ମୂଳିସିଂହ ହାଇସ୍କୁଲ ର 2002 ବ୍ୟାଚ ର ବନ୍ଧୁମିଳନ ଉତ୍ସବ

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼, ୨୮/୧୨: ବାଣୀକ୍ଷେତ୍ର ଝଙ୍କଡ଼ ସାରଳାଙ୍କ ପାତାଳିକ୍ଷେତ୍ର ମୂଳିସିଂହ ସ୍ଥିତ ମୂଳିସିଂହ ସରକାରୀ ଉଚ୍ଚ ବିଦ୍ୟାଳୟ ର 2002 ମସିହା ମାଟ୍ରିକ ବ୍ୟାଚ ର ଏକ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ଉତ୍ସବ ଗତ ରବିବାର ଦିନ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ନିମନ୍ତ୍ରିତଅତିଥି ମାନେ ପ୍ରଥମେ ବିଦ୍ୟାଳୟ ପରିସରରେ ଥିବା ଶ୍ରୀଗଣେଶ ଓ ମା ସରସ୍ବତୀ ଙ୍କ ପ୍ରତିମୂର୍ତ୍ତି ରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପାଞ୍ଜଳି ପ୍ରଦାନ କରିବାପରେ ମଞ୍ଚାସିନ ହୋଇଥିଲେ l ଶିକ୍ଷକ ସଂଜିତ କୁମାର ସିଂହ ସ୍ୱାଗତଭାଷଣ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ l ପ୍ରାରମ୍ଭରେ ଦିବଂଗତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ଓ ସହପାଠୀ ମାନଙ୍କ ଉଦ୍ଦେଶ୍ୟରେ ନିରବପ୍ରାର୍ଥନା କରାଯାଇଥିଲା l ବିଦ୍ୟାଳୟର ପ୍ରଧାନଶିକ୍ଷକ ଧନେଶ୍ୱର ସାହୁ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ସଭାରେ ଗୁରୁପୂଜନ କରାଯାଇ, ସର୍ବଶ୍ରୀ ବଂଶୀଧର ଦାସ, କ୍ଷେତ୍ରମଣୀ ସାହୁ, ମୁରଲୀଧର ସ୍ୱାଇଁ, ସମୀର କୁମାର ଗିରି, ଶେଖ ମହମଦ ମହସିନ, ଦୁର୍ଗା ଚରଣ ଆଚାର୍ଯ୍ୟ, ସରୋଜ କୁମାର ମିଶ୍ର, କମଳା ମଣ୍ଡଳ ପ୍ରମୁଖ ପ୍ରାକ୍ତନ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସମେତ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥିସହିତ କ୍ରୀଡାଶିକ୍ଷକ ପ୍ରତାପ କୁମାର ବେହେରା, ସଙ୍ଗୀତଗୁରୁ ଦୀପକ କୁମାର ବଳ, ସୌମେନ୍ଦ୍ର ମଲ୍ଲ, ସାରଦା କୁମାର ପରିଡା, ଦିଲ୍ଲୀପ ଦାସ, ଶଶାଙ୍କଶେଖର ରଥ, ବରଦା ପ୍ରସାଦ ପାଣିଗ୍ରାହୀ, ଦୀପ୍ତିପ୍ରଭା ମଲ୍ଲିକ ଓ ରାଜଲକ୍ଷ୍ମୀ ଦିଦି ଙ୍କୁ ମଧ୍ୟ ଅନୁରୂପ ସମ୍ମାନିତ କରାଯାଇଥିଲା l ତେବେ ଏହି ସମସ୍ତ କାର୍ଯ୍ୟକ୍ରମ କୁ 2002 ବ୍ୟାଚର ବିନୋଦ କୁମାର ନନ୍ଦୀ, ସତ୍ୟଜିତ ମହାରଣା, ଅଖିଳ କୁମାର ବେହେରା, ଏମ ଡି ସାହିଦ ଅକ୍ରମ, ଶୁଫିଲ କୁମାର ବେହେରା, ଫଜୁଲର ରହେମନ, ଅଜିତ ଶୁକ୍ଳ , କଳ୍ପତରୁ ପୁହାଣ, ବାଫାତୁନ ନିଶା, ବନିତା ଦାସ, ଶୁଭଲକ୍ଷ୍ମୀ ସାହୁ, ମନୋରଞ୍ଜନ ସିଂହ, ପୂର୍ଣ୍ଣଚନ୍ଦ୍ର ଦାସ, ବିଶ୍ୱରଞ୍ଜନ ସାହୁ ଓ ବନଲକ୍ଷ୍ମୀ ସାଥୁଆ ପ୍ରମ୍ମୁଖ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ l ଶେଷରେ ମହମଦ ସାହିଦ ଅକ୍ରମ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l ସହପାଠୀ ମାନେ ଦୀର୍ଘ ତେଇଶିବର୍ଷ ପରେ ଏକାଠି ହୋଇ ନିଜନିଜର ଅତୀତର ସ୍ମୃତିଚାରଣ କଲାବେଳେ ଭାବବିହ୍ୱଳ ହୋଇ ଉଠିଥିଲେ l ନାଚଗୀତ ର ଆସର ଭିତରେ ପରସ୍ପର ମଧ୍ୟରେ ନିମଜ୍ଜିତ ହୋଇଯାଇଥିବାର ଦେଖିବାକୁ ମିଳିଥିଲା l

Leave a Reply

Your email address will not be published. Required fields are marked *