ଗାଜାରେ ଯୁଦ୍ଧବିରତି ଉଲ୍ଲଂଘନ: ଇସ୍ରାଏଲ ଏୟାରଷ୍ଟ୍ରାଇକରେ ୧୧ ମୃତ

ଦେଶବିଦେଶ
Spread the love

ଇସ୍ରାଏଲ, ୨୦/୧୦: ଗାଜାରେ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବିରତି ସତ୍ବେ ରବିବାର ଉଭୟଙ୍କ ପକ୍ଷରୁ ଆକ୍ରମଣ ପ୍ରତିଆକ୍ରମଣ କରାଯାଇଛି। ହମାସ ପ୍ରଥମେ ଆକ୍ରମଣ କରିବା ପରେ ଇସ୍ରାଏଲ ପକ୍ଷରୁ ଏହାର ଜବାବରେ ଏୟାରଷ୍ଟ୍ରାଇକ କରାଯାଇଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ପକ୍ଷରୁ ଦକ୍ଷିଣ ଗାଜା ଅଞ୍ଚଳରେ ଏୟାରଷ୍ଟ୍ରାଇକ କରାଯାଇଛି। ଏଥିରେ ୧୧ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ହମାସ ପକ୍ଷରୁ ପ୍ରଥମେ ଯୁଦ୍ଧ ବିରତିର ଉଲ୍ଲଂଘନ କରାଯିବା ପରେ ଇସ୍ରାଏଲ ଏହି ଆକ୍ରମଣ କରିଥିବା ଆଇଡିଏଫ ପକ୍ଷରୁ ଏକ୍ସରେ ଏକ ପୋଷ୍ଟରେ ସୂଚନା ଦିଆଯାଇଛି।ଅନ୍ୟପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଡକାଇଛନ୍ତି। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଜ, ଆଇଡିଏଫ ଚିଫ୍ ଅଫ୍‌ ଷ୍ଟାଫ ଲେଫ୍ଟନାଣ୍ଟ ଜେନେରାଲ ଇୟାଲ ଜାମିରଙ୍କ ସହିତ ନେତାନ୍ୟାହୁ ବୈଠକ କରି ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି

ସୂଚନା ଅନୁସାରେ, ହମାସ ପକ୍ଷରୁ ରବିବାର ରାଫା ଅଞ୍ଚଳରେ ଇସ୍ରାଏଲ ସୈନ୍ୟଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଯାହାପରେ ଇସ୍ରାଏଲ ସେନା ପ୍ରତିଆକ୍ରମଣ କରିଛି।

Leave a Reply

Your email address will not be published. Required fields are marked *