ଝଙ୍କଡ଼ : ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ କନକପୁର ସ୍ଥିତ ଜନକଲ୍ୟାଣ ସେବାସମିତି ପକ୍ଷରୁ ସମିତି କାର୍ଯାଳୟ ପରିସରରେ, ଅଶିତମ ସ୍ୱାଧୀନତା ଦିବସ ପାଳନ ଅବସରରେ, ସମିତିର ସଭାପତି ଅଜୟ କୁମାର ରାଉଳ, ଜାତୀୟପତାକା ଉତ୍ତୋଳନ କରିଥିଲେ l ଏଥିରେ ପୂର୍ବତନ ସରପଞ୍ଚ ବିଜୟ କୁମାର ନାୟକ ଯୋଗଦେଇ ଆଜିଦିନର ମହତ୍ତ୍ୱ ଓ ବିଶେଶ୍ୱତଃ ବିଷୟରେ ସୂଚନା ପ୍ରଦାନ କରିଥିବାବେଳେ, ସମ୍ପାଦକ ପରମାନନ୍ଦ ଦାସ, ସ୍ୱାଧୀନତାପରଠାରୁ ଆମର ସମବାୟ ଶକ୍ତି ଦେଶକୁ ସମୃଦ୍ଧ କରିବାକ୍ଷେତ୍ରରେ ଗୁରୁତ୍ୱବହନ କରିଆସିଛି ବୋଲି ମତବ୍ୟକ୍ତ କରିଥିଲେ, ଅନ୍ୟମାନଙ୍କ ମଧ୍ୟରେ ନୃସିଂହ ଚରଣ ଲେଙ୍କା, ମନୋଜ କୁମାର ଦାସ, ସୁରେଶଚନ୍ଦ୍ର ଦାସ, ଅକ୍ଷୟ କାଣ୍ଡି, ସନ୍ଦୀପ ମହାନ୍ତି, ନିରଞ୍ଜନ ରାଉଳ, ଶୁଭକାନ୍ତ ବେହେରା, ବିଭୁଦତ୍ତ ମହାନ୍ତି, ମାନସ ମହାନ୍ତି ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଯୋଗଦେଇ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ, ଶେଷରେ ସହସମ୍ପାଦକ ପ୍ରକାଶ ଚନ୍ଦ୍ର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
