ସରଳା କେନାଲ ରେ ଅଚିହ୍ନା ମହିଳାଙ୍କ ଶବ କୁ ନେଇ ଚର୍ଚ୍ଚା

ଅପରାଧ ଜଗତସିଂହପୁର ଜିଲା ଖବର ରାଜ୍ୟ
Spread the love

ଝଙ୍କଡ଼, ୨୨/୧୦: ତାଳଦଣ୍ଡା ମୁଖ୍ୟ କେନାଲ ରୁ ନୂଆପଡ଼ା ପାଖରୁ ବାହାରିଥିବା ୧୨ ନମ୍ବର ସାରଳା କେନାଲ ରେ ଗତ ମଙ୍ଗଳବାର ଦିନ ମଧ୍ୟାହ୍ନରେ ଜଣେ ଅଚିହ୍ନା ମହିଳାଙ୍କ ଶବ ଭାସି ଭାସି ଆସୁଥିବାର ଦେଖିବାକୁ ମିଳିଥିଲା। ସାରଳା ହାଟ ପୋଲ ନିକଟରେ ଏହି ଅଘଟଣ ଦେଖିବା ପରେ ସେଠାରେ ଶହ ଶହ ଲୋକ ଜମା ହୋଇ ଯାଇଥିଲେ । କିଛି ସମୟ ମଧ୍ୟରେ ଖବର ପାଇ ତିର୍ତ୍ତୋଲ ପୋଲିସ ଓ ପରେ ପରେ ଅଗ୍ନିଶମ ବାହିନୀର ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ମାତ୍ର ମୃତ ମହିଳା ଙ୍କ ଶବ ଟି ପ୍ରବାହିତ ଜଳସ୍ରୋତ ରେ କ୍ଷୀପ୍ର ଗତିରେ ଭାସି ଯାଉଥିବାରୁ, ପ୍ରାୟ ଏକ କିଲୋମିଟର ଦୂରରେ ଅରଡଙ୍ଗ ସାଇଫେନ୍ ପୁର୍ବରୁ, ମୃତ ମହିଳା ଙ୍କ ଶବ କୁ ଉଦ୍ଧାର କରିବା ସହିତ, ପୋଲିସ ହେପାଜତରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ତେବେ ଅଚିହ୍ନା ମହିଳା ଜଣକ କିଏ? ତାଙ୍କୁ କେହି ମାରିଦେଇ କେନାଲ କୂ ଫିଙ୍ଗି ଦେଇଛି ? ବା କେନାଲ କୁ ସ୍ନାନ ଶୌଚl ଦି ପାଇଁ ଯିବାବେଳେ , ଗୋଡ଼ ଖସିଯାଇ ମରିଯାଇଛନ୍ତି ? ଅପର ପକ୍ଷରେ ଏହି ଶବ ଟି ଉଲଗ୍ନ ଅବସ୍ଥାରେ ଥିବାରୁ, ହୁଏତ କେହି ଦୁଷ୍କର୍ମ କରିବା ପରେ, ମାରିଦେଇ କେନାଲ କୁ ଫୋପାଡି ଦେଇଛନ୍ତି ? ସ୍ଥାନୀୟ ଅଞ୍ଚଳରେ ଏମିତି ବିଭିନ୍ନ ପ୍ରକାରର ଚର୍ଚ୍ଚା ଜୋର ଧରିଛି। ହୁଏତ ମୃତ ମହିଳା ଙ୍କ ପରିଚୟ ମିଳିବା ପରେ ଓ ପୋଷ୍ଟମଟମ ରିପୋର୍ଟ ଆସିଲା ପରେ ଏହି ରହସ୍ୟମୟ ଘଟଣା ର ପର୍ଦ୍ଦାଫାସ ହୋଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *