F0d0ee67 3429 4750 A6a6 4113d208bef7

ନଦୀ ସଂଲଗ୍ନ ଜୋରରେ ପଶି ୭୨ ମଇଁଷିଙ୍କ ମୃତ୍ୟୁ ପ୍ରସଙ୍ଗ : କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଭେଟିଲା ଯାଦବ ମହାସଭା

ରାଜ୍ୟ
Spread the love

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଏକମାଣିଆ ଗ୍ରାମ ଦେଇ ଯାଇଥିବା ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ଜୋରରେ ଫସି ୭୨ ଟି ମଇଁଷିଙ୍କର ଅକାଳ ମୃତ୍ୟୁ ହୋଇଛି। ଏହା ରାଜ୍ୟର ଗୋ ମଇଁଷି ପାଳକଙ୍କ ପରିବାର ପାଇଁ ଏକ ହୃଦୟବିଦାରକ ଘଟଣା। ଏହା ଏକ ସୁଚିନ୍ତିତ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ମଇଁଷି ପାଳକଙ୍କ ଅଭିଯୋଗ। ଏତେ ସଂଖ୍ୟକ ମଇଁଷିଙ୍କ ଅକାଳ ମୃତ୍ୟୁରେ ମଇଁଷି ପାଳକ ସର୍ବସ୍ବାନ୍ତ ହୋଇଯାଇଛନ୍ତି। ଏହାର ପ୍ରତିବାଦରେ କେନ୍ଦ୍ରାପଡା ଜିଲ୍ଲା ଯାଦବ ମହାସଭାର ସଭାପତି, ସମ୍ପାଦକ, ମୁଖ୍ୟ କର୍ମକର୍ତ୍ତା ଓ ଉତ୍କଳ ଯାଦବ ମହାସଭା କାର୍ଯ୍ୟକାରିଣୀ ସଦସ୍ୟଙ୍କ ସହ ଉତ୍କଳ ଯାଦବ ମହାସଭାର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଯୁବ ଅଧ୍ୟକ୍ଷ ଇ° ପ୍ରଦୀପ କୁମାର ବେହେରା ପ୍ରମୁଖ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ସାକ୍ଷାତ କରି ମୃତାହତ ମଇଁଷି ମାନଙ୍କ ମୃତ୍ୟୁର କାରଣ ପାଇଁ ବିହିତ ତଦନ୍ତ କରାଇ ଦୋଷୀକୁ କଠୋର ଦଣ୍ଡ ଦେବା ସହ ମୃତାହତ ମଇଁଷି ପାଳକଙ୍କୁ ତ୍ୱରିତ ସରକାରୀ ସାହାଯ୍ୟ ଯୋଗାଇଦେବା ଓ ଉଚିତ କ୍ଷତିପୁରଣ ଦେବାକୁ ଦୃଢ଼ ଦାବୀ ଜଣାଇଛନ୍ତି । ଜିଲ୍ଲାପାଳ ଘଟଣାର ଗୁରୁତ୍ୱକୁ ହୃଦୟଙ୍ଗମ କରି ଏହାର ବିହିତ ପଦକ୍ଷେପ ନେବାକୁ ଦୃଢ଼ ପ୍ରତିଶୃତି ଦେଇଛନ୍ତି ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *