ମୋହନାରେ ବନ୍ଧୁକ ତିଆରି କାରଖାନା ଠାବ

ଅପରାଧ ଗଜପତି ଜିଲା ଖବର ରାଜ୍ୟ
Spread the love

ମୋହନା,୨୨/୧୦ : ଏକ ବନ୍ଧୁକ ତିଆରି କାରଖାନା ଠାବ ହୋଇଛି। ୧୨ ଦେଶୀ ବନ୍ଧୁକ ସହ ଦୁଇ ଗିରଫ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଡମ୍ବଗୁଡ଼ା ପଞ୍ଚାୟତର ଗୋଲାପାଜୁ ଗ୍ରାମରେ। ଗ୍ରାମର ଘନଶ୍ୟାମ ପ୍ରଧାନ ଦୀର୍ଘବର୍ଷ ଧରି ଗ୍ରାମଠାରୁ ଏକ ପାହାଡ଼ରେ ଏକ ଦେଶୀ ବନ୍ଧୁକ ତିଆରି କାରଖାନା କରି ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲାରେ ବିକ୍ରି କରୁଥିଲା। ଖବର ପାଇ ମୋହନା ଓ ଅଡ଼ବା ପୋଲିସ ମିଳିତରେ ଚଢ଼ାଉ କରି ଦେଶୀ ବନ୍ଧୁକ ତିଆରି କାରଖାନା ଅଭିଯୋଗରେ ଘନଶ୍ୟାମ ପ୍ରଧାନ ଓ କ୍ରୟ କରିଥିବା ହରିଶ୍ଚନ୍ଦ୍ର ମଲ୍ଲିକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜିଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ବନ୍ଧୁକ ତିଆରି କରି ୫ ହଜାର ଟଙ୍କାରେ ବିକ୍ରି କରାଯାଉଥିବା ବେଳେ ଗଞ୍ଜାମ, କନ୍ଧମାଳ ଓ ଗଜପତି ଜିଲା ବିଭିନ୍ନ ଲୋକଙ୍କୁ ବିକ୍ରି କରାଯାଇଛି। କାରଖାନା ଚଳାଉ ଥିବା ଅଭିଯୁକ୍ତଙ୍କଠାରୁ ଏହି ୩ ଜିଲାରେ କେଉଁମାନେ ବେନାମୀ ଦେଶୀ ବନ୍ଧୁକ କ୍ରୟ କରିଛନ୍ତି। ସେମାନଙ୍କୁ ତଦନ୍ତ ପରିସରକୁ ଆଣି ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆରକ୍ଷୀ ଅଧୀକ୍ଷକ ପଣ୍ଡା ସୂଚନା ଦେଇଛନ୍ତି। ମୋହନା ପୋଲିସ ୧୯୩/୨୫ ରେ ଏକ ମାମଲା ରୁଜୁ କରି ବନ୍ଧୁକ ତିଆରି ନିମନ୍ତେ ବ୍ୟବହୃତ ହେଉଥିବା ସରଞ୍ଜାମ ସହ ୧୨ଟି ବନ୍ଧୁକ ଜବତ ସହ ୨ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ସହ ଏହି ମାମଲାରେ ଅନ୍ୟ କେହି ଯଦି ଆସନ୍ତି ତେବେ ଗିରଫ କରାଯିବ ବୋଲି ଗଜପତି ଏସ୍‌ପି ଯତୀନ୍ଦ୍ର ପଣ୍ଡା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *