ବିଶିଷ୍ଟ କୃଷକ ନେତା ବିଶ୍ୱନାଥ ଜେନାଙ୍କ ପରଲୋକ

ରାଜ୍ୟ
Spread the love

ମାହାଙ୍ଗା : ଜଣାଶୁଣା ସମାଜସେବୀ, ବିଶିଷ୍ଟ କୃଷକ ନେତା ବିଶ୍ୱନାଥ ଜେନାଙ୍କ ପରଲୋକ ଘଟିଛି | ମାହାଙ୍ଗା ଅଂଚଳର ଜଣେ ଜନପ୍ରିୟ ବ୍ୟକ୍ତି ଭାବରେ ତାଙ୍କୁ ସମସ୍ତେ ଶ୍ରଦ୍ଧା କରନ୍ତି | ସେ ଥିଲେ ପରୋପକାରୀ, ମିଷ୍ଟଭାଷୀ, ବନ୍ଧୁ ବତ୍ସଳ ମଣିଷ | ରବିବାର ଦିନ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଥିଲା | ବିଶ୍ଵନାଥଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସାରା ମାହାଙ୍ଗାରେ ଶୋକର ଛାୟା ଖେଳିଯାଇଛି | ତାଙ୍କ ବିୟୋଗରେ ବିଧାୟକ ଶାରଦା ପ୍ରଧାନ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ସମାଜସେବୀ ଅନିଲ ଜେନା, ଆଇନୀଜୀବୀ ଶ୍ରୀବନ୍ତ ଜେନା,ନାରୀନେତ୍ରୀ ଯାଜ୍ଞସେନୀ ଜେନା,ସାମ୍ବାଦିକ ଅମରେନ୍ଦ୍ର ସିଂ,ସାହିତ୍ୟିକ ଅଖିଳେଶ ମହାନ୍ତି,ସମାଜସେବୀ ନିରଞ୍ଜନ ପ୍ରଧାନ,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ କିଶୋର ସିଂ,ସମାଜସେବୀ ଶରତ ସାମଲ, ସାମ୍ବାଦିକ ଧନେଶ୍ୱର ସେଠୀ,ସାମ୍ବାଦିକ ଅଜୟ ମହାନ୍ତି, ବ୍ଲକ ଆତ୍ମାର ଅଧ୍ୟକ୍ଷ କିଶୋର ରାଉତ, ସମିତିସଭ୍ୟ ମନୋରଞ୍ଜନ ନାୟକ,ପୂର୍ବତନ ବ୍ଲକ ବିଜେଡି ସଭାପତି ରୁଦ୍ର ନାରାୟଣ ସିଂ,ଶିକ୍ଷାବିତ ଭାବଗ୍ରାହୀ ରାଉତ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶରତ ନାୟକ, ପୂର୍ବତନ ଅଧ୍ୟଖ୍ୟା କନକଲତା ବେହେରା,ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ଶତପଥୀ, ଅଜୟ ନାୟକ, ଅଶୋକ ବିଶ୍ୱାଳ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି |

Leave a Reply

Your email address will not be published. Required fields are marked *