ବଣଭୋଜି କରୁଥିଲେ ସାବଧାନ

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ୱର, ୩୦/୧୨: ବଣଭୋଜି ନା ରେ ପ୍ରଦୂଷଣ କରୁଥିଲେ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଇକୋ ଟୁରିଜିମ ସ୍ଥାନରେ ପ୍ରଦୂଷଣ କଲେ ହେବ କାର୍ଯ୍ୟାନୁଷ୍ଠାନ । ଏନେଇ ସୂଚନା ଦେଇଛନ୍ତି ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।ମନ୍ତ୍ରୀ କହିଛନ୍ତି ରାଜ୍ୟର ଅଧିକାଂଶ ସହରରେ ପ୍ରଦୂଷଣର ହାର ମାତ୍ରାଧିକ ରହୁଛି । ଯାହାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆ ଯାଇଛି । ଭୁବନେଶ୍ବରରେ ସମସ୍ତ ଇକୋ ଟୁରିଜିମ ସ୍ଥାନରେ ବଣଭୋଜୀ କରୁଥିଲେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନଜର ରଖିବ । ଯେଉଁବ୍ୟକ୍ତି ବଣଭୋଜି ନା ରେ ପ୍ରଦୂଷଣ କରିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । ମନ୍ତ୍ରୀ ଆହୁରି କହିଛନ୍ତି ଯେ ଅନୁଗୁଳ, ତାଳଚେର, ବାଲେଶ୍ବର ଓ ଭୁବନେଶ୍ବରରେ AQI ଅଧିକ ରହୁଛି । ଏହାକୁ ଦୃଶ୍ୟରେ ରଖି ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ଏପରି ନିଷ୍ପତ୍ତି ନିଆ ଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *