ପାଟ୍ରୋଲିଂ ଭ୍ୟାନ୍‌କୁ ପଛରୁ ପିଟିଲା କାର୍

ପୁରୀ ରାଜ୍ୟ
Spread the love

ପିପିଲି, ୨୮/୧୨: ପାଟ୍ରୋଲିଂ ଭ୍ୟାନ୍‌କୁ ପଛରୁ ପିଟିଲା କାର୍‌। ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ-ଭୁବନେଶ୍ବର ସାତଶଙ୍ଖ ଫାଣ୍ଡି ବ୍ରିଜ୍ ନିକଟରେ। ଏକ ପିସିଆର୍‌ ଭ୍ୟାନ୍ କୁ ପଛରୁ ଏକ କାର୍‌ ଧକ୍କା ଦେଇଛି। ଦୁର୍ଘଟଣାରେ ୩ ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ପିସିଆର୍‌ ଭ୍ୟାନ୍‌ରେ ୩ ଜଣ କର୍ମଚାରୀ ଥିଲେ। ଯୁବକ ଜଣକ ମଦ ପିଇ ଡ୍ରାଇଭିଂ କରୁଥିଲେ। ପୁଲିସ୍‌ ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି। ପିସିଆର୍ ଭ୍ୟାନ୍ କ୍ଷତିଗ୍ରସ୍ତ ହୋଇଥିବାବେଳେ ପୁଲିସ୍‌ କାର୍ ଟିକୁ ଜବତ କରିଛି।

Leave a Reply

Your email address will not be published. Required fields are marked *