ମୂଳିସିଂହ ପଞ୍ଚାୟତରେ ଅଶିତମ ସ୍ୱାଧୀନତା ଦିବସ ପାଳନ

ରାଜ୍ୟ
Spread the love

ଝଙ୍କଡ଼  :  ଅଶିତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ, ତିର୍ତ୍ତୋଲବ୍ଲକ, ମୂଳିସିଂହ ପଞ୍ଚାୟତ କାର୍ଯାଳୟ ପରିସରରେ, ସରପଞ୍ଚ ସଫି ଆଜମ୍ ଜାତୀୟପତାକା ଉତ୍ତୋଳନ କରିଥିଲେ l ଆଜିର ଏହି ପବିତ୍ରଦିବସରେ, ପ୍ରତ୍ୟେକ ବ୍ୟକ୍ତି ଓ ସମାଜରେ ସ୍ୱାଧୀନତା ର ମୂଲ୍ୟବୋଧ ହ୍ରାସ ପାଇଛି l ରାଷ୍ଟ୍ରର ଶାସନବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ, ଆମେ ନାମକୁମାତ୍ର ସ୍ୱାଧୀନତା ପାଇଛୁ ବୋଲି ମନେହେଉଛି l ତେଣୁ ଦେଶର ଏକତା ଓ ଅଖଣ୍ଡତା କୁ ବଜାୟ ରଖିବାକୁ ହେଲେ ଆମକୁ ସଚେତନ ଓ ଜାଗ୍ରତ ହେବାକୁ ପଡିବ ବୋଲି ସେ ଆବେଗପୂର୍ଣ୍ଣ ଆହ୍ୱାନ ଦେଇଥିଲେ l

ଏହି ଉପଲକ୍ଷେ ପଞ୍ଚାୟତ ର ବିଭିନ୍ନ ସ୍ଥାନରେ ସରପଞ୍ଚ ଙ୍କ ନେତୃତ୍ୱ ରେ ବୃକ୍ଷରୋପଣ ମଧ୍ୟ କରାଯାଇଥିଲା l ତେବେ ଏହି ସମସ୍ତ କାର୍ଯ୍ୟକ୍ରମ ରେ ସମିତିସଭ୍ୟ ରଞ୍ଜନ ସାହୁ, ମାନସୀ ମଣ୍ଡଳ, ସୁରେନ୍ଦ୍ର ବେହେରା, ବସ୍ତିର ମୁରବୀ ଜାବିର ଉଦ୍ଦିନ, ସୁରେଶ ମହାପାତ୍ର, ଆଲୋକ ସାହୁ, ବିଶ୍ୱରଞ୍ଜନ ସିଂହ ଓ ଶିକ୍ଷକ ଅଶୋକ କୁମାର ସିଂହ ଙ୍କ ସମେତ ୱାର୍ଡ ସଭ୍ୟ ସଭ୍ୟା, ଅଙ୍ଗନବାଡି କର୍ମୀ, ଆଶାଦିଦି ଓ ପଞ୍ଚାୟତ ର ଅଧିବାସୀ ମାନେ ଅଂଶଗ୍ରହଣ କରିଥିବାର ଦେଖିବାକୁ ମିଳିଥିଲା l

Leave a Reply

Your email address will not be published. Required fields are marked *