ପୀତବାସ ପଣ୍ଡା ହତ୍ୟା ମାମଲା ପରିଚାଳନା କରିବେ ଦୁଇ ବରିଷ୍ଠ ସରକାରୀ ଓକିଲ

ବ୍ରହ୍ମପୁର, ୩୧/୧୦: ବ୍ରହ୍ମପୁରର ବହୁ ଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲାର ପରିଚାଳନା କରିବେ ଦୁଇ ଜଣ ବରିଷ୍ଠ ସରକାରୀ ଓକିଲ । ଏନେଇ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ବ୍ରହ୍ମପୁର ଏସପି ।ସରକାରଙ୍କ ତରଫରୁ ବ୍ରହ୍ମପୁର କୋର୍ଟରେ କେସ୍‌ ପରିଚାଳନା ପାଇଁ ହାଇକୋର୍ଟରେ କାର୍ଯ୍ୟରତ ତଥା ସିବିଆଇର ଆଇନ ପରାମର୍ଶଦାତା ରହିଥିବା ବରିଷ୍ଠ ଆଇନଜୀବୀ କାଳୀଚରଣ ମିଶ୍ର ଓ ବରିଷ୍ଠ ଆଇନଜୀବୀ ଅବିନାଶ ପାଢୀଙ୍କୁ ନିଯୁକ୍ତି ଦେବା ପାଇଁ ବ୍ରହ୍ମପୁର ଏସପି, ଓଡ଼ିଶା […]

ସଂପୂର୍ଣ୍ଣ ପଢନ୍ତୁ

ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଗଣଦୌଡ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ଭୂବନେଶ୍ଵର, ୩୧/୧୦: ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିଅମ ଠାରେ ଆୟୋଜିତ ଏକତା ଦୌଡ଼କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏକତା, ଭାଇଚାରା ଓ ଦେଶପ୍ରେମ ଆମ ବିକଶିତ ଭାରତର ଶକ୍ତି।ମୁଖ୍ୟମନ୍ତ୍ରୀ କହିଥିଲେ ଭିନ୍ନତାରେ ଏକତା ହେଉଛି ଭାରତର ଆତ୍ମା ଓ […]

ସଂପୂର୍ଣ୍ଣ ପଢନ୍ତୁ

ଓଏସଏପି ବାଟାଲିୟନରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ

କଟକ, ୩୧/୧୦ ପୂର୍ବାହ୍ନରେ କଟକସ୍ଥିତ ଷଷ୍ଠ ଓଏସଏପି ବାଟାଲିୟନ ପରିସରରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 150 ତମ ଜନ୍ମ ଜୟନ୍ତୀ ଅବସରରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ସମାରୋହ ପାଳିତ ହୋଇଯାଇଛି। ଏହି ଅବସରରେ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମ ବ୍ରାଞ୍ଚ) ଶ୍ରୀ ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାପୁରୁଷ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ରାଷ୍ଟ୍ରର ଏକତା, ଅଖଣ୍ଡତା, ସୁରକ୍ଷା ତଥା ଦେଶର ଆଭ୍ୟନ୍ତରୀଣ […]

ସଂପୂର୍ଣ୍ଣ ପଢନ୍ତୁ

ଆଜି ଅଳାଁ ନବମୀ, ରାଧାପାଦ ଦର୍ଶନ ପାଇଁ ୩ କି.ମି ଲମ୍ବା ଲାଇନ

ସାକ୍ଷୀଗୋପାଳ, ୩୧/୧୦: ଅଳାଁ ନବମୀ ପାଇଁ ଚଳିତ ବର୍ଷ ୨ଲକ୍ଷରୁ ଅଧିକ ଭକ୍ତ ୩କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଲାଇନରେ ଛିଡା ହେବା ପରେ ଠାକୁରାଶୀ ଶ୍ରୀରାଧାରାଣୀଙ୍କ ଦର୍ଶନ କରିଛନ୍ତି । ବର୍ଷକରେ କେବଳ ଏହି ଗୋଟିଏ ଦିନ ରାଧାଙ୍କ ପାଦ ଦର୍ଶନ ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ସୁଅ ଛୁଟିଥାଏ । ଆଜି ଭୋର ୫ଟାରୁ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଥିଲା । ଭକ୍ତମାନେ ପ୍ରଶାସନ ଦ୍ୱାରା ନିର୍ମିତ ବ୍ୟାରିକେଡ ମଧ୍ୟରେ ଶୃଙ୍ଖଳିତ […]

ସଂପୂର୍ଣ୍ଣ ପଢନ୍ତୁ

ଜଳ ସମ୍ପଦ ବିଭାଗକୁ ଆହୁରି ସୁଦକ୍ଷ ଓ ସ୍ମାର୍ଟ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୩୧/୧୦: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପୂର୍ବାହ୍ନ ୧୦ଟା ସମୟରେ ରାଜୀବ ଭବନସ୍ଥିତ ଜଳ ସମ୍ପଦ ବିଭାଗ ପରିଦର୍ଶନ କରି ବିଭାଗର ବିସ୍ତୃତ କାର୍ଯ୍ୟାବଳୀ ସମ୍ପର୍କରେ ପଚାରି ବୁଝିଛନ୍ତି। ମୁଖ୍ୟମନ୍ତ୍ରୀ ଜଳ ସମ୍ପଦ ବିଭାଗରେ ପହଞ୍ଚି ପ୍ରଥମେ ଅଷ୍ଟମ ମହଲାସ୍ଥିତ ରାଜ୍ୟ ଜଳ ବିଜ୍ଞାନ ତଥ୍ୟ କେନ୍ଦ୍ର ଯାଇ ସେଠାରେ ରାଜ୍ୟରେ ବିଭିନ୍ନ ଜଳ ଭଣ୍ଡାର ଓ ନଦୀ ଗୁଡିକରେ ଜଳ ସ୍ଥିତି ଅନୁଧ୍ୟାନ କରିବା ସହିତ ଏହାର କାର୍ଯ୍ୟ ପ୍ରଣାଳୀ ସମ୍ପର୍କରେ […]

ସଂପୂର୍ଣ୍ଣ ପଢନ୍ତୁ

ଦୀର୍ଘାୟୁର୍ବେଦ ଗୋସେବାଶ୍ରମ ବମ୍ବୁରୀ,କଟକ ରେ ଗୋଷ୍ଠlଷ୍ଟମୀ ମହୋତ୍ସବ ପାଳନ

କଟକ, ୩୦/୧୦: ଦୀର୍ଘାୟୁର୍ବେଦ ଗୋସେବାଶ୍ରମ ବମ୍ବୁରୀ,କଟକ ଠାରେ ଗୋଷ୍ଠlଷ୍ଟମୀ ମହୋତ୍ସବ ପାଳନ ସହ ଗୀତା ସତସଙ୍ଗ ଜଗନ୍ନାଥ ସଂସ୍କୃତିର ପ୍ରଚାରକ ପ୍ରବକ୍ତା ରମାକାନ୍ତ ନାୟକଙ୍କ ଦ୍ୱାରା ପରିଚାଳିତ ଅନୁଷ୍ଠାନର ସଭାପତି ଅପର୍ଣ୍ଣା ପ୍ରସାଦ ଦାସଙ୍କ ତତ୍ୱାବଧାନରେ ସମ୍ପାଦକ ଦୀପକ ଜେନାଙ୍କ ପରିଚାଳନାରେ ସମାହିତ ହୋଇଯାଇଅଛି l ଗୋ ପ୍ରେମୀ ଦୁର୍ଗା ପ୍ରସାଦ ପରିଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ଗୋପ୍ରେମୀ ସଞ୍ଜୟ ସାହୁ ପରିଚୟ ପ୍ରଦାନ କରିଥିଲେ l ଅଞ୍ଚଳର ବିଶିଷ୍ଟ ଗୋପ୍ରେମୀ ଓ ଆଧ୍ୟାତ୍ମିକବାଦୀ ଉପସ୍ଥିତ […]

ସଂପୂର୍ଣ୍ଣ ପଢନ୍ତୁ

ପୁରୀ ସିଂହଦ୍ଵାରରେ ପ୍ରବେଶ, ୩ ଦ୍ଵାର ଦେଇ ପ୍ରସ୍ଥାନ : ଜିଲ୍ଲାପାଳ

ପୁରୀ, ୩୦/୧୦ : ଆଗକୁ ପଞ୍ଚୁକ ଥିବାରୁ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟିବ। ଏଥିଲାଗି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି। କେବଳ ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରିପାରିବେ। ଏନେଇ ପୁରୀ ଜିଲାପାଳ ସମୀକ୍ଷା ବୈଠକରେ ନିଷ୍ପତ୍ତି ନେଇଛନ୍ତି। ଭକ୍ତମାନେ ସିଂହଦ୍ୱାରରେ ପ୍ରବେଶ କରିବାକୁ ଥିବାବେଳେ ୩ ଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ଏଥିସହିତ ଅଁଳା ନବମୀରେ ଭୋର୍‌ ୫ଟାରୁ ରାଧାପାଦ ଦର୍ଶନ କରିବା ପାଇଁ ନିଷ୍ପତ୍ତି ହୋଇଛି। ବିଳମ୍ବିତ ରାତି ଯାଏ […]

ସଂପୂର୍ଣ୍ଣ ପଢନ୍ତୁ

ଫେବୃଆରୀ ୧୭ରୁ ସିବିଏସ୍‌ଇ ପରୀକ୍ଷା

ଭୁବନେଶ୍ଵର ୩୦/୧୦: ଫେବୃଆରୀ ୧୭ ତାରିଖରୁ ସିବିଏସଇ ଦଶମ ଓ ଦ୍ଵାଦଶ ପରୀକ୍ଷା ଆରମ୍ଭ ହେବ। ଏ ନେଇ ସିବିଏସଇ ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ପରୀକ୍ଷାର ୧୧୦ ଦିନ ପୂର୍ବରୁ ସୂଚୀ ପ୍ରକାଶ ପାଇଛି। ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଦୁଇଟି ବୋର୍ଡ ପରୀକ୍ଷା ହେବ।

ସଂପୂର୍ଣ୍ଣ ପଢନ୍ତୁ

ଭାରତ ସାମୁଦ୍ରିକ ସପ୍ତାହରେ ଓଡ଼ିଶାର ଷ୍ଟଲକୁ ଶ୍ରେଷ୍ଠ ପୁରସ୍କାର

ମୁମ୍ବାଇ, ୩୦/୧୦: ପୂର୍ବ ଭାରତର ସାମୁଦ୍ରିକ ପ୍ରବେଶ ଦ୍ୱାର, ଓଡ଼ିଶା ପୁଣି ଥରେ ଏକ ଜାତୀୟ ମଞ୍ଚରେ ଏହାର ସାମୁଦ୍ରିକ ଶକ୍ତି, ନବସୃଜନ ଏବଂ ସାଂସ୍କୃତିକ ଗଭୀରତା ପ୍ରଦର୍ଶନ କରିଛି। ମୁମ୍ବାଇରେ ଅନୁଷ୍ଠିତ ଭାରତ ସାମୁଦ୍ରିକ ସପ୍ତାହ(IMW) ୨୦୨୫ରେ ଓଡ଼ିଶା ଷ୍ଟଲ୍କୁ ଶ୍ରେଷ୍ଠ ପୁରସ୍କାର ମିଳିଛି। ଷ୍ଟଲର ସୃଜନଶୀଳ ଡିଜାଇନ୍, ଆକର୍ଷଣୀୟ ବିଷୟବସ୍ତୁ, ରାଜ୍ୟର ସାମୁଦ୍ରିକ ଐତିହ୍ୟ ଏବଂ ଭବିଷ୍ୟତ ଦୃଷ୍ଟିକୋଣରୁ ଦୂରଦୃଷ୍ଟିପୂର୍ଣ୍ଣ ଉପସ୍ଥାପନାକୁ ସ୍ୱୀକୃତି ମିଳିଥିବାବେଳେ ଏହାକୁ ଶ୍ରେଷ୍ଠ ଷ୍ଟଲ୍ ମଧ୍ୟରୁ ଗୋଟିଏ ଭାବରେ ବିବେଚିତ […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶାରେ ହେବ ୯୨ ରେଳ ଓଭର୍‌ବ୍ରିଜ

ଭୁବନେଶ୍ୱର, ୩୦/୧୦: ଓଡ଼ିଶାରେ ୯୨ଟି ରେଳ ଓଭରବ୍ରିଜ୍‌ ନିର୍ମାଣ ହେବ। ଏଥିପାଇଁ ସମ୍ପୂର୍ଣ୍ଣ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ। କେନ୍ଦ୍ର ରେଳ ମନ୍ତ୍ରଣାଳୟ ଏ ନେଇ ଆବଶ୍ୟକ ଅନୁମୋଦନ କରିଛନ୍ତି।ସୂଚନାଯୋଗ୍ୟ, ପୂର୍ବରୁ ଉଭୟ ରେଳ ମନ୍ତ୍ରଣାଳୟ ଓ ରାଜ୍ୟ ସରକାର ଏହି ରେଳ ଓଭରବ୍ରିଜଗୁଡ଼ିକୁ ୫୦-୫୦ ଅନୁପାତରେ ଖର୍ଚ୍ଚ କରିବେ ବୋଲି ସ୍ଥିର ହୋଇଥିଲା। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଖର୍ଚ୍ଚ ସମ୍ପୂର୍ଣ୍ଣ ଭାବେ ରେଳ ମନ୍ତ୍ରାଳୟ ବହନ କରିବାକୁ ଅନୁରୋଧ କରାଯାଇଥିଲା। ରାଜ୍ୟ […]

ସଂପୂର୍ଣ୍ଣ ପଢନ୍ତୁ