ବାଣ ବସ୍ଫୋରଣରେ ଚାଲିଗଲା ଯୁବକଙ୍କ ଜୀବନ

ଖଲ୍ଲିକୋଟ: ଗଞ୍ଜାମଜିଲ୍ଲା ଖଲ୍ଲିକୋଟ ଥାନା କୈଠଡ଼ା ଗ୍ରାମରେ ଅଭାବନୀୟ ଘଟଣା। ବାଣ ତିଆରି କରିବା ସମୟରେ ଅସାବଧାନତା ଯୋଗୁଁ ବିସ୍ଫୋରଣ। ବାଣ ବସ୍ଫୋରଣରେ ଚାଲିଗଲା ଜଣଙ୍କ ଜୀବନ। ବେଆଇନ ଭାବେ ଦୀପାବଳି ପାଇଁ ଭିଡୁଥିଲେ ବାଣ।ଯୁବକଙ୍କର ଗୋଟିଏ ଗୋଡ଼ ଓ ଗୋଟିଏ ହାତ ଉଡ଼ିଯାଇଥିଲାବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ବିସ୍ପୋରଣରେ ଜଣେ ଯୁବକଙ୍କର ଗୋଟିଏ ଗୋଡ଼ ଓ ଗୋଟିଏ ହାତ ଉଡ଼ିଯାଇଥିଲା। ତାଙ୍କୁ ଉଦ୍ଧାର କରାଯାଇ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ମୃତ […]

ସଂପୂର୍ଣ୍ଣ ପଢନ୍ତୁ

ନାମାଙ୍କନ ପତ୍ର ଦାଖଲ କଲେ ସ୍ନେହାଙ୍ଗୀନୀ

ନୂଆପଡା, ୨୦/୧୦: ନୂଆପଡା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗୀନୀ ଛୁରିଆ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହାପୂର୍ବରୁ ସେ ମାଆ ଦୂର୍ଗାଙ୍କର ଦର୍ଶନ କରିଥିଲେ । ଏକ ବିରାଟ ପଟୁଆରରେ ପ୍ରାର୍ଥୀପତ୍ର ଦାଖଲ ପାଇଁ ଯାଇଥିଲେ । ଏହି ସମୟରେ ବିଜେଡିର ବରିଷ୍ଠ ନେତା ଉପସ୍ଥିତ ଥିଲେ ।ଏହି ଉପନିର୍ବାଚନ ପାଇଁ ବିଜେପିରୁ ଜୟ ଢୋଲକିଆ ଏବଂ କଂଗ୍ରେସରୁ ଘାସୀରାମ ମାଝି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ଉପନିର୍ବାଚନ ପାଇଁ ୨୦ ତାରିଖ ପର୍ଯ୍ୟନ୍ତ […]

ସଂପୂର୍ଣ୍ଣ ପଢନ୍ତୁ

ଦୀପାବଳିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ବର, ୨୦/୧୦: ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ଭାଇଭଉଣୀମାନଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଉଛି। ଦୀପାବଳି ହେଉଛି ଆଲୋକ ଓ ଆନନ୍ଦର ପର୍ବ। ଜ୍ଞାନର ଆଲୋକ ଅଜ୍ଞାନର ଅନ୍ଧକାରରୁ ମଣିଷକୁ ଉଦ୍ଧାର କରିଥାଏ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଲୋକର ପର୍ବ ପବିତ୍ର ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭିଡିଓ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସେ […]

ସଂପୂର୍ଣ୍ଣ ପଢନ୍ତୁ

ପୀତବାସ ପଣ୍ଡା ହତ୍ୟା ମାମଲାରେ ନୂଆମୋଡ଼: ୧୫ ଲକ୍ଷରେ ହୋଇଥିଲା ଡିଲ୍‌

ବ୍ରହ୍ମପୁର,୨୦/୧୦: ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ନୂଆ ମୋଡ଼। ବ୍ରହ୍ମପୁରର ଜଣେ କର୍ପୋରେଟର ଏହି ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ବିହାରୀ ଯୁବକ ନୁହଁ ବରଂ ଦିଗପହଣ୍ଡି ଥାନା ଇଲାକାର ପିଲା ହିଁ ସୁପାରି ନେଇ ପୀତବାସଙ୍କୁ ଗୁଳି କରିଛନ୍ତି। ଏଥିପାଇଁ ୧୫ ଲକ୍ଷରୁ ଡିଲ୍‌ ହୋଇଥିଲା ବୋଲି ଶୁଣିବାକୁ ମିଳିଛି। ହେଲେ କର୍ପୋରେଟରଙ୍କ ସଂପୃକ୍ତି ଜଣାପଡ଼ିବା ପରେ ଏହି ହତ୍ୟା ଘଟଣା ରାଜନୈତିକ ଓ ବ୍ୟବସାୟିକ ଶତ୍ରୁତା ଆଡ଼କୁ ଅଙ୍ଗୁଳି […]

ସଂପୂର୍ଣ୍ଣ ପଢନ୍ତୁ

ଭଦ୍ରକର ଐତିହାସିକ କାଳୀପୂଜା

ଭଦ୍ରକ, ୨୦ /୧୦: ଭଦ୍ରକରେ ଆଜି ଠାରୁ ଆରମ୍ଭ ହେଉଛି ଐତିହାସିକ କାଳୀପୂଜା। ଏଥି ପାଇଁ ସଜେଇ ହରାଇଛି ମା ଭଦ୍ରକାଳୀଙ୍କ ପୀଠ ଠାରୁ ଚରମ୍ପାର ସବୁ ପୂଜା ମଣ୍ଡପ। ମା’ଙ୍କର ଆଗମନ ସହ ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ଓ ଭଦ୍ରକାଳୀଙ୍କ ଆରାଧନା ପାଇଁ ଭଦ୍ରକ ଉତ୍ସବ ମୁଖର ହୋଇ ଉଠିଛି। ମାଡ଼ଙ୍କ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ରାଜ୍ୟର ପ୍ରସିଦ୍ଧ ଭଦ୍ରକ କାଳୀପୂଜା ପାଇଁ ନୂଆ ରୂପରେ ସଜେଇ ହୋଇଛି […]

ସଂପୂର୍ଣ୍ଣ ପଢନ୍ତୁ

ଦୀପୋତ୍ସବ ୨୦୨୫ରେ ବିଶ୍ୱ ରେକର୍ଡ: ଅଯୋଧ୍ୟାରେ ଜଳିଲା ୨୬ ଲକ୍ଷ ଦୀପ

ଅଯୋଧ୍ୟା, ୨୦/୧୦: ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ନବମ ଦୀପୋତ୍ସବ ଏକ ଐତିହାସିକ ମୁହୂର୍ତ୍ତରେ ପରିଣତ ହୋଇଛି। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ସରଜୁ ନଦୀ ତଟରେ ୨୬,୧୧,୧୦୧ ମାଟି ଦୀପ ପ୍ରଜ୍ୱଳନ ଗିନିଜ୍‌ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହାସହିତ ୨୧୨୮ ବେଦାଚାର୍ଯ୍ୟଙ୍କ ଦ୍ୱାରା ଏକକାଳୀନ ଆରତି ମାଧ୍ୟମରେ ଦ୍ୱିତୀୟ ବିଶ୍ୱ ରେକର୍ଡ ହାସଲ କରିଛି ଅଯୋଧ୍ୟା। ‘ରାମ କି ପେଡ଼ି’ ଓ ୫୬ଟି ଘାଟରେ ମିଳିତ ଭାବେ ୨୬ ଲକ୍ଷରୁ ଅଧିକ ଦୀପ […]

ସଂପୂର୍ଣ୍ଣ ପଢନ୍ତୁ

ଝିଅକୁ ଅସଦାଚରଣ କରିବାରୁ ଯୁବକକୁ ପିଟିପିଟି ମାରିଦେଲେ ବାପା

କାମାକ୍ଷାନଗର, ୨୦/୧୦: ଢେଙ୍କାନାଳ ଜିଲା କାମାକ୍ଷାନଗରରେ ଝିଅକୁ ଅସଦାଚରଣ ଅଭିଯୋଗରୁ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଛି। ଅଭିଯୁକ୍ତ ବାପା ପରଜଙ୍ଗ ଥାନା ଅନ୍ତର୍ଗତ ଦଦରାଘାଟି ଫାଣ୍ଡିରେ ଆତ୍ମସମର୍ପଣ କରିଛନ୍ତି। ମୃତ ଯୁବକ ଦଦରାଘାଟି ଫାଣ୍ଡି ଅନ୍ତର୍ଗତ ଆଖୁଆପାଳ ପଞ୍ଚାୟତ ୧ ନଂ କଲୋନୀର ବାସିନ୍ଦା ଥିବା ବେଳେ ଅଭିଯୁକ୍ତ ହତ୍ୟାକାରୀ ଆଖୁଆପାଳ ପଞ୍ଚାୟତ ମୋହନପଶି ଗାଁରେ ରୁହନ୍ତି। ମୃତକଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ୧୦ ଜଣଙ୍କ ଏକ ଦଳ ମିଶି ସଂଘବଦ୍ଧ ଭାବେ ଏହି […]

ସଂପୂର୍ଣ୍ଣ ପଢନ୍ତୁ

୪୮,୬୯୩ ହିତାଧିକାରୀଙ୍କୁ ମିଳିଲା ଗୃହ ନିର୍ମାଣ କିସ୍ତି

ଭୂବନେଶ୍ରାର, ୨୦। ୧୦: ରାଜ୍ୟର ୪୮ ହଜାର ୬୯୩ ଜଣ ହିତାଧିକାରୀଙ୍କୁ ରବିବାର ଗୃହ ନିର୍ମାଣ ପାଇଁ କିସ୍ତି ପ୍ରଦାନ କରାଯାଇଛି। ଏହାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ପୂର୍ବରୁ ଆମେ ଆର୍ଥିକ ଅନଗ୍ରସର ପରିବାରମାନଙ୍କ ମୁହଁରେ ହସ ଫୁଟାଇପାରିଛୁ। ‘ଅନ୍ତ୍ୟୋଦୟ ଗୃହ ଯୋଜନା’ର ତୃତୀୟ ପର୍ଯ୍ୟାୟରେ, ଆମେ ୪୮,୬୯୩ ଜଣ ହିତାଧିକାରୀଙ୍କୁ ଗୃହ ନିର୍ମାଣ ପାଇଁ ପ୍ରଥମ କିସ୍ତି ଅର୍ଥରାଶି ପ୍ରଦାନ କରିଛୁ। […]

ସଂପୂର୍ଣ୍ଣ ପଢନ୍ତୁ

ଆଦର୍ଶ ଶିକ୍ଷକ ମହେଶ୍ବର ଭୋଳଙ୍କ ବିୟୋଗରେ ଶୋକ

ଝଙ୍କଡ଼ ତା ୧୯/୧୦/୨୦୨୫ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ କିନାଇଲୋ ଗ୍ରାମର ଜଣାଶୁଣା, ଅବସରପ୍ରାପ୍ତ ଶିକ୍ଷକ ମହେଶ୍ବର ଭୋଳ ( 79 ) ଙ୍କର ଗତ ରବିବାର ଦିନ ମଧ୍ୟାହ୍ନରେ, ମଣିଜଙ୍ଗା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ସେ ଗୋବିନ୍ଦପୁର ସ୍ବାମୀ ବିବେକାନନ୍ଦ ସ୍ମାରକୀ ବିଦ୍ୟାଳୟ ର ଜଣେ ଜଣାଶୁଣା ଆଦର୍ଶ ଶିକ୍ଷକ ଓ ଛାତ୍ରବତ୍ସଳ ଭାବରେ ପ୍ରତିଷ୍ଠା ଅର୍ଜ୍ଜନ କରିଥିଲେ। ତାଙ୍କର ପରମେଶ୍ବର ଓ କେଦାରେଶ୍ୱର ଦୁଇ […]

ସଂପୂର୍ଣ୍ଣ ପଢନ୍ତୁ

ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀ ଉତ୍ସବ ପାଳିତ

କଟକ, ୧୯/୧୦: ସାରଳା ସାହିତ୍ୟ ସଂସଦ ପକ୍ଷରୁ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନରେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀ ଉତ୍ସବ ପାଳିତ ହୋଇଛି। ସଂସଦର ପ୍ରତିଷ୍ଠାତା ତଥା ସଭାପତି ଡକ୍ଟର ଇଂଜିନିୟର ପ୍ରଭାକର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍‌ପାଟି ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ନବଓଡ଼ିଶା ନିର୍ମାଣରେ ହରେକୃଷ୍ଣ ମହତାବଙ୍କ ଅବଦାନ ଚିରସ୍ମରଣୀୟ ବୋଲି କହିଥିଲେ। ଦେଶର ମୁକ୍ତି […]

ସଂପୂର୍ଣ୍ଣ ପଢନ୍ତୁ