Ewrq

ବିଦ୍ୟୁତ ତାର ସଂସ୍ପର୍ଶରେ ଆସିି ଚାଲିଗଲା ମାଆ ଓ ପୁଅର ଜୀବନ, ଶାଶୁ ଗୁରୁତର

ରାଜ୍ୟ
Share

ବାଂଶପାଳ :  ବିଦ୍ୟୁତ ତାର ସଂସ୍ପର୍ଶରେ ଆସିି ଚାଲିଗଲା ମାଆ ଓ ପୁଅର ଜୀବନ।  ମାଆ ଲୁଗା ଶୁଖାଉଥିବା ବେଳେ ଅଘଟଣ ।  ବୋହୂ ଓ ନାତିକୁ ବଞ୍ଚାଇବାକୁ ଯାଇ ଶାଶୁ ଗୁରୁତର ।  କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସାହାରପୁର ଗାଁର ଅଭାବନୀୟ ଘଟଣା। ମୃତକ ହେଲେ ଗାଁର ସୌମ୍ୟରଞ୍ଜନ ବେହେରାଙ୍କ ସ୍ତ୍ରୀ କଳ୍ପନା ମହାକୁଡ଼ ଏବଂ ୨ବର୍ଷର ପୁଅ ଶୁଭ୍ରଜିତ ବେହେରା ।

ସୂଚନା ଅନୁଯାୟୀ, କଳ୍ପନା ନିଜ ଘର ଅଗଣାରେ ଲୁଗା ଶୁଖାଉଥିବା ବେଳେ ପାଖରେ ଯାଇଥିବା ଇଲେକ୍ଟ୍ରି ତାରରେ ଲାଗିଯାଇଥିଲା ।  କରେଣ୍ଟ ଲାଗି କଳ୍ପନା ଚିତ୍କାର କରବାରୁ ପାଖରେ ଥିବା ୨ବର୍ଷର ଶିଶୁପୁତ୍ର ମାଆକୁ ଛୁଇଁଥିଲା ।  କରେଣ୍ଟ ଲାଗି ଉଭୟଙ୍କ ମୃତ୍ୟୁ ଘଟିଛି ।  ବୋହୂ ଓ ନାତିକୁ ବଞ୍ଚାଇବାକୁ ଯାଇ ସୌମ୍ୟଙ୍କ ମାଆ ଶାନ୍ତିଲତା ବେହେରା ଗୁରୁତର ହୋଇଥିଲେ ।

ତାଙ୍କୁ ଧରଣୀଧର ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *