ଝଙ୍କଡ଼ ତା ୧୯/୧୦/୨୦୨୫ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ କିନାଇଲୋ ଗ୍ରାମର ଜଣାଶୁଣା, ଅବସରପ୍ରାପ୍ତ ଶିକ୍ଷକ ମହେଶ୍ବର ଭୋଳ ( 79 ) ଙ୍କର ଗତ ରବିବାର ଦିନ ମଧ୍ୟାହ୍ନରେ, ମଣିଜଙ୍ଗା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ସେ ଗୋବିନ୍ଦପୁର ସ୍ବାମୀ ବିବେକାନନ୍ଦ ସ୍ମାରକୀ ବିଦ୍ୟାଳୟ ର ଜଣେ ଜଣାଶୁଣା ଆଦର୍ଶ ଶିକ୍ଷକ ଓ ଛାତ୍ରବତ୍ସଳ ଭାବରେ ପ୍ରତିଷ୍ଠା ଅର୍ଜ୍ଜନ କରିଥିଲେ। ତାଙ୍କର ପରମେଶ୍ବର ଓ କେଦାରେଶ୍ୱର ଦୁଇ ପୁଅ ସହିତ ମିଲି, ଶିଲୀ , ଡଲି ତିନି ଝିଅ ଅଛନ୍ତି। ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଓ ପୁରାତନ ଛାତ୍ରମାନେ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଭାସ୍କର ଚନ୍ଦ୍ର ନାୟକ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହିତ, ଶୋକ ସଂତପ୍ତ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଛନ୍ତି। ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଅନ୍ତେଷ୍ଟକ୍ରିୟା ସମୟରେ ବଡପୁଅ ପରମେଶ୍ବର (ନିମା) ମୁଖାଗ୍ନୀ ଦେଇଥିଲେ। ମୃତ୍ୟୁ ସମୟରେ ତାଙ୍କର ନାତି ନାତୁଣୀ ସ୍ୱରୂପ, ସ୍ବରାଜ, ଆଦ୍ୟାସ୍ମିତା , ଶନ୍, ଦୁବୁଲି ସୋହାନୀ, ଶୁଭମ୍ ଓ ଭକ୍ତି ପ୍ରମୁଖ ଉପସ୍ଥିତ ଥିଲେ।
