ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଯାଜପୁର ରାଜ୍ୟ
Spread the love

ଯାଜପୁର, ୩୦/୧୨: ଯାଜପୁର ମେଡିକାଲ ଛକରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଅପରେସନ ପରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ପ୍ରସୂତିଙ୍କର କଟକରେ ମୃତ୍ୟୁ ହୋଇଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହିତ ଚିକିତ୍ସାରେ ଅବହେଳା ଅଭିଯୋଗରେ ପରିବାର ଲୋକେ ଉକ୍ତ ଡାକ୍ତରଖାନା ଆଗରେ ମୃତଦେହ ରଖି ଧାରଣା ଦେଇଛନ୍ତି।ସୂଚନା ଅନୁସାରେ, ଗତ ୨୪ ତାରିଖରେ ପ୍ରସୂତିଙ୍କୁ ଯାଜପୁରର ମେଡିକାଲ ଛକରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରସବ ପାଇଁ ତାଙ୍କର ଅପରେସନ କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। କଟକରେ ଚିକିତ୍ସାଧୀନ ଅବସ୍ଥାରେ ଗତ ସୋମବାର ରାତିରେ ତାଙ୍କର ମୃତ୍ୟୁ ଘଟିଛି।

Leave a Reply

Your email address will not be published. Required fields are marked *