ମାହାଙ୍ଗା,୨୭/୧୨: କଳାର ପୂଜାରୀ, ସାହିତ୍ୟ ସଂଗୀତ ଓ ସଂସ୍କୃତି ଅନୁରାଗୀ ଶୁକଦେବ ସାହୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଏବଂ ପ୍ରଥମ ବାର୍ଷିକ ସ୍ମୁତି ଉତ୍ସବ କୁସୁପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି l
ପୂର୍ବତନ ପ୍ରଧାନଶିକ୍ଷକ ଅଲେଖ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିଶୁ ସାହିତ୍ୟିକ ଡକ୍ଟର ବସନ୍ତ କିଶୋର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l
ଏହି ଉତ୍ସବକୁ ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତ ଉଦଘାଟନ କରିଥିଲେ l ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଡକ୍ଟର ଶ୍ରୀନିବାସ ମହାନ୍ତି ଯୋଗଦେଇଥିଲେ l ଉତ୍ସବରେ ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ଅଖିଳେଶ ପଦ ମହାନ୍ତି, ଅଧିବକ୍ତା ପ୍ରଦୀପ ଦେଓ, ପୂର୍ବତନ ସରପଞ୍ଚ ବିଳାସ ଚନ୍ଦ୍ର ବାରିକ,ସମାଜସେବୀ ଦିଲୀପ କୁମାର ଷେଣ୍ଢ ପ୍ରମୁଖ ଯୋଗଦେଇଥିଲେ lସମ୍ମାନିତ ବକ୍ତାଭାବେ ଅଧିବକ୍ତା ଆଲୋକ କୁମାର ଜେନା, ସାମାଜିକକର୍ମୀ ପ୍ରଦୀପ୍ତ କୁମାର ରାଉତରାୟ,ସମାଜସେବୀ ହରିହର ଜେନା, ସଂସ୍କୃତିପ୍ରେମୀ ନୃସିଂହ ଚରଣ ପୃଷ୍ଟି, ସାମ୍ବାଦିକ ଏକାଦଶୀ ସେଠୀ, ପ୍ରମୁଖ ଯୋଗଦେଇ ସ୍ବର୍ଗତ ସାହୁଙ୍କ ଭଳି ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀଙ୍କ ପାଇଁ ଜନ୍ମମାଟି କୁସୁପୁର ଗର୍ବିତ ବୋଲି
କହିଥିଲେ l ଏହି ସ୍ମୁତି ଉତ୍ସବରେ ବହୁ ସାହିତ୍ୟିକ, ସାମ୍ବାଦିକ, ଆଇନୀଜୀବୀ, ଏବଂ ଶିକ୍ଷାବିତ ଯୋଗଦେଇଥିଲେ l
ସମାଜସେବୀ ରଂଜିତ କୁମାର ସାହୁ ଭାଗବତ ପାଠ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ କବି ନବ କିଶୋର ଗୋସ୍ୱାମୀ କୃତଜ୍ଞତା ଅଭିଭାଷଣ ପ୍ରଦାନ କରିଥିଲେ l
