ତୃତୀୟ ସନ୍ତାନ ପାଇଁ ରଦ ହେଲା ସରପଞ୍ଚ ପଦ

ବାଲେଶ୍ୱର ରାଜ୍ୟ
Spread the love

ବସ୍ତା, ୨/୧: ବାଲେଶ୍ୱର ଜିଲା ବସ୍ତା ବ୍ଲକ ବ୍ରାହ୍ମଣଦା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଭବାନୀ ଜେନ।ଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଆଜି ଅଯୋଗ୍ୟ ଘୋଷଣା କରାଯାଇଛି । ଶ୍ରୀମତୀ ଜେନ।ଙ୍କର ତିନୋଟି ପିଲା ଥିବାରୁ ଗ୍ରାମ ପଞ୍ଚାୟତ ବିଭାଗ ପକ୍ଷରୁ ତାଙ୍କୁ ଚିଠି(ନଂ ୩/୨.୧.୨୦୨୬) କରାଯାଇ ଅଯୋଗ୍ୟ ବିବେଚିତ କରାଯାଇଛି । ଏହାସହ ନାଏବ ସରପଞ୍ଚ ମିନତୀ ଖଟୁଆଙ୍କୁ ସରପଞ୍ଚ ଦାୟିତ୍ୱ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ବସ୍ତା ବିଡ଼ିଓ ମିହିର ରଞ୍ଜନ ବେହେରା ସୂଚନା ଦେଇଛନ୍ତି ।ସୂଚନା ଯୋଗ୍ୟ ଯେ କୌଣସି ସରପଞ୍ଚଙ୍କର ଦୁଇଟିରୁ ଅଧିକ ପିଲା ଥିଲେ ସେମାନେ ସରପଞ୍ଚ ପଦବୀରେ ରହି ପାରିବେ ନାହିଁ ବୋଲି ସାମ୍ବିଧାନୀକ ନିୟମ ରହିଛି । ସେହି ଦୃଷ୍ଟିରୁ ତାଙ୍କୁ ପଦବୀ ହରାଇବାକୁ ପଡିଛି

Leave a Reply

Your email address will not be published. Required fields are marked *