Kaptipada

ବିଲରୁ ନବଜାତକ ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଆରମ୍ଭ

ରାଜ୍ୟ
Share

ଉଦଳା :  ବିଲରେ ପଡିଛି ନବଜାତକ ମୃତଦେହ ।  ଏକ ପଲିଥିନ ଭିତରେ ପୁରାଇ କେହି ନବଜାତକକୁ ଫୋପାଡ଼ି ଦେଇଛି । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା କୁଆଗୋଠଣା ଗ୍ରାମରେ । କୁଆଗୋଠଣା ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଥିବା ଵିଲରେ ଏକ ପଲିଥିନ ଭିତରେ ନବଜାତକ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ତେବେ ମୃତଦେହ ମିଳିଥିବା ନବଜାତକର ବୟସ ୩ ରୁ ୪ ମାସ ହେବ ବୋଲି ଅନୁମାନ କରାଯାଉଛି । ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେହି ଗର୍ଭ ନଷ୍ଟ କରିବା ପାଇଁ ଏଭଳି ହିନ କାମ କରିଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *