ଝିଅକୁ ଅସଦାଚରଣ କରିବାରୁ ଯୁବକକୁ ପିଟିପିଟି ମାରିଦେଲେ ବାପା

ଅପରାଧ ଜିଲା ଖବର ଢେଙ୍କାନାଳ ରାଜ୍ୟ
Spread the love

କାମାକ୍ଷାନଗର, ୨୦/୧୦: ଢେଙ୍କାନାଳ ଜିଲା କାମାକ୍ଷାନଗରରେ ଝିଅକୁ ଅସଦାଚରଣ ଅଭିଯୋଗରୁ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଛି। ଅଭିଯୁକ୍ତ ବାପା ପରଜଙ୍ଗ ଥାନା ଅନ୍ତର୍ଗତ ଦଦରାଘାଟି ଫାଣ୍ଡିରେ ଆତ୍ମସମର୍ପଣ କରିଛନ୍ତି। ମୃତ ଯୁବକ ଦଦରାଘାଟି ଫାଣ୍ଡି ଅନ୍ତର୍ଗତ ଆଖୁଆପାଳ ପଞ୍ଚାୟତ ୧ ନଂ କଲୋନୀର ବାସିନ୍ଦା ଥିବା ବେଳେ ଅଭିଯୁକ୍ତ ହତ୍ୟାକାରୀ ଆଖୁଆପାଳ ପଞ୍ଚାୟତ ମୋହନପଶି ଗାଁରେ ରୁହନ୍ତି। ମୃତକଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ୧୦ ଜଣଙ୍କ ଏକ ଦଳ ମିଶି ସଂଘବଦ୍ଧ ଭାବେ ଏହି ହତ୍ୟାକାଣ୍ଡକୁ ସଂଘଟିତ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *