ଝଙ୍କଡ, ୨୨/୧୦: ବନ୍ଦରନଗରୀ ପାରାଦ୍ୱୀପ ର ମଧୁବନ, ଗୋପାଳଜୀଉ କଲୋନୀରେ ବାବା ବୈକୁଣ୍ଠ ନାଥ ଭାଗବତ ପ୍ରଚାର ସମିତି ର ୧୯ ତମ ସମାରୋହ ଗତ ୧୫/୧୦ ରୁ ଶୁଭାରମ୍ଭ ହୋଇ ୨୧/୧୦ରିଖ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଉଦଯାପିତ ହୋଇଯାଇଛି !ଏହି ଉପଲକ୍ଷେ ଅଯୋଜିତ କାର୍ଯ୍ୟକ୍ରମ ଶ୍ରୀଜଗନ୍ନାଥ ରାଷ୍ଟ୍ରୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ମାର୍ଗଦର୍ଶକ ଓ ଧାରାବାହିକ ପ୍ରବଚକ ଭାବରେ ଯୋଗଦେଇ ଶ୍ରୀମଦ ଭାଗବତ ର ତତ୍ତ୍ଵ ଦର୍ଶନ, ମହତ୍ୱ ଓ ବିଶେଷତ୍ୱ ଉପରେ ବହୁ ପୁରାଣ ଶାସ୍ତ୍ରର ଉଦାହରଣ ଦେଇ ଦୀର୍ଘ ସାତ ଦିନ ଧରି ବକ୍ତବ୍ୟ ଉପସ୍ଥାପନ କରିଥିଲେ !ଅନୁଷ୍ଠାନ ର ସଭାପତି ସୁଭାଷ ଚନ୍ଦ୍ର ବିଶ୍ୱାଳ, ସମ୍ପାଦକ ଭୁବନାନନ୍ଦ ମହାରଣା, ସଂଗଠନ ସମ୍ପାଦକ ଅଶୋକ ମହାରଣା, ଓ କୋଷାଧ୍ୟକ୍ଷ୍ ଗୁଲୁବାସ ପ୍ରଧାନ, ରଞ୍ଜିତ ମହାନ୍ତି ସମେତ ପ୍ରଧାନ ଆଚାର୍ଯ୍ୟ ବିଶ୍ୱନାଥ ଆଚାର୍ଯ୍ୟ ଏହି ସମସ୍ତ ଆଧ୍ୟାତ୍ମିକ ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ !ଭିନ୍ନ ଭିନ୍ନ ଦିବସରେ ପୁରୀ ରାଧାବଲ୍ଲଭ ମଠ ର ମହନ୍ତ ରାମକୃଷ୍ଣ ଦାସ ମହାରାଜ, ପାରାଦ୍ୱୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ପ୍ରଭାତ ନନ୍ଦୀ,ପ୍ରଶାନ୍ତ ମହାରଣା, ଅକ୍ଷୟ ସୁତାର, ଅଭିଷେକ ପଣ୍ଡା, ଇଫକୋ ର ମୁଖ୍ୟ ଚିକିତ୍ସାଧିକାରୀ ପୁଷ୍ପା ମହାନ୍ତି ପ୍ରମୁଖ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥିଭାବେ ମଞ୍ଚ ମଣ୍ଡନ କରିଥିବା ବେଳେ, ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଲେ ଯେ ବାବାଙ୍କ ମାର୍ଗଦର୍ଶନ ରେ ଦୀର୍ଘ ୧୯ ବର୍ଷ ଧରି ଚାଲି ଆସିଥିବା ଏହି କାର୍ଯ୍ୟକ୍ରମ ପାରାଦ୍ୱୀପ ଅଞ୍ଚଳର ଅଧିବାସୀ ମାନଙ୍କ ମଧ୍ୟରେ ସାମାଜିକ ସଂସ୍କାର ଓ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରି ପାରିଛି !ରାଜ୍ୟ ତଥା ଜାତୀୟ ସ୍ଥରରେ ବାବାଜୀ ସତ୍ୟାନନ୍ଦ ମହାରାଜ ଙ୍କ ଦ୍ୱାରା ଏପରି କାର୍ଯ୍ୟକ୍ରମ ଚାଲିଥିବାରୁ ସେ ଏହାର ଉଚ୍ଚ ପ୍ରଶଂସା କରିଥିଲେ !ନିତ୍ୟାନନ୍ଦ ସ୍ୱାଇଁ କର୍ତ୍ତା ଦାୟିତ୍ୱ ବହନ କରିଥିବା ବେଳେ, ପଦ୍ମନାଭ ଦାଶ, ଦର୍ପ ରଞ୍ଜନ ମଲ୍ଲିକ, ବଂଶୀଧର ସାହୁ, ଓ ମନୋଜ ସାହୁ ଙ୍କ ସମେତ ଶତାଧିକ ଗୁରୁ ଭାଇ ଭଉଣୀ ମାନେ ଏହାକୁ ସରସ ସୁନ୍ଦର ଓ ସଫଳ କରିବା ପାଇଁ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା !
