୪୮,୬୯୩ ହିତାଧିକାରୀଙ୍କୁ ମିଳିଲା ଗୃହ ନିର୍ମାଣ କିସ୍ତି

ଜିଲା ଖବର ଭୁବନେଶ୍ୱର ରାଜ୍ୟ
Spread the love

ଭୂବନେଶ୍ରାର, ୨୦। ୧୦: ରାଜ୍ୟର ୪୮ ହଜାର ୬୯୩ ଜଣ ହିତାଧିକାରୀଙ୍କୁ ରବିବାର ଗୃହ ନିର୍ମାଣ ପାଇଁ କିସ୍ତି ପ୍ରଦାନ କରାଯାଇଛି। ଏହାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ପୂର୍ବରୁ ଆମେ ଆର୍ଥିକ ଅନଗ୍ରସର ପରିବାରମାନଙ୍କ ମୁହଁରେ ହସ ଫୁଟାଇପାରିଛୁ। ‘ଅନ୍ତ୍ୟୋଦୟ ଗୃହ ଯୋଜନା’ର ତୃତୀୟ ପର୍ଯ୍ୟାୟରେ, ଆମେ ୪୮,୬୯୩ ଜଣ ହିତାଧିକାରୀଙ୍କୁ ଗୃହ ନିର୍ମାଣ ପାଇଁ ପ୍ରଥମ କିସ୍ତି ଅର୍ଥରାଶି ପ୍ରଦାନ କରିଛୁ। ଏହି ଅର୍ଥ କେବଳ ସହାୟତା ନୁହେଁ, ଏହା ହେଉଛି ପ୍ରତିଟି ପରିବାର ପାଇଁ ମର୍ଯ୍ୟାଦା ଓ ସୁରକ୍ଷାର ପ୍ରତିଶ୍ରୁତି। ଏହି ପଦକ୍ଷେପଗୁଡ଼ିକ ସହିତ ଆମେ ଆମର ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଉ ଏକ ପାଦ ଆଗକୁ ବଢ଼ିଛୁ।

Leave a Reply

Your email address will not be published. Required fields are marked *