କନକପୁର ପଞ୍ଚାୟତରେ ଅଶିତମ ସ୍ୱାଧୀନତା ଦିବସ ପାଳିତ

ରାଜ୍ୟ
Spread the love

ଝଙ୍କଡ଼  :  ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ, କନକପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅଶିତମ ସ୍ୱାଧୀନତାଦିବସ ପାଳନ ଉପଲକ୍ଷେ ସରପଞ୍ଚ ରେବତୀ ମହାନ୍ତି ତ୍ରିରଙ୍ଗାପତାକା ଉତ୍ତୋଳନ କରିଥିଲେ l ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖସ୍ଥ ସାରଳାପବ୍ଲିକ ସ୍କୁଲ ର ସମସ୍ତଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ ମାନଙ୍କ ସହିତ, ନାୟବସରପଞ୍ଚ ପଦ୍ମଚରଣ ସେଠୀ, ସସ୍ମିତା ଦାସ, ସୁମିତ୍ରା ମହାନ୍ତି, ତାପସ ମଲ୍ଲିକ, ରେଣୁବାଳା ନାୟକ ପ୍ରମୁଖ ୱାର୍ଡ ସଭ୍ୟସଭ୍ୟା ଓ ଅଙ୍ଗନବାଡି କର୍ମୀ, ଆଶାଦିଦି, ପଞ୍ଚାୟତ କର୍ମଚାରୀ, ବହୁ ବରିଷ୍ଠନାଗରିକ, ଗ୍ରାମବାସୀ ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ଥିଲେ l

ବିଶିଷ୍ଟ ପରିବେଶବିତ୍ତ ତଥା ସମାଜସେବୀ ଅଶୋକ କୁମାର ମହାନ୍ତି ଏହି ଅବସରରେ କହିଲେ ଯେ ପଞ୍ଚାୟତର ସାରଳାଦାସ ସରୋବର କୁ ଏକ ଆଦର୍ଶପୁଷ୍କରିଣୀ ରେ ପରିଣତ କରିବାସହିତ ଏହାର ଚତୁଃପାର୍ଶ୍ଵରେ ସବୁଜବଳୟ ରେ ପରିଣତ ଯାଇ, ସାରଳାପୀଠ କୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ଚିତ୍ତ ବିନୋଦନ କରାଯିବ l

Leave a Reply

Your email address will not be published. Required fields are marked *