ବରିଷ୍ଠ ନାଗରିକ ଓ ଅବସର ପ୍ରାପ୍ତ କର୍ମଚାରୀ ସଂଘର ଅଧିବେଶନ

ରାଜ୍ୟ
Spread the love

ଝଙ୍କଡ : ତିର୍ତ୍ତୋଲ ଥାନା ଅନ୍ତର୍ଗତ ପଣ୍ଡୁଆ ପଞ୍ଚାୟତର ପଣ୍ଡୁଆ ବରିଷ୍ଠ ନାଗରିକ ଓ ଅବସର ପ୍ରାପ୍ତ କର୍ମଚାରୀ ସଂଘର ଏକ ବିଶେଷ ଅଧିବେଶନ ପରୁଡି ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି।ଅନୁଷ୍ଠାନର ସ୍ଥାୟୀ ସଭାପତି ତଥା ବାଲିଘର ଫାଉଣ୍ଡେସନର ଅଧ୍ୟକ୍ଷ କୈଳାସ ଚନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆସରରେ ସମ୍ପାଦକ ସୁବୋଧ କୁମାର ନାୟକ, ଉପଦେଷ୍ଟା ଗୌରାଙ୍ଗ ଚରଣ ଦାସ, ମଣିଚରଣ ନାୟକ, ନିମାଇଁ ଚରଣ ସ୍ୱାଇଁ, ବିଷ୍ଣୁ ଚରଣ ବାରିକ,ବିକ୍ରମ କେଶରୀ ପରିଡ଼ା, ଯଦୁମଣି ଦାସ,ଗୋପୀନାଥ ଲେଙ୍କା, କୈଳାସ ଚନ୍ଦ୍ର ମହାନ୍ତି, ହେମନ୍ତ କୁମାର ବିଶ୍ୱାଳ,ଚିତ୍ତରଞ୍ଜନ ପରିଡା, ହେମନ୍ତ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମ ସଂପର୍କରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ସଂଘର ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ଓ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ପ୍ରତିନିଧି ଭାବେ ଯୋଗ ଦେବାକୁ ଯଥାକ୍ରମେ ଦୁଇ ଜଣ ଓ ତିନି ଜଣଙ୍କ ନାମ ଘୋଷଣା କରାଯାଇଥିଲା।

ଆଗାମୀ ଦିନରେ ବୃକ୍ଷ ରୋପଣ ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସଂଘ ତରଫରୁ ନିୟମିତ କରାଯିବା ପାଇଁ ସ୍ଥିର ହେଲା।ପରବର୍ତ୍ତୀ ଅଧିବେଶନ ଜୁନ୍ ମାସ ୨୮ ତାରିଖରେ ପଣ୍ଡଆ ପଞ୍ଚାୟତର ମିଠିଲୋ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଗଲା । ଶେଷରେ ଧନ୍ୟବାଦ ଅର୍ପଣ କଲେ ବିଜୟ ଲେଙ୍କା ।

Leave a Reply

Your email address will not be published. Required fields are marked *