟାନୁଷ୍ଠାନ । ଏନେଇ ସୂଚନା ଦେଇଛନ୍ତି ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।ମନ୍ତ୍ରୀ କହିଛନ୍ତି ରାଜ୍ୟର ଅଧିକାଂଶ ସହରରେ ପ୍ରଦୂଷଣର ହାର ମାତ୍ରାଧିକ ରହୁଛି । ଯାହାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆ ଯାଇଛି । ଭୁବନେଶ୍ବରରେ ସମସ୍ତ ଇକୋ ଟୁରିଜିମ […]

ସଂପୂର୍ଣ୍ଣ ପଢନ୍ତୁ